ETV Bharat / state

ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଲୋକେ

author img

By ETV Bharat Odisha Team

Published : Mar 7, 2024, 9:34 PM IST

People Protest In Boudh: ହରଭଙ୍ଗାର ବିଭିନ୍ନ ପଞ୍ଚାୟତରେ ରାଜନୈତିକ ତଥା ପ୍ରଶାସନିକ ଉଦାସୀନତା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ । 11 ଦଫା ଦାବି ପୂରଣ ନହେବାରୁ ତାତିଲେ ହରଭଙ୍ଗାବାସୀ । ଅଧିକ ପଢନ୍ତୁ

ସରକାରଙ୍କ କଲ୍ୟାଣକାରୀ ଯୋଜନା ବଞ୍ଚିତ ହିତାଧିକାରୀ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଲୋକେ

ବୌଦ୍ଧ: ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ । 11 ଦଫା ଦାବି ପୂରଣ ନହେବାରୁ ତାତିଲେ ଲୋକେ । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହରଭଙ୍ଗା ବ୍ଲକର ଶତାଧିକ ଲୋକେ । ଏପରିକି ଅନ୍ଦୋଳନକାରୀମାନେ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଭାଙ୍ଗି ଭିତରକୁ ଧଶେଇ ପଶିଥିଲେ । ଜିଲ୍ଲା ପ୍ରଶାସନ ବାରମ୍ବାର ହରଭଙ୍ଗା ବ୍ଲକକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଲୋକେ ।

ଆଜି (ଗୁରୁବାର) ଦିନ ହରଭଙ୍ଗା ବ୍ଲକର ଶତାଧିକ ଜନସାଧାରଣ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜନୈତିକ ତଥା ପ୍ରଶାସନିକ ଉଦାସୀନତା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି । ତେଣୁ ଗତ କିଛିଦିନ ତଳେ ଏହାର ପ୍ରତିବାଦରେ ତଳଗାଁ ପଞ୍ଚାୟତଠାରୁ ବୌଦ୍ଧ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରାରେ ହରଭଙ୍ଗାର ବହୁ ଲୋକ ସାମିଲ ହୋଇଥିଲେ । ତେବେ ଆଜି ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ହରଭଙ୍ଗା ବ୍ଲକରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଆସୁଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ସରକାରୀ ଯୋଜନା ବିଶେଷ ଭାବରେ ଆବାସ, ରାସନ୍, ପାନୀୟ ଜଳ, ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସମସ୍ୟା ଲାଗି ରହୁଛି । ଜିଲ୍ଲାର ସାମ୍ପୋଚ, ରାମଗଡ଼, ଧଳପୁରଠାରେ ମେଗା ଜଳସେଚନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ତଥା ଭିତ୍ତିପ୍ରସ୍ତର ସ୍ଥାପନ ସତ୍ତ୍ଵେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିଲା । ଫଳରେ ଦୀର୍ଘ ଦିନ ହେଲା ଏସବୁ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଆସୁଛି ।

ଏହା ମଧ୍ୟ ପଢନ୍ତୁ ......ଖବରକାଗଜ ବିତରକଙ୍କୁ ସରକାରୀ ମାନ୍ୟତା ଦାବି

ଏହା ମଧ୍ୟ ପଢନ୍ତୁ .....ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ସମ୍ପ୍ରସାରଣ ଉନ୍ନୟନ କାର୍ଯ୍ୟକୁ ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ

ଏହାପରେ ଦୀର୍ଘ ସମୟ ଧରି କୈାଣସି ସମାଧାନ ନହେବାରୁ ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଭାଙ୍ଗି ଧଶେଇ ପଶିଥିଲେ । ପରେ ବୌଦ୍ଧ ପୋଲିସର ହସ୍ତକ୍ଷେପ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆନ୍ଦୋଳନକାରୀଙ୍କ ଆଲୋଚନା ପରେ ଉତ୍ତେଜନା ହ୍ରାସ ପାଇଥିଲା । ତେବେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.