ETV Bharat / state

ପଦ୍ମ ଧରିପାରନ୍ତି ପୂର୍ବତନ ବରି ବିଧାୟିକା ସୁନନ୍ଦା, କହିଲେ '3 ଦିନରେ ନୂଆ ଦଳରେ ଯୋଗ ଦେବି' - SUNANDA DAS RESIGNS FROM BJD

ଯାଜପୁର ବରିର ପୂର୍ବତନ ବିଜେଡି ବିଧାୟିକା ସୁନନ୍ଦା ଦାସ ଦଳ ଛାଡ଼ିଲେ । ଇସ୍ତଫା ପରେ ପ୍ରଣବ ଓ କଟୋରୀ ଗୋଷ୍ଠୀକୁ ଦାୟୀ କରିବା ସହ ବିଜେପିରେ ହୋଇପାରନ୍ତି ସାମିଲ ।

ବିଜେଡିରୁ ଇସ୍ତଫା ଦେଲେ ସୁନନ୍ଦା; ଦଳରେ ଅଣଦେଖା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା
ବିଜେଡିରୁ ଇସ୍ତଫା ଦେଲେ ସୁନନ୍ଦା; ଦଳରେ ଅଣଦେଖା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା (ETV Bharat Odisha)
author img

By ETV Bharat Odisha Team

Published : Oct 30, 2024, 2:43 PM IST

Updated : Oct 30, 2024, 3:32 PM IST

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେବା ପରେ ମୁହା ଖୋଲିଛନ୍ତି ଦଳର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ଟିକେଟରୁ ବଞ୍ଚିତ ସହ ନିର୍ବାଚନ ପରେ ଦଳରେ ଅଣଦେଖା ଅଭିଯୋଗ ଆଣିଥିବା ସୁନନ୍ଦା ଆଜି ଆଉ ଏକ ଅଭିଯୋଗ ସହ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି । ସୁନନ୍ଦା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକା ଥିଲେ । ମାତ୍ର ଏଥର ଦଳ ତାଙ୍କୁ ଟିକେଟ ଦେଇନଥିଲା । ତାଙ୍କ ବଦଳରେ ବିଶ୍ୱରଞ୍ଜନଙ୍କୁ ଟିକଟ ଦେଇଥିଲା ଦଳ । ବିଶ୍ୱରଞ୍ଜନ ମଧ୍ୟ ବିଜୟ ଲାଭ କରିଛନ୍ତି ।

Sunanda Das (ETV Bharat Odisha)

ସାଧାରଣ ନିର୍ବାଚନରେ ଦଳର ବଡ଼ ବିପର୍ଯ୍ୟୟ ପରେ ବିଜେଡି ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା । ଦୁଇ ଜଣ ରାଜ୍ୟସଭା ସାଂସଦ ଦଳ ଛାଡି ବିଜେପିରେ ମିଶିବା ପରେ ଏବେ ଜଣେ ପୂର୍ବତନ ବିଧାୟକ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ସୁନନ୍ଦା ନିଜର ଇସ୍ତଫାପତ୍ର ବିଜେଡି ସଭାପତିଙ୍କୁ ପଠାଇଛନ୍ତି ।

ଦଳୀୟ କାର୍ଯ୍ୟକ୍ରମରେ କରାଯାଉଥିଲା ଅଣଦେଖା

ସୁନନ୍ଦା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, "୨୦୧୯ ନିର୍ବାଚନ ଦଳ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିବାରୁ ଧନ୍ୟବାଦ । ଜାତୀୟ ସ୍ତରରେ ବେଷ୍ଟ ବିଧାୟକ ଭାବେ ପରିଚୟ ପାଇଥିଲେ ମଧ୍ୟ ଦଳ ମୋ ଟିକେଟ କାଟିଥିଲା । ନିର୍ବାଚନ ସରି ୫ ମାସ ବିତିଥିଲେ ମଧ୍ୟ ମୋତେ ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା ଓ କଣଠେସା କରି ରଖାଯାଇଛି । କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଉନାହିଁ । ତେଣୁ ବାଧ୍ୟ ହୋଇ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । "

‘ଦେବାଶିଷଙ୍କୁ ହଟାଇବାକୁ ଆଣିଥିଲେ, ପରେ ମୋ ଟିକଟ କାଟିଥିଲେ’: ଇସ୍ତଫା ପରେ ସୁନନ୍ଦାଙ୍କ ବିସ୍ଫୋରଣ
‘ଦେବାଶିଷଙ୍କୁ ହଟାଇବାକୁ ଆଣିଥିଲେ, ପରେ ମୋ ଟିକଟ କାଟିଥିଲେ’: ଇସ୍ତଫା ପରେ ସୁନନ୍ଦାଙ୍କ ବିସ୍ଫୋରଣ (ETV Bharat Odisha)

ଦେବାଶିଷ ନାୟକଙ୍କ ସ୍ଥାନରେ ଟିକଟ ପାଇଥିଲେ ସୁନନ୍ଦା :

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଟିକେଟ କାଟି ଦଳ ୨୦୧୯ରେ ସୁନନ୍ଦାଙ୍କୁ ଟିକେଟ ଦେଇଥିଲା । ସୁନନ୍ଦା ୨୦୧୯ ନିର୍ବାଚନରେ ବଡ଼ ବଡ଼ ବ୍ୟବଧାନରେ ବିଜୟୀ ହୋଇ ବରୀରୁ ବିଧାୟିକା ହୋଇଥିଲେ । ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ସୁନନ୍ଦା ହରାଇଥିଲେ । ଏକଦା ସୁନନ୍ଦାଙ୍କ ନିକଟତର ଓ ୨୦୧୯ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦୀ ଥିବା ବିଶ୍ୱରଞ୍ଜନଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ସାମିଲ କରିଥିଲା ବିଜେଡି ।

ଏହା ମଧ୍ୟ ପଢନ୍ତୁ :- ବିଜେଡି ଛାଡିବେ କି ଅମର ? ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡନ୍ତୁ କହିଲେ ଲେନିନ, ବିଜେପି କହିଲା...

ଏହା ମଧ୍ୟ ପଢନ୍ତୁ :-ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ, 'ଇସ୍କନ ସହ କଥା ହେବ ଶ୍ରୀମନ୍ଦିର ପ୍ରଶାସନ'

ଏହା ମଧ୍ୟ ପଢନ୍ତୁ :-ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ନାଚି ପାରିବେନି ବାରଗାର୍ଲ

ବବିଙ୍କ ଆଡକୁ ବାଣ ମାରିଲେ ସୁନନ୍ଦା:-

ଆଜି ନିଜ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ଖୋଲା ପ୍ରତିକ୍ରିୟା ରଖିଛନ୍ତି ସୁନନ୍ଦା । କହିଛନ୍ତି, ‘‘ଗତ ୫ ମାସ ହେଲା ଦଳ ମୋତେ ଅଣଦେଖା କରିଆସିଛି । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ମୋତେ ସାମିଲ କରାଯାଉନାହିଁ । ସଂଗଠନ ସମ୍ପାଦକ ଓ ଅନ୍ୟାନ୍ୟ କୋଟରୀ ଗ୍ରୁପ ସଦସ୍ୟ ମୋ ଟିକେଟ କାଟିଥିଲେ । ଟିକେଟ ଘୋଷଣା ପୂର୍ବ ଦିନ ପ୍ରଣବ ମୋତେ ବେଷ୍ଟ-ଅପ-ଲକ୍‌ କହିଥିଲେ । କିନ୍ତୁ ତା’ ପର ଦିନ ମୋ ଟିକେଟ ନାହିଁ । ବରୀରେ ମୁଁ ଯାହା କାର୍ଯ୍ୟକ୍ରମ କରେ ସଂଗଠନ ସମ୍ପାଦକଙ୍କ ଅନୁମତି ନେଇ କରେ । ଯେଉଁ ଦଳକୁ ଗଲେ ବରୀର ବିକାଶ ହେବ ସେହି ଦଳରେ ସାମିଲ ହେବି । "

'ଦେବାଶିଷ ନାୟକଙ୍କୁ ହଟାଇବାକୁ ଆମକୁ ବିଜେଡିକୁ ଆଣିଥିଲେ, ଧୋକା ଦେଲେ ପ୍ରଣବ'

ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ କହିଛନ୍ତି, "୨୦୧୯ରେ ସାମିଲ ହୋଇ ଟିକଟ୍‌ ନେଇଥିଲୁ । ନିର୍ବାଚନ ପରେ ଅଣଦେଖା କରାଯାଉଛି । ବିଜେଡି ନେତାଙ୍କର ଅହଂକାର ବଢ଼ିଯାଇଛି । କାମ କରିବାକୁ ସୁଯୋଗ ନମିଳିଲେ କାହିଁକି ଦଳରେ ରହିବୁ । ପ୍ରଣବଙ୍କ ଭରସାରେ ବିଜେଡି ଯାଇଥିଲୁ, ସେ ଆମକୁ ଧୋକା ଦେଇଛନ୍ତି । ଦେବାଶିଷ ନାୟକଙ୍କୁ ହଟେଇବାକୁ ଆମକୁ ବିଜେଡିକୁ ଆଣିଥିଲେ । ଆମକୁ ଦେବାଶିଷଙ୍କ ବିପକ୍ଷରେ ବ୍ୟବହାର କଲେ । ଯାଜପୁରରୁ ବିଜେପିକୁ ସଫା କରିବା ପାଇଁ ଆମକୁ ବ୍ୟବହାର କରାଯାଇଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2024, 3:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.