ETV Bharat / state

15 ବର୍ଷ ପରେ ଆସିଲା ଚର୍ଚ୍ଚିତ ଘାସି ସାହି ହତ୍ୟାକାଣ୍ଡ ରାୟ, 16 ଜଣଙ୍କୁ ଆଜୀବନ କାରାଦଣ୍ଡ - GHASI SAHI MURDER CASE

author img

By ETV Bharat Odisha Team

Published : Aug 2, 2024, 4:29 PM IST

GHASI SAHU MURDER CASE: ଗତ ୧୫ ବର୍ଷ ତଳେ ପାରଳାଖେମୁଣ୍ଡି ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୧୬ ଜଣଙ୍କ ମଧ୍ୟରୁ ୧୬ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଘାସି ସାହି ହତ୍ୟାକାଣ୍ଡ ରାୟ
ଘାସି ସାହି ହତ୍ୟାକାଣ୍ଡ ରାୟ (ETV Bharat Odisha)

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଘାସି ସାହି ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଦୀର୍ଘ ୧୫ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଛି ଦଣ୍ଡ । ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ । ତେବେ ୨୦୦୯ ମସିହା ମାର୍ଚ୍ଚ ୧୨ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା ।

କେବେ ଘଟିଥିଲା ପାରଳାଖେମୁଣ୍ଡି ଘାସି ସାହି ହତ୍ୟାକାଣ୍ଡ ?

ପୂର୍ବ ଶତ୍ରୁତାକୁ ନେଇ ୨୦୦୯ ମସିହା ମାର୍ଚ୍ଚ ୧୨ ତାରିଖ ଅର୍ଥାତ ହୋଲି ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ସମସ୍ତେ ହସ ଖୁସିରେ ହୋଲି ଖେଳି ସାରିବା ପରେ ନିଜ ନିଜ ଘରେ ଖାଇ ସାରି ଶୋଇଥିବା ସମୟରେ ଦିନ ପ୍ରାୟ ୨ଟା ସମୟରେ ଅଭିଯୁକ୍ତମାନେ ପୂର୍ବ ଶତୃତାକୁ କେନ୍ଦ୍ର ଏକାଧିକ ଲୋକଙ୍କ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ଚିନ୍ନାବାବୁ ନାଗବଂଶ,ବାବି ଗୁରାଲୁ, ଶିବା ନାଗବଂଶ ପ୍ରମୁଖଙ୍କ ଉପରେ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ସହ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ସେହି ମାସ ୧୮ତାରିଖ ଦିନ ଶିବା ନାଗବଂଶଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

୧୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ:

ଏନେଇ ପନ୍ନଡ ଶ୍ରୀନୁ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସ୍ ପ୍ରଥମେ ହତ୍ୟା ଉଦ୍ୟମ ଓ ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଚାଲିଥିବା ଏହି ମାମଲାର ରାୟ ଦୀର୍ଘ ୧୫ବର୍ଷ ପରେ ଆଜି ପ୍ରକାଶ ପାଇଛି । ଯେଉଁଥିରେ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ.....ସୈତାନ ପୁଅର ନାରକୀୟ କାଣ୍ଡ, ଆକଟ କରିବାରୁ କାଠ ଫାଳିଆରେ ନେଲା ମାଆ ଜୀବନ; ବାପା ଗୁରୁତର - Son Killed Mother

କିଏ ଅଭିଯୁକ୍ତ:

ପାରଳାଖେମୁଣ୍ଡି ଘାସି ସାହିର ସକଳମୁଖୀ ବଲ୍ଲଭ(୮୪), ଗୁରାଲୁ ବୁଡୁ(୫୬), ନାଗବଂଶ ନାଗାର୍ଜୁନ(୨୮),ପାଡାଲା ପ୍ରସାଦ(୪୭), ବାଦା ଜିଲିପି ଓରଫ ଜିଲିପି କ୍ରିଷ୍ଣା(୪୨), ନାଗବଂଶ ରାମସ୍ବାମୀ(୩୬) , ଲିଆରି ସୁରେଶ(୪୨), ନାଗବଂଶ ରାମକୃଷ୍ଣ(୩୪), ସକଳମୁଖୀ ମାଧବ(୨୬), ନାଗବଂଶ ସୀମାଦ୍ରୀ(୬୨), ହରିକୃଷ୍ଣ ନାଗବଂଶ(୫୦), ନାଗବଂଶ ପଦ୍ମନ(୪୧), ନାଗବଂଶ ରାଧାକାନ୍ତ(୪୩), ଗୁରାଲୁ ଗୋପାଳ(୬୨) ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଅଭିଯୁକ୍ତ ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥଙ୍କ ମୃତ୍ୟୁ ହୋଇ ସାରିଥିବା ସେ କହିଛନ୍ତି ।

ଇଟିିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.