ETV Bharat / state

ପ୍ରଥମ ପର୍ଯ୍ୟାୟରେ ରେକର୍ଡ ବ୍ରେକିଂ ଭୋଟିଂ, ୪ ସଂସଦୀୟ କ୍ଷେତ୍ରରେ ହାରାହାରି ୭୫.୬୮% ମତଦାନ - First Phase Voting percentage

First Phase Election Voting Percentage: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରେକର୍ଡ ବ୍ରେକିଂ ମତଦାନ । ଗତ ତୁଳନାରେ ବଢ଼ିଛି ପ୍ରତିଶତ । ଡାବୁଗାଁ, କୋଟପାଡ ବିଧାନସଭା କ୍ଷେତ୍ରରେ ୮୫ ପ୍ରତିଶତରୁ ଅଧିକ ମତଦାନ । ଅଧିକ ପଢ଼ନ୍ତୁ

ପ୍ରଥମ ପର୍ଯ୍ୟାୟରେ ରେକର୍ଡ ବ୍ରେକିଂ ଭୋଟିଂ
ପ୍ରଥମ ପର୍ଯ୍ୟାୟରେ ରେକର୍ଡ ବ୍ରେକିଂ ଭୋଟିଂ (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 7:22 PM IST

Updated : May 15, 2024, 9:46 PM IST

ପ୍ରଥମ ପର୍ଯ୍ୟାୟରେ ରେକର୍ଡ ବ୍ରେକିଂ ଭୋଟିଂ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରେକର୍ଡ ବ୍ରେକିଂ ମତଦାନ ହୋଇଛି । ୨୦୧୯ରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ହାରାହାରି ମତଦାନକୁ ଟପିଛି ୨୦୨୪ ମତଦାନ । ପ୍ରଥମ ପର୍ଯ୍ୟାୟରେ ବର୍ତମାନ ସୁଦ୍ଧା ୪ ସଂସଦୀୟ କ୍ଷେତ୍ରରେ ହାରାହାରି ୭୫.୬୮% ମତଦାନ ହୋଇଛି । ପୋଷ୍ଟାଲ ବାଲାଟକୁ ମିଶାଇଲେ ଏହା ଆହୁରି ଅଧିକ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୀକୁଞ୍ଜ ବିହାରୀ ଧଳ ।

ପ୍ରଥମ ପର୍ଯ୍ୟାୟରେ ରେକର୍ଡ ବ୍ରେକିଂ ଭୋଟିଂ
ପ୍ରଥମ ପର୍ଯ୍ୟାୟରେ ରେକର୍ଡ ବ୍ରେକିଂ ଭୋଟିଂ (ETV Bharat Odisha)

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୪ ଲୋକସଭା କ୍ଷେତ୍ର ନବରଙ୍ଗପୁର, କଳାହାଣ୍ଡି, ବ୍ରହ୍ମପୁର ଓ କୋରାପୁଟର ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ୪ ସଂସଦୀୟ କ୍ଷେତ୍ରରେ ହାରାହାରି ୭୫.୬୮% ମତଦାନ ହୋଇଛି । କିନ୍ତୁ ଏଥିରେ ପୋଷ୍ଟାଲ ବାଲାଟ ସାମିଲ ହୋଇନାହିଁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟକୁ ମିଶାଇ ପ୍ରାୟ ୭୪ ପ୍ରତିଶତ ମତଦାନ ହୋଇଥିଲା । ଏଥର ପୋଷ୍ଟାଲ ବାଲାଟକୁ ବାଦ ଦେଇ ପ୍ରାୟ ୭୬ ପ୍ରତିଶତ ମତଦାନ ହୋଇଛି । ପୋଷ୍ଟାଲ ବାଲାଟ ମିଶିଲେ ଏହି ସଂଖ୍ୟା ଆହୁରି ଅଧିକ ବଢିବ । ସର୍ଭିସ ଭୋଟରଙ୍କ ଠାରୁ ପୋଷ୍ଟାଲ ବାଲାଟ ଗଣନା ହଲକୁ ସିଧାସଳଖ ଆସିବ । ପୋଷ୍ଟାଲ ବାଲାଟ ମାଧ୍ୟମରେ ହୋମ ଭୋଟିଂ ହୋଇଯାଇଛି । ଏହା ପର୍ଯ୍ୟାୟ କ୍ରମେ ଆସିବ ।

୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୫.୦୯ ପ୍ରତିଶତ, କୋରାପୁଟରେ ୭୫.୩୪ ପ୍ରତିଶତ, ନବରଙ୍ଗପୁରରେ ୭୯.୫୭ ପ୍ରତିଶତ ଓ କଳାହାଣ୍ଡିରେ ୭୬.୪୧ ପ୍ରତିଶତ ମତଦାନ ହୋଇଥିଲା । ୨୦୨୪ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୫.୪୧ ପ୍ରତିଶତ, କଳାହାଣ୍ଡିରେ ୭୭.୯୦ ପ୍ରତିଶତ, କୋରାପୁଟରେ ୭୭.୫୩ ପ୍ରତିଶତ ଓ ନବରଙ୍ଗପୁରରେ ୮୨.୧୬ ପ୍ରତିଶତ ମତଦାନ ହୋଇଛି । ସମସ୍ତ ୪ ସଂସଦୀୟ କ୍ଷେତ୍ରରେ ୨୦୧୯ ତୁଳନାରେ ୨୦୨୪ରେ ମତଦାନ ହାର ବଢିଛି । ସେହିପରି ଏହି ୪ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଅଞ୍ଚଳରେ ମଧ୍ୟ ମତଦାନ ହାର ବଢିଛି । ନବରଙ୍ଗପୁର, ଡାବୁଗାଁ, କୋଟପାଡ ବିଧାନସଭା କ୍ଷେତ୍ରରେ ୮୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସବୁଠାରୁ କମ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ୫୫.୫୯ ପ୍ରତିଶତ ମତଦାନ ହୋଇଛି ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମପୁର ବିଧାନସଭାରେ ୫୫.୫୯ ପ୍ରତିଶତ, ଛତ୍ରପୁରରେ ୬୫.୯୮ ପ୍ରତିଶତ, ଚିକିଟିରେ ୬୫.୦୦ ପ୍ରତିଶତ, ଦିଗପହଣ୍ଡିରେ ୬୫.୭୩ ପ୍ରତିଶତ, ଗୋପାଳପୁରରେ ୬୩.୪୧ ପ୍ରତିଶତ, ମୋହନାରେ ୭୩.୩୬ ପ୍ରତିଶତ ଓ ପାରଳାଖେମୁଣ୍ଡିରେ ୬୮.୦୯ ପ୍ରତିଶତ ମତଦାନ ହୋଇଛି । ସେହିପରି କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ୭୬.୦୩ ପ୍ରତିଶତ, ଧର୍ମଗଡ଼ରେ ୭୯.୬୪ ପ୍ରତିଶତ, ଜୁନାଗଡ଼ରେ ୮୦.୨୪ ପ୍ରତିଶତ, ଖରିଆରରେ ୭୮.୨୫ ପ୍ରତିଶତ, ଲାଞ୍ଜିଗଡ଼ରେ ୭୬.୫୫ ପ୍ରତିଶତ, ନର୍ଲାରେ ୭୯.୬୦ ପ୍ରତିଶତ ଓ ନୂଆପଡାରେ ୭୪.୭୬ ପ୍ରତିଶତ ମତଦାନ ହୋଇଛି ।

ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଷମ କଟକ ବିଧାନସଭା କ୍ଷେତ୍ରରେ ୭୮.୫୦ ପ୍ରତିଶତ, ଗୁଣୁପୁରରେ ୭୨.୫୫ ପ୍ରତିଶତ, ଜୟପୁରରେ ୭୭.୮୨ ପ୍ରତିଶତ, କୋରାପୁଟରେ ୭୬.୩୪ ପ୍ରତିଶତ, ଲକ୍ଷ୍ମୀପୁରରେ ୮୧.୭୨ ପ୍ରତିଶତ, ପଟାଙ୍ଗୀରେ ୮୨.୪୭ ପ୍ରତିଶତ, ରାୟଗଡ଼ାରେ ୭୫.୨୦ ପ୍ରତିଶତ ମତଦାନ ହୋଇଛି । ଅନ୍ୟପକ୍ଷରେ ନବରଙ୍ଗପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଚିତକୋଣ୍ଡା ବିଧାନସଭା କ୍ଷେତ୍ରରେ ୭୫.୮୨ ପ୍ରତିଶତ, ଡାବୁଗାଁରେ ୮୫.୨୫ ପ୍ରତିଶତ, ଝରିଗାଁରେ ୮୪.୨୩ ପ୍ରତିଶତ, କୋଟପାଡ଼ରେ ୮୫.୩୪ ପ୍ରତିଶତ, ମାଲକାନଗିରିରେ ୭୬.୩୫ ପ୍ରତିଶତ, ନବରଙ୍ଗପୁରରେ ୮୫.୬୩ ପ୍ରତିଶତ ଓ ଉମକୋଟରେ ୮୩.୦୫ ପ୍ରତିଶତ ମତଦାନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ନିର୍ବାଚନ 2024: ଦ୍ବିତୀୟ ପର୍ଯ୍ୟାୟରେ 95 କୋଟିପତି ପ୍ରାର୍ଥୀ, ଟପ୍ 3ରେ ନବୀନ, 33% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା - ADR Report

ରାଜ୍ୟରେ ଅନ୍ୟତମ ସର୍ବାଧିକ ମାଓ ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା ଚିତ୍ରକୋଣ୍ଡାରେ ପ୍ରାୟ ୭୬ ପ୍ରତିଶତ ମତଦାନ ହୋଇଛି । 2019 ନିର୍ବାଚନରେ ୬୮ ପ୍ରତିଶତ ମତଦାନ ହୋଇଥିଲା । ସେଠାରେ ପ୍ରାୟ ୮ ପ୍ରତିଶତ ମତଦାନ ବଢିଛି । ସେହିପରି ସ୍ୱାଭିମାନ ଅଞ୍ଚଳରେ ଥିବା ୯ ପଞ୍ଚାୟତର ୨୩ ବୁଥରେ ବିପୁଳ ପରିମାଣରେ ମତଦାନ କରିଛନ୍ତି । ଯାହା ଗଣତନ୍ତ୍ର ପାଇଁ ଶୁଭ କଥା । ସ୍ୱାଭିମାନ ଅଞ୍ଚଳର ଲୋକମାନେ ମତଦାନ ପାଇଁ ଆଗ୍ରହ ଦେଖାଇଛନ୍ତି । ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସେଠାରେ ବହୁ ପଦକ୍ଷେପ ନିଆଯାଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଜିଲ୍ଲାପାଳ ମାନେ ବହୁ ପଦକ୍ଷେପ ନେଇଛନ୍ତି । ପାଗ ଅନୁକୂଳ ରହିବା ଭୋଟିଂ ପ୍ରତିଶତ ବଢ଼େଇବାରେ ସାହାୟକ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2024, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.