ETV Bharat / state

ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ଜବତ କଲା ପୋଲିସ ଓ ଗୁଇନ୍ଦା ଟିମ୍ - Army Uniform Seized

Army Uniform Seized: ବେଆଇନ ଭାବେ ବିକ୍ରି ହେଉଥିଲା ଭାରତୀୟ ସେନାର ବହୁ କମ୍ବାଟ ୟୁନିଫର୍ମ। ବ୍ରହ୍ମପୁର ପୋଲିସ ଓ ସେନା ଗୁଇନ୍ଦା ଟିମ୍ ମିଳିତ ଭାବେ ଚଢାଉ କରିଛନ୍ତି। ଅଧିକ ପଢନ୍ତୁ

Army Uniform Seized
Army Uniform Seized
author img

By ETV Bharat Odisha Team

Published : Feb 19, 2024, 2:42 PM IST

Updated : Feb 19, 2024, 4:42 PM IST

ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ଜବତ କଲା ପୋଲିସ ଓ ଗୁଇନ୍ଦା ଟିମ୍

ବ୍ରହ୍ମପୁର: ବଜାରରେ ବିକ୍ରି ହେଉଛି ଭାରତୀୟ ସେନାର ମାଳମାଳ ୟୁନିଫର୍ମ । ଚଢାଉ ପରେ ଏଭଳି ସତ ସାମନାକୁ ଆସିଛି । ବ୍ରହ୍ମପୁର ପୋଲିସ ଓ ସେନା ଗୁଇନ୍ଦା ଟିମ୍ ମିଳିତ ଭାବେ ଚଢ଼ାଉ କରିଛନ୍ତି । ଏହି ଚଢାଉରେ ଭାରତୀୟ ସେନାର କମ୍ବାଟ ୟୁନିଫର୍ମ ଜବତ ହୋଇଛି । ମୋଟ୍ 488 ମିଟର କପଡ଼ା ଜବତ କରାଯାଇଛି । ସୂଚନା ଅନୁସାରେ, ଗଞ୍ଜାମ ଗ୍ୟାଲାକ୍ସି ନାମକ ଏକ ଦୋକାନରେ ଏହି ୟୁନିଫର୍ମ ବିକ୍ରି ହେଉଥିଲା । ଗୋଳବନ୍ଧ ଆର୍ମି ଏଡି କଲେଜରେ କାର୍ଯ୍ୟରତ ରାମବାବୁ ଡାଙ୍ଗି ନାମକ ଜଣେ କର୍ମଚାରୀ ଏହି ଦୋକାନରେ ୟୁନିଫର୍ମ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଖବର ଦେଇଥିବା ଜଣାପଡ଼ିଛି ।

15 ଜାନୁଆରୀ 2022 ମସିହାରେ ନୂଆ ଡିଜିଟାଲ କମ୍ବାଟ୍ ୟୁନିଫର୍ମକୁ ଆର୍ମି ପକ୍ଷରୁ ଅଚଳ କରାଯାଇ ପୁଣି ଥରେ ପୁରୁଣା ୟୁନିଫର୍ମ ଲାଗୁ କରାଯାଇଛି । ସୂଚନା ଅନୁସାରେ, ଏହି କପଡ଼ା କେବଳ ଆର୍ମି କ୍ୟାଣ୍ଟିନରେ ଉପଲବ୍ଧ ହୋଇଥାଏ। ଖୋଲା ବଜାରରେ ଏହାର ବିକ୍ରି ନିଷେଧ। ହେଲେ ସମସ୍ତଙ୍କ ଆଖିରେ ଧୂଳି ଦେଇ କିଭଳି ଏହାକୁ ଖୁଲମଖୁଲା ବିକ୍ରି କରାଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କୋଲକାତା ଓ ଲୁଧିଆନାର ଏକ କମ୍ପାନୀରୁ ଏସବୁ ପ୍ରସ୍ତୁତ କରାଯାଇ ଅଣାଯାଇଥିବା ଜଣାପଡ଼ିଛି । ଏହି ଆନ୍ତଃରାଜ୍ୟ ରାକେଟ୍ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ।

ଏହା ମଧ୍ୟ ପଢନ୍ତୁ...1 ହଜାର ବୋତଲ ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ଏହା ମଧ୍ୟ ପଢନ୍ତୁ...ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ ! ସ୍ବାସ୍ଥ୍ଯ ବିଭାଗର ଚଢ଼ାଉ, ୫ ଅଟକ

ଏସପି କହିଛନ୍ତି, "ଏହି ଦୋକାନରୁ କିଏ କିଏ ଆର୍ମି ପୋଷାକ କିଣି ନେଇଥିଲେ ସେମାନଙ୍କ ଲିଷ୍ଟ ପ୍ରସ୍ତୁତ କରଯାଉଛି । ସେମାନଙ୍କଠାରୁ କିଭଳି ଏସବୁ ରିକୋଭରି କରାଯିବ ଚେଷ୍ଟା ଜାରି ରହିଛି ।" କପି ରାଇଟ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଦୋକାନ ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଜବତ ହୋଇଥିବା 488 ମିଟର କପଡ଼ାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ହୋଇଥିବା ଜଣାପଡ଼ିଛି । ଏହି ନକଲି ୟୁନିଫର୍ମ ଚେର କେତେ ଦୂର ଲମ୍ବିଛି, ସେନେଇ ପୋଲିସ ଖୋଳତାଡ଼ ଚଳାଇଛି । ଅଧିକ ତଦନ୍ତ ପରେ ଏହି ୟୁନିଫର୍ମ କେଉଁଠି ପ୍ରସ୍ତୁତ କରାଯାଉଛି ଏବଂ କିପରି ଚାଲାଣ ହେଉଛନ୍ତି ସେନେଇ ଅଧିକ ତଥ୍ୟ ଜଣାପଡ଼ିବ। ଏହି ବିନା ଅନୁମତିରେ ଭାରତୀୟ ସ୍ଥଳ ସେନାର ନୂତନ କମ୍ୱୋଟ ୟୁନିଫର୍ମକୁ ବ୍ରହ୍ମପୁର ସହରରେ ବିକ୍ରି କରିବା ନେଇ ସହରର ଟାଉନ୍ ଥାନା ପୋଲିସ ପକ୍ଷରୁ ଏ ନେଇ ୫୭/୨୦୨୩ ଅନୁଯାୟୀ ଏକ ମାମଲା ରୁଜ କରିବ ସହିତ ୪୨୦/୪୮୬/୬୩ କପିରାଇଟ୍ ଆକ୍ଟ ଅନୁଯାୟୀ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 19, 2024, 4:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.