ETV Bharat / state

ନୂଆ ଡିଜାଇନରେ ରେଳ ଷ୍ଟେସନ, ଓଡ଼ିଶାର ଆଉ 21ଟି ଷ୍ଟେସନ ହେବ ରୂପାନ୍ତର - Redevelopment Of Stations

Redevelopment Of Stations: ପୂର୍ବତଟ ରେଳ ପ୍ରାଧିକରଣରେ ଥିବା 57ଟି ରେଳଷ୍ଟେସନର ପୁନଃ ନିର୍ମାଣ କରାଯାଉଛି । ଯେଉଁଥିରେ ରାଜ୍ୟର 21ଟି ଷ୍ଟେସନ ରହିଛି । ଅଧିକ ପଢନ୍ତୁ

ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ
author img

By ETV Bharat Odisha Team

Published : Feb 23, 2024, 7:30 AM IST

ଭୁବନେଶ୍ବର: ନୂଆ ଡିଜାଇନରେ ରେଳ ଷ୍ଟେସନ । ରାଜ୍ୟରେ ଆଉ 21ଟି ଷ୍ଟେସନ ହେବ ରୂପାନ୍ତରଣ । ଅମ୍ରିତ ଷ୍ଟେସନ୍ ସ୍କିମ୍ ଅଧୀନରେ ପୂର୍ବତଟ ରେଳ ପ୍ରାଧିକରଣରେ ଥିବା 57ଟି ରେଳ ଷ୍ଟେସନର ପୁନଃ ନିର୍ମାଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ, ଗତବର୍ଷ ଠାରୁ କିଛି ପ୍ରମୁଖ ରେଳ ଷ୍ଟେସନ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି । ପୁନଃନିର୍ମାଣ କାର୍ଯ୍ୟ ପାଇଁ 25ଟି ରେଳଷ୍ଟେସନ ଚୟନ କରାଯାଇଛି । ଏହି ଷ୍ଟେସନଗୁଡ଼ିକ ହେଉଛି ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ରାଜଗାଙ୍ଗପୁର, ମେରାମୁଣ୍ଡୁଳି, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଜି, ବରଗଡ଼ ରୋଡ୍, ହିରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡା, ବଲାଙ୍ଗୀର, ହରିଶଙ୍କର ରୋଡ୍, ଜଳେଶ୍ୱର, ଭବାନୀପାଟଣା, ଖରିଆର ରୋଡ, ବଡ଼ବିଲ, ବାରିପଦା ଏବଂ ଦାମନଯୋଡି ଷ୍ଟେସନ।

ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଓଡିଶାରେ ଆହୁରି 21ଟି ଷ୍ଟେସନର ମୂଳଦୁଆ ପକାଇବାକୁ ଯାଉଛନ୍ତି । ଯେଉଁଥିରେ ରହିଛି ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗ଼ଡ, ଝାରସୁଗୁଡା ରୋଡ୍, ସମ୍ବଲପୁର ସହର, ଟିଟଲାଗଡ଼, କେସିଙ୍ଗା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ବିମଳାଗଡ, ଜାରୋଲି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗର ଏବଂ ରାୟଗଡା ରେଳ ଷ୍ଟେସନମାନ ରହିଛି ।
ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ

ସୂଚନା ଅନୁସାରେ, ଗତ 10 ବର୍ଷ ମଧ୍ୟରେ, ଓଡି଼ଶାରେ ମୋଟ 409 ରୋଡ ଓଭର ବ୍ରିଜ୍ (ROB) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ନିର୍ମାଣ ହୋଇସାରିଛି ଏବଂ ରାଜ୍ୟରେ 220 ROB / RUBs ନିର୍ମାଣ କାର୍ଯ୍ୟ ଚାଲିଛି । ରୋଡ୍ ଓଭର ବ୍ରିଜ୍ (ROBs) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ରେଳ ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯାହାକି ଲେଭଲ୍ କ୍ରସିଂ ହଟାଇବା ଏବଂ ରେଳପଥ-ସଡ଼କ ମିଶୁଥିବା ଛକରେ ସୁରକ୍ଷାକୁ ସୁଦୃଢ କରିଥାଏ ।

ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ

ଗୁଜୁରାଟର ଗାନ୍ଧିନଗର ରେଳ ଷ୍ଟେସନ 2021ରେ ଆଧୁନିକୀକରଣର ପ୍ରଥମ ଷ୍ଟେସନ ଥିଲା । ପରେ ସେହି ବର୍ଷ ରାନୀ କମଲାପାଟୀ ରେଳ ଷ୍ଟେସନ (ପୂର୍ବରୁ ହବିବଗଞ୍ଜ ନାମରେ ଜଣାଶୁଣା) ଭାରତୀୟ ରେଳବାଇର ପ୍ରଥମ ରେଳ ଷ୍ଟେସନ ଥିଲା । ଦେଶର 1300ଶହରୁ ଅଧିକ ରେଳ ଷ୍ଟେସନକୁ ‘ଅମୃତ ଷ୍ଟେସନ’ ରୂପେ ରୂପାନ୍ତର କରିବା ପାଇଁ କେନ୍ଦ୍ର ବର୍ତ୍ତମାନ ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛି । ତେବେ 27ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 508ଟି ଷ୍ଟେସନ ପୁନଃ ନିର୍ମାଣ କରାଯାଉଛି । ସେଥିମଧ୍ୟରୁ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ 55, ବିହାରରେ 49, ମହାରାଷ୍ଟ୍ରରେ 44, ପଶ୍ଚିମବଙ୍ଗରେ 37, ମଧ୍ୟପ୍ରଦେଶରେ 34ଟି ରହିଛି ।

ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ
ରେଳଷ୍ଟେସନ ପୁନଃ ନିର୍ମାଣ

ଏହା ମଧ୍ୟ ପଢନ୍ତୁ...ନୂଆ ରୂପ ପାଇବ ବାରବାଟୀ: ସମୀକ୍ଷା କଲେ 5ଟି ଅଧ୍ୟକ୍ଷ, 27ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ସେହିପରି ଆସାମରେ 32, ଓଡି଼ଶାରେ 25, ପଞ୍ଜାବରେ 22, ଗୁଜୁରାଟ ଏବଂ ତେଲେଙ୍ଗାନାରେ 21ଲେଖାଏଁ, ଝାଡ଼ଖଣ୍ଡରେ 20, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ 18, ହରିୟାଣାରେ 15, କର୍ଣ୍ଣାଟକରେ 13ଟି ରହିଛି । ଏହି ଯୋଜନାରେ ଷ୍ଟେସନ୍ ପ୍ରବେଶପଥ, ସର୍କୁଲାର୍ ଏରିଆ, ୱେଟିଂ ହଲ୍, ଟଏଲେଟ୍, ଲିଫ୍ଟ - ଏସ୍କାଲେଟର୍, ଷ୍ଟେସନରେ ଆବଶ୍ୟକତା ଅନୁଯାୟୀ ସ୍ୱଚ୍ଛତା, ମାଗଣା ୱାଇଫାଇ, କିଓସ୍କ ଭଳି ସୁବିଧାରେ ଉନ୍ନତି ଆଣିବା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଏବଂ ପର୍ଯ୍ୟାୟ କ୍ରମେ ସେମାନଙ୍କର କାର୍ଯ୍ୟକାରିତା ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତ୍ୟେକ ଷ୍ଟେସନରେ, 'ୱାନ ଷ୍ଟେସନ୍ ୱାନ୍ ପ୍ରଡକ୍ଟ', ଉନ୍ନତ ଯାତ୍ରୀ ସୂଚନା ପ୍ରଣାଳୀ, ଏକଜିକ୍ୟୁଟିଭ୍ ଆଲାଉନ୍ସ, ବ୍ୟବସାୟ ବୈଠକ ପାଇଁ ମନୋନୀତ ସ୍ଥାନ, ଲ୍ୟାଣ୍ଡସ୍କେପ୍ ଇତ୍ୟାଦିକୁ ଦୃଷ୍ଟି ଦିଆଯାଇଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.