ETV Bharat / state

ଚାଷୀ ଚଳାଇବେ ଡ୍ରୋନ; ଓୟୁଏଟିରେ ଖୁବ ଶୀଘ୍ର ଆରମ୍ଭ ହେବ ଡ୍ରୋନ ଟ୍ରେନିଂ ସେଣ୍ଟର - ଚାଷୀ ଉଡାଇବେ ଡ୍ରୋନ

Odisha Farmers Will Operate Drone: ଚାଷୀ ଉଡାଇବେ ଡ୍ରୋନ। ସହଜ ହେବ ଚାଷ ଜମିରେ କୀଟନାଶକ ସାରା ଛିଞ୍ଚନ। ଏନେଇ ଚାଷୀ ମାନେ ପୁନେ ରୁ ତାଲିମ ନେଇ ଆସିଛନ୍ତି। ଏକ କମ୍ପାନୀ ଚାଷୀ ମାନଙ୍କୁ ଦେବ ଡ୍ରୋନ। ରାଜ୍ୟର ପାଖାପାଖି 90 ଜଣ ଚାଷୀଙ୍କୁ ଯୋଗାଇ ଦିଆଯିବ ଡ୍ରୋନ। ଏଭଳି କି ଅନ୍ୟ ରାଜ୍ୟରେ ଥିବା ଚାଷୀ ମାନଙ୍କୁ ମଧ୍ୟ ଡ୍ରୋନ ଯୋଗାଇ ଦେବ ଏକ ଘରୋଇ କମ୍ପାନୀ। ଅଧିକ ପଢନ୍ତୁ

ଚାଷୀ ଚଳାଇବେ ଡ୍ରୋନ; ଓୟୁଏଟିରେ ଖୁବ ଶୀଘ୍ର ଆରମ୍ଭ ହେବ ଡ୍ରୋନ ଟ୍ରେନିଂ ସେଣ୍ଟର

author img

By ETV Bharat Odisha Team

Published : Feb 1, 2024, 8:20 PM IST

ଭୁବନେଶ୍ବର: ଚାଷୀ ଉଡାଇବେ ଡ୍ରୋନ। ସହଜ ହେବ ଚାଷ ଜମିରେ କୀଟନାଶକ ସାରା ଛିଞ୍ଚନ। ଏନେଇ ଚାଷୀ ମାନେ ପୁନେ ରୁ ତାଲିମ ନେଇ ଆସିଛନ୍ତି। ଏକ କମ୍ପାନୀ ଚାଷୀ ମାନଙ୍କୁ ଦେବ ଡ୍ରୋନ। ରାଜ୍ୟର ପାଖାପାଖି 90 ଜଣ ଚାଷୀଙ୍କୁ ଯୋଗାଇ ଦିଆଯିବ ଡ୍ରୋନ। ଏଭଳି କି ଅନ୍ୟ ରାଜ୍ୟରେ ଥିବା ଚାଷୀ ମାନଙ୍କୁ ମଧ୍ୟ ଡ୍ରୋନ ଯୋଗାଇ ଦେବ ଏକ ଘରୋଇ କମ୍ପାନୀ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ ବ୍ୟବସ୍ଥା କରାଯାଉଛି। ଯାହା ସାରା ଦେଶରେ ଚଳିତ ମାସ ତୃତୀୟ ସପ୍ତାହରେ ଆୟୋଜିତ ହେବ କାର୍ଯ୍ୟକ୍ରମ।

ରାଜ୍ୟର ସାକ୍ଷୀଗୋପାଳ, ଯାଜପୁରରେ ଏହି ଡ୍ରୋନ ବଣ୍ଟନ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଉଛି। ଯେହେତୁ ଭୁବନେଶ୍ଵର ରେଡ ଜୋନ (ନିକଟରେ ବିମାନ ବନ୍ଦର) ରହିଛି ସେଥିପାଇଁ ଭୁବନେଶ୍ଵର ବାହାରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଚାଷୀ ମାନେ ଗୋଟିଏ ଡ୍ରୋନ ପିଛା ଏକ ଲକ୍ଷ ଟଙ୍କା ଜମା ରାଶି ଦେବେ। ଚାଷୀ ମାନେ 3ରୁ 5 ବର୍ଷ ମଧ୍ୟରେ ଡ୍ରୋନ ଉଡାଇବାର ସମୟ ମଧ୍ୟ ନିର୍ଧାରଣ କରାଯାଇଛି। ଚାଷୀ ମାନେ ସତରେ ଡ୍ରୋନକୁ ଉଡାଉଛନ୍ତି କି ନାହି ତାହା କମ୍ପାନୀ ଅନଲାଇନ ମଧ୍ୟରେ ସୂଚନା ପାଇପାରିବ। ଯଦି ଚାଷୀ ମାନେ 3 ବର୍ଷ ଧରି ଉଡାଇବେ ତେବେ ଡ୍ରୋନ ଟି ସଂପୂର୍ଣ୍ଣ ଭାବରେ ଚାଷୀଙ୍କ ହୋଇଯିବ। କିନ୍ତୁ ଯଦି ଡ୍ରୋନ ନଉଡାଇବେ ତେବେ କମ୍ପାନୀ ଚାଷୀଙ୍କ ଠାରୁ ସେହି ଡ୍ରୋନ ଟି ଫେରସ୍ତ ନେବା ସହ ଚାଷୀ ଦେଇଥିବା ଏକ ଲକ୍ଷ ଟଙ୍କା ଫେରସ୍ତ କରିଦେବ।

ଅଧିକ ପଢନ୍ତୁ- OUAT ଦ୍ଵାରା ବିକଶିତ ପାୱାର ଟିଲର ଯନ୍ତ୍ରପାତି ଡିଜାଇନକୁ ମିଳିଲା କେନ୍ଦ୍ର ସରକାରଙ୍କ ସ୍ବୀକୃତି

ଏପଟେ ଖୁବ ଶୀଘ୍ର ଓୟୁଏଟିରେ ଆରମ୍ଭ ହେବ ଡ୍ରୋନ ପ୍ରଶିକ୍ଷଣ କେନ୍ଦ୍ର। ଏନେଇ ଚାଲିଛି ପ୍ରସ୍ତୁତି। ଆଗାମୀ ରୁ 3 ମାସ ମଧ୍ୟରେ ଏହାକୁ ଆରମ୍ଭ କରାଯିବ। ପ୍ରାକ୍ଟିକାଲ ପାଇଁ ସାକ୍ଷୀଗୋପାଳରେ ଥିବା ଫାର୍ମ ମଧ୍ୟରେ କରାଯିବ। କିନ୍ତୁ ଓୟୁଏଟିରେ ଥିଓରୀ କ୍ଲାସ କରାଯିବ। ବର୍ତ୍ତମାନ ସୁଦ୍ଧା ଓୟୁଏଟିରେ ୫ ଟି ଡ୍ରୋନ ରହିଛି। ଏହା ସହ ପୁରୀ ଜଗସିଂହପୁର, ନୟାଗଡ଼ ଦେଓଗଡ଼, ମୟୂରଭଞ୍ଜ ଓ ବାରିପଦାରେ ଡ୍ରୋନ ରହିଛି। ଏହି ଡ୍ରୋନ ସାହାଯ୍ୟରେ ମଧ୍ୟ ଚାଷୀ ମାନଙ୍କୁ ଚାଷ କାର୍ଯ୍ୟରେ ସହଯୋଗ ଯୋଗାଇ ଦିଆଯାଉଛି। ଏହି ଟ୍ରେନିଂ ସେଣ୍ଟରରେ କେବଳ ଚାଷୀମାନଙ୍କୁ ଟ୍ରେନିଂ ଦିଆଯିବା ସମେତ ଯେଉଁ ମାନେ ଡ୍ରୋନ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି ସେମାନେ ଏହି ଟ୍ରେନିଂ ରେ ଯୋଗ ଦେଇପାରିବେ। କେତେ ପିଲା ଓ ଚାଷୀ ଟ୍ରେନିଂ ନେବେ ଓ ଟ୍ରେନିଂ ପାଇଁ ଖୁବ ଶୀଘ୍ର ଦର ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ବିଭାଗର ଡିନ ପ୍ରସଞ୍ଜିତ ମିଶ୍ର। ଅନ୍ୟପଟେ ଓୟୁଏଟିର କୁଳପତି ପି କେ ରାଉଳଙ୍କ ତତ୍ତ୍ବାବଧାନରେ ସମସ୍ତ ଯୋଜନା କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.