ETV Bharat / state

ବିପଦରେ ଅଠରନଳା, ଆବର୍ଜନା ଗନ୍ଧରେ ଫାଟୁଛି ପରିବେଶ

author img

By ETV Bharat Odisha Team

Published : Feb 25, 2024, 9:08 PM IST

Updated : Feb 25, 2024, 9:24 PM IST

Puri Atharanala: ବିପଦରେ ଐତିହ୍ୟ ଅଠରନଳା । ଏଏସଆଇ ପକ୍ଷରୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନଥିବା ଅଭିଯୋଗ କରାଯାଇଛି । ଅଧିକ ପଢ଼ନ୍ତୁ

ବିପଦରେ ଅଠରନଳା
ବିପଦରେ ଅଠରନଳା
ବିପଦରେ ଅଠରନଳା, ଆବର୍ଜନା ଗନ୍ଧରେ ଫାଟୁଛି ପରିବେଶ

ପୁରୀ: ବିପଦରେ ଐତିହ୍ୟ ଅଠରନଳା । ଏଏସଆଇ ପକ୍ଷରୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନଥିବା ଅଭିଯୋଗ କରାଯାଇଛି । ପୁରୀରେ ଥିବା ଅଠରନଳା ବ୍ରିଜ ପିଲାରରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ବ୍ରିଜ ଉପରେ ବର ଏବଂ ଓସ୍ତ ଗଛ ଉଠିଥିବା ବେଳେ ଏହାର ଚେର ପଥରରେ ଫାଟ ସୃଷ୍ଟି କରୁଥିବା ଦେଖାଯାଇଛି । ଫାଟ କାରଣରୁ ଅଠର ନଳା ଭୁଶୁଡି ପଡିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି ।

ଶ୍ରୀକ୍ଷେତ୍ରର ପ୍ରବେଶ ପଥ ହେଉଛି ଐତିହ୍ୟ ଅଠରନଳା । ଯାହାର ନିର୍ମାଣ 1050 ଖ୍ରୀଷ୍ଟାବ୍ଦରେ ହୋଇଥିଲା । ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଗତ 2015 ନବକଳେବରଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ 100 କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ହେଲେ ବ୍ୟାପକ ଦୁର୍ନୀତି ଯୋଗୁଁ ଅଠରନଳାର ପୁନରୁଦ୍ଧାର ହୋଇ ପାରୁନଥିବା ଅଭିଯୋଗ ହେଉଛି । କେବଳ ନୂତନ ବର୍ଷରେ 3ରୁ 4 ଦିନ ରଙ୍ଗୀନ ଆଲୋକ ମାଳାରେ ସଜାଇ ଲୋକ ଦେଖାଣିଆ ପ୍ରଦର୍ଶନ କରାଯାଉଛି । ଅନ୍ୟ ସମୟରେ ଅନ୍ଧାରରେ ରହୁଚି ଅଠର ନଳା । ଏହାର ସୁଯୋଗ ନେଇ ବ୍ରିଜ ଉପରେ ଅସାମାଜିକ ଲୋକମାନେ ବସି ମଦ୍ୟପାନ କରୁଥିବା ମଧ୍ୟ ଅଭିଯୋଗ ଆସିଛି । ସେପଟେ ମୂଷା ନଦୀ ଉପରେ ଥିବା ଅଠରନଳା ପୋଲ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହୁଥିବାରୁ ଦୁର୍ଗନ୍ଧରେ ପରିବେଶ ପ୍ରଦୂଷିତ ହେଉଛି । ଫଳରେ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... କାଗଜପତ୍ରରେ ଲାଗିଛି ଆକ୍ବାଗାର୍ଡ ! ପିଇବା ପାଣି ପାଇଁ ହନ୍ତସନ୍ତ ଛାତ୍ରଛାତ୍ରୀ

ଅଠରନଳା ପୋଲ ଉପରେ ଗତ 2019 ମସିହାଠାରୁ ଯାତାୟତକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରଯାଇଛି । ଏହାକୁ ଏଏସଆଇ ନିଜ ଅଧୀନକୁ ନେଇ ଏହାର ରକ୍ଷଣାବେକ୍ଷଣ କରୁଥିବା ସୂଚନା ମିଳିଛି । ହେଲେ ଏଏସଆଇର ଅବହେଳା କାରଣରୁ ଅଠରନଳା ଏବେ ବିପଦରେ ଥିବା ଅଭିଯୋଗ ଆସିଛି । ଏଭଳି ଅବହେଳାକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ସିହ୍ନା । ସେ କହିଛନ୍ତି, " ଅଠରନଳା ଏବେ ବିପଦରେ । ଓଡ଼ିଶାରେ ଥିବା ଏଏସଆଇ ଅଧିକାରୀଙ୍କ ଅଭିଜ୍ଞତା ନଥିବାରୁ ଅଠର ନଳାର ରକ୍ଷଣାବେକ୍ଷଣ ହୋଇ ପାରୁନାହିଁ । ତୁରନ୍ତ ସ୍ଵତନ୍ତ୍ର ଟିମ୍ ଡକାଯାଇ ଅଠରନଳାର ସର୍ଭେ କରାଯାଇ ସଂରକ୍ଷଣ କରାଯାଉ ।"

ସେହିପରି ଅଠରନଳା ଚାରି ପାଖରେ ବେଆଇନ ନିର୍ମାଣ ବନ୍ଦ କରିବାକୁ ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ ଦାବି କରିଛନ୍ତି । ଅଠରନଳା ନିକଟରେ ବେଆଇନ ନିର୍ମାଣ ଯୋଗୁ ଭୂମିରେ କମ୍ପନ ହୋଇ ଅଠରନଳାକୁ ବିପଦ ସାଜିଛିଥିବା ସେ କହିଛନ୍ତି । ସେପଟେ ଏଏସଆଇ ଅଧିକାରି ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି, "ଅଠରନଳାକୁ କୌଣସି ବିପଦ ନାହିଁ । ଏଏସଆଇ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉଛି । ଯେଉଁ ଫାଟ କଥା କୁହାଯାଉଛି ତାହାର କୌଣସି ପ୍ରଭାବ ଅଠରନଳା ଉପରେ ପଡ଼ିବ ନାହିଁ। ଏହାର ମରାମତି କରାଯିବା ।"

ଇଟିଭି ଭାରତ, ପୁରୀ

Last Updated : Feb 25, 2024, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.