ETV Bharat / state

ଶଙ୍ଖ ଛାଡ଼ିଲେ ଖଲିକୋଟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଧରି ପାରନ୍ତି ପଦ୍ମ - Purna Sethy resigned from BJD

author img

By ETV Bharat Odisha Team

Published : Mar 25, 2024, 1:58 PM IST

Updated : Mar 25, 2024, 2:32 PM IST

Khallikot ex MLA Purna Chandra Sethy resigned from BJD: ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ସେ ବିଜେପିରେ ହୋଇପାରନ୍ତି ସାମିଲ । ଅଧିକ ପଢନ୍ତୁ,

Purna Chandra Sethy resigned from BJD
Purna Chandra Sethy resigned from BJD
Purna Chandra Sethy resigned from BJD

ଭୁବନେଶ୍ୱର/ବ୍ରହ୍ମପୁର: ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ସେ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳ ଛାଡିବାର କାରଣ ଇସ୍ତଫା ପତ୍ରରେ ଦର୍ଶାଇ ନାହାନ୍ତି । ସେ ବିଜେଡି ଟିକେଟରେ ଦୁଇ ଥର ବିଧାୟକ ହୋଇଛନ୍ତି । ପୂର୍ଣ୍ଣଚନ୍ଦ୍ର ଖୁବଶୀଘ୍ର ପଦ୍ମ ଧରି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Purna Chandra Sethy resigned from BJD
Purna Chandra Sethy resigned from BJD

ଶଙ୍ଖ ଛାଡିଲେ ଖଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟ ପରିଷଦ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ ଦେଇଛନ୍ତି । ତେବେ କେଉଁ କାରଣରୁ ଇସ୍ତଫା ଦେଉଛନ୍ତି ସେନେଇ ଇସ୍ତଫା ପତ୍ରରେ ଦର୍ଶାଇ ନଥିବା ବେଳେ ତାଙ୍କୁ ଲୋକମାନଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଟିକେଟରେ 2 ଥର ବିଧାୟକ ହୋଇଛନ୍ତି । 2009ରୁ 2014 ଓ 2014ରୁ 2019 ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ଖଲ୍ଲିକୋଟରେ ତାଙ୍କର ବେଶ ଦବଦବା ମଧ୍ୟ ରହିଥିଲା । କିନ୍ତୁ ଗତ ନିର୍ବାଚନରେ ପୂର୍ଣ୍ଣ ଚନ୍ଦ୍ରଙ୍କ ବଦଳରେ ସୂର୍ଯ୍ୟମଣି ବୈଦ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଯାହାକୁ ନେଇ ପୂର୍ଣ୍ଣ ଚନ୍ଦ୍ର ଅସନ୍ତୋଷ ଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ.. କଳାହାଣ୍ଡିରେ ମହିଳା କାର୍ଡ ଖେଳିଲା ବିଜେପି, ବସନ୍ତଙ୍କ ବଦଳରେ ପ୍ରାର୍ଥୀ ହେଲେ ମାଳବିକା - LOK SABHA ELECTIONS

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଏକାନ୍ତ ସହଯୋଗୀ ଭାବେ ପରିଚିତ ପୂର୍ଣ୍ଣଚନ୍ଦ୍ର ସେଠୀ । ତେବେ ସେ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ନେତାମାନଙ୍କର ଦଳ ଡିଆଁ ରାଜନୀତି ଜୋର ଧରିଛି । ତେବେ ଏହାପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ କୁହାଯାଉଥିବା ପୂର୍ଣ୍ଣ ଚନ୍ଦ୍ର ସେଠୀ ମଧ୍ୟ ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦଳରୁ ଇସ୍ତଫା ଦେବା ପରେ ଇଟିଭି ଭାରତ ସହିତ ଆଲୋଚନା ସମୟରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦଳରେ ଅବହେଳା କରୁଥିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ସେହିପରି ଜିଲ୍ଲାର କୌଣସି ବୈଠକ କିମ୍ୱା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିମନ୍ତ୍ରଣ କରାଯାଉନଥିବା ବେଳେ ଏହାର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ହେଲେ ଏହାକୁ ନେଇ କୌଣସି ସୁଫଳ ମିଳିଲାନାହିଁ । ସେ କହିଛନ୍ତି, ବିଗତ ଦିନରେ ଭୁବନେଶ୍ୱରକୁ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇପାରିନଥିଲା । ଗୋଟିଏ ପଟେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ବେଳେ ଏ ନେଇ ଆଗାମୀ ଦିନରେ ଅନ୍ୟ କୌଣସି ଦଳରେ ଯୋଗଦାନ କରିବାକୁ ଯୋଜନା କରିଥିବା ପ୍ରଶ୍ନରେ ପୂ୍ଣ୍ଣଚନ୍ଦ୍ର କହିଛନ୍ତି, ତାହା ସମୟ କହିବ ଏବଂ ପରିବାର ବର୍ଗଙ୍କ ସହିତ ଆଲୋଚନା ପରେ କହିବେ । ଯଦି ଅନ୍ୟ ଦଳରୁ ସୁଯୋଗ ମିଳେ ତାହା ହେଲେ ଦେଖିବା ବୋଲି ଇଟିଭି ଭାରତ ସହିତ ଆଲୋଚନା ସମୟରେ କହିଛନ୍ତି ଖଲ୍ଲିକୋଟର ପୂର୍ବତନ ବିଧାୟକ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ।

ଇଟିଭି ଭାରତ, ଭୁବନେଶ୍ୱର/ବ୍ରହ୍ମପୁର

Last Updated : Mar 25, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.