ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମୁହାମୁହିଁ ହୋଇଛନ୍ତି ପୋଲିସ ଓ ମାଓବାଦୀ। ଫଳରେ ପୋଲିସ ଭୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ତେବେ ମାଓ କ୍ୟାମ୍ପ ଠାବ କରିବା ସହ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ମିଳିଥିଲା । ଏନେଇ ସୂଚନା ପାଇବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ ଓ ଏସଓଜି ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବାବେଳେ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଜବତ କରାଯାଇଛି ।
କଳାହାଣ୍ଡି ଏସପି ଅଭିଳାଶ ଜି କହିଛନ୍ତି, "ସୁରକ୍ଷା କର୍ମୀମାନେ ମାଓ କ୍ୟାମ୍ପ ଠାବ କରିବା ସହ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି । ଏହାସହ ଗୋଟିଏ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରାଯାଇଛି । ବର୍ତ୍ତମାନ ମଧ୍ୟ ମନସ୍କା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କ୍ୟାମ୍ପ ଠାବ ସମୟରେ ୫୮ ଟି ଜୀବନ୍ତ ଗୁଳି, ନକ୍ସଲ ପୋଷାକ, ୭୪ ଟି ଜିଲଟିନ, ୧୦ ଟି ଡେଟୋନେଟର, ହ୍ୟାଣ୍ଡ ଗ୍ରେନେଟ, ଗନ୍ ପାଉଡର ସମେତ ମାଓ ବ୍ୟାନର ମଧ୍ୟ ଜବତ ହୋଇଛି । ଜବତ ବ୍ୟାନରରେ ଟାପରେଙ୍ଗ ମାଓ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆହ୍ବାନ ରହିଥିବାବେଳେ ଖଣି ଖନନକୁ ବିରୋଧ କରାଯାଇ ପୋଷ୍ଟରରେ ଉଲ୍ଲେଖ ରହିଛି ।"
ଏହା ମଧ୍ୟ ପଢନ୍ତୁ...ଦୁର୍ବଳ ହେଉଛି ମାଓସଂଗଠନ ! ବଲାଙ୍ଗୀରରେ ହାର୍ଡକୋର ମାଓ ନେତାର ଆତ୍ମସମର୍ପଣ
ଏହା ମଧ୍ୟ ପଢନ୍ତୁ...ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗୀରେ ପୋଲିସର ଫ୍ଲାଗ ମାର୍ଚ୍ଚ
ଏହା ମଧ୍ୟ ପଢନ୍ତୁ...କୋଟଗଡ଼ରେ ଯବାନ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଲେ ଲାଲବାହିନୀ
ଏହି କ୍ୟାମ୍ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ଓ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଡିଭିଜନାଲ ଟିମର ମାଓବାଦୀମାନେ ରହିଥିବା ଜଣାପଡ଼ିଛି । ସେମାନଙ୍କର ଏକ ବଡ଼ ଯୋଜନା ଚାଲିଥିବାବେଳେ ସୁରକ୍ଷା କର୍ମୀଙ୍କୁ ଦେଖିବା ପରେ ଅନ୍ଧାର ରାତିରେ ସୁଯୋଗ ନେଇ ସମସ୍ତେ ଛତ୍ରଭଙ୍ଗ ଦେଇଥିବା ନେଇ କଳାହାଣ୍ଡି ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି। ଏନେଇ ଆଜି ଜିଲ୍ଲା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଅଭିଳାଷ ଜି, ସିଆରପିଏସ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ ଉପସ୍ଥିତ ରହିଥିଲେ।
ଇଟିଭି ଭାରତ, କଳାହାଣ୍ଡି