ଭୁବନେଶ୍ବର: ନବନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବନିର୍ମାଣ କୃଷକ ସଂଗଠନ । ଗତକାଲି ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ଦେଇଥିବା ଭାଷଣ କେବଳ ଫମ୍ପା ମାଠିଆରେ ଶବ୍ଦ ବୋଲି କହିଲେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।
ତେବେ ନବନିର୍ମାଣ କୃଷକ ସଂଗଠନର ଅଭିଯୋଗ ମୁତାବକ ମୋଦୀ ଗ୍ୟାରେଣ୍ଟିକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ବିକାଶର ନାରା ଦେଇଛନ୍ତି ତାହା ବାସ୍ତବିକ ମିଛ ଗ୍ୟାରେଣ୍ଟି । ଅତୀତରେ ହେଉ ଅବା ବର୍ତ୍ତମାନ ମୋଦୀ କୃଷକର ବିକାଶକୁ ନେଇ ଯେଉଁ ସବୁ ପ୍ରତିଶୃତି ଦେଇଛନ୍ତି । ତାହା ସେ ପରିପାଳନ କରିନାହାନ୍ତି । ଯେଉଁଥି ପାଇଁ କୃଷକ ଆଜି ରାଜ ରାସ୍ତାରେ ଆନ୍ଦୋଳନ କରୁଛି । ନିଜ ଅଧିକାର ପାଇଁ ସରକାରଙ୍କ ଆକ୍ରୋସର ଶିକାର ହେଉଛି । ନା ଚାଷୀର ଆୟ ବଢିଛି ନା ସେମାନଙ୍କ ସଠିକ ଅମଳର ମୂଲ୍ୟ ମିଳିଛି । ତେଣୁ ନରେନ୍ଦ୍ର ମୋଦୀ ଚାଷୀର ସ୍ୱାର୍ଥ ନୁହେଁ ଚାଷୀ ବିରୋଧୀ । ସବୁବେଳେ ଚାଷୀଙ୍କ ବିକାଶକୁ ନେଇ ମିଛ କହି ଆସୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେବାରେ ଧୂରନ୍ଧର । ଭାରତର ଚାଷୀ ସାମାଜକୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଦେଢ ଗୁଣା ଦାମ୍ ଦେଇ ସ୍ଵାମିନାଥନ ସୁପାରିସକୁ ଅନୁସରଣ କରିବା, 2022 ସୁଦ୍ଧା ସମସ୍ତ ଚାଷୀମାନଙ୍କ ଆୟକୁ ଦୁଇଗୁଣ କରିବା କହିଥିଲେ । ହେଲେ ସେ ପ୍ରତିଶ୍ରୁତି କୁଆଡେ ଗଲା । ଚଣ୍ଡିଖୋଲରେ ଭାଷଣ ବେଳେ ଓଡିଶାରେ ଚାଲିଥିବା ଲୁଣ୍ଠନ, ଶୋଷଣ ସମ୍ପର୍କରେ ପଦଟିଏ କହିଲେ ନାହିଁ । ଏଥିରେ ଜଣାପଡ଼ିଛିକୁ ଶାସନରୁ ଓଡିଶାବାସୀଙ୍କ ମୁକ୍ତି ଚାହାଁନ୍ତି ନାହିଁ ମୋଦୀ । ବିଜେପି ଏବଂ ବିଜେଡି ମଧ୍ୟରେ ଏକ ଅଘୋଷିତ ମେଣ୍ଟ ବା ଗଠବନ୍ଧନ ହୋଇସାରିଛି । ସେହିପରି କଂଗ୍ରେସ ବା ଇଣ୍ଡିଆ ମେଣ୍ଟକୁ ମୋଦୀ କଟାକ୍ଷ କରିବା ପରେ କଂଗ୍ରେସ ମଧ୍ୟ ମୁହଁ ଖୋଲୁ ନାହିଁ । ଏଥରୁ ଜଣାପଡ଼ୁଛି ଯେ, କଂଗ୍ରେସ ସହିତ ବିଜେଡିର ସମ୍ପର୍କ ରହିିଛି ।"
ଏହା ମଧ୍ୟ ପଢନ୍ତୁ......କେନ୍ଦୁଝର ଦେଇ ଗଡିଲା ଦିଲ୍ଲୀ ଟ୍ରେନ, ଆଭାସୀ ଯୋଗେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରକାଶ ଯୋଗ୍ୟ, ଗତକାଲି (ମଙ୍ଗଳବାର) ଦିନ ଯାଜପୁର ଜିଲ୍ଲାକୁ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ପ୍ରଥମେ ଚଣ୍ଡିଖୋଲ ସ୍ଥିତ ବେଣାପୁର ହେଲିପ୍ୟାଡ଼ ନିକଟରେ 2:45 ମିନିଟ ସମୟରେ ପହଞ୍ଚି ସଭାସ୍ଥଳକୁ ଆସିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । 20 ହଜାର କୋଟି ଟଙ୍କାର 15ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିଥିଲେ । ଏହାପରେ ଉଦଘାଟନ ସ୍ଥଳୀରୁ ମାତ୍ର 2ଶହ ମିଟର ଦୂରରେ ଆୟୋଜିତ ହେଇଥିବା ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର