ETV Bharat / state

ମଣିଷ-ହାତୀ ଲଢ଼େଇରେ ପଡ଼ିବ ପୂର୍ଣ୍ଣଚ୍ଛେଦ, 4ଟି କୁମ୍‌କୀ ହାତୀ ପାଇଁ ସରକାରଙ୍କ ଚିଠି

Kumki Elephant: ତାମିଲନାଡୁରୁ ୪ଟି ତିଲିମପ୍ରାପ୍ତ କୁମ୍‌କି ହାତୀ ଆଣିବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

4ଟି କୁମ୍‌କୀ ହାତୀ ପାଇଁ ସରକାରଙ୍କ ଚିଠି
4ଟି କୁମ୍‌କୀ ହାତୀ ପାଇଁ ସରକାରଙ୍କ ଚିଠି
author img

By ETV Bharat Odisha Team

Published : Jan 22, 2024, 8:36 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ହାତୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଜଙ୍ଗଲୀ ହାତୀମାନେ ଜନବସତି ମୁହାଁ ହେଉଛନ୍ତି । ଫଳରେ ହାତୀ ଓ ମଣିଷ ଭିତରେ ଲଢ଼େଇ ଲାଗୁଛି । କେତେବେଳେ ମଣିଷ ହାତୀ ଉପରେ ଭାରି ପଡ଼ିଯାଉଛି ତ ଆଉ କେତେବେଳେ ମଣିଷ ଉପରେ ହାତୀ । ତେବେ ଏହି ମଣିଷ ହାତୀ ଲଢ଼େଇକୁ ରୋକିବ କୁମ୍‌କି ତାଲିମ ନେଇଥିବା ହାତୀ । କୁମ୍‌କି ହାତୀ ପାଇଁ ସରକାରଙ୍କ ଚିଠି । ତାମିଲନାଡୁରୁ ୪ଟି ତିଲିମପ୍ରାପ୍ତ କୁମ୍‌କି ହାତୀ ଆଣିବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଜନବସତିକୁ ପଶି ଆସୁଥିବା ବଣୁଆ ହାତୀ ଘଉଡ଼ାଇବା କାର୍ଯ୍ୟ କରିବ ଏହି ହାତୀ । ଫରେଷ୍ଟ ପାଟ୍ରୋଲିଂ ଓ ଉଦ୍ଧାର କାର୍ଯ୍ୟ ପାଇଁ କୁମ୍‌କି ହାତୀ ଆବଶ୍ୟକ ।

ବିଗତ ବର୍ଷ ଗୁଡିକରେ ହାତୀ ମଣିଷ ବିବାଦକୁ ହ୍ରାସ କରିବାରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ବଢ଼ୁଥିବା ହାତୀ ଦୌରାତ୍ମ୍ୟକୁ ରୋକିବା ପାଇଁ କୁମ୍‌କି ହାତୀ ଆଣିବା ପାଇଁ ସରକରା ଚିଠି ଲେଖିଛନ୍ତି । କୁମ୍‌କି ତାଲିମପ୍ରାପ୍ତ ହାତୀ ଅନ୍ୟ ହାତୀମାନଙ୍କୁ ସଠିକ ବାଟରେ ଆଣିବ । ବିଶେଷ ଭାବରେ ବଣୁଆ ହାତୀଙ୍କ ଉପରେ ନଜର ରଖିପାରିବ । ଯାହାଦ୍ଵାରା ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଫସଲର କ୍ଷତି, ମଣିଷ ବାସସ୍ଥାନ କ୍ଷତି ନକରିବା ଆଦି ଉପରେ ନଜର ରଖିବ କୁମ୍‌କି ହାତୀ । ଏହି ହାତୀମାନଙ୍କୁ ଜଙ୍ଗଲ ପାଟ୍ରୋଲିଂ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ନିୟୋଜିତ କରାଯିବ । ଏହା ତାମିଲନାଡୁରେ ବିଶେଷ ଭାବରେ ପରିଚାଳନା କରାଯାଏ । ଯେଉଁଠାରେ କୁମ୍‌କି ହାତୀମାନଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଉଦ୍ଦେଶ୍ୟରେ ତାଲିମ ଦିଆଯାଏ ।

ତେବେ ଓଡିଶାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ନିୟୋଜନ ପାଇଁ ଚାରିଟି କୁମ୍‌କି ହାତୀ ଯୋଗାଇ ଦେବାକୁ କହିଛନ୍ତି ରାଜ୍ୟ ସରକାର । ଏହି ହାତୀମାନେ ରାଜ୍ୟର ବନ୍ୟପ୍ରାଣୀ ସଂଗଠନ ପାଇଁ ଅମୂଲ୍ୟ ସମ୍ପତ୍ତି ଭାବରେ କାର୍ଯ୍ୟ କରିବେ । ଯାହାଦ୍ବାରା ଉଭୟ ମଣିଷ ଆଉ ବନ୍ୟଜନ୍ତୁଙ୍କ ସ୍ବାର୍ଥରକ୍ଷା କରିବା ପ୍ରୟାସକୁ ସାହାଯ୍ୟ କରିପାରିବ । ଏପଟେ ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟଙ୍କ ସହ ଆଲୋଚନା ଚାଲିଛି । କୁମ୍‌କି ହାତୀ ସହାଯ୍ୟରେ ଜଙ୍ଗଲୀ ହାତୀକୁ ଆୟତ୍ତ କରାଯାଇପାରିବ ।

ଏହା ମଧ୍ୟ ପଢ଼ନ୍ତୁ....ହାତୀ ଘଉଡ଼ାଇବେ ହାତୀ: ପାଠଶାଳାରେ ମାହୁନ୍ତ ଦେବେ ଟ୍ରେନିଂ

ସୂଚନା ଅନୁସାରେ, କପିଳାସରୁ କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମ ଓ ଶିବା, ନନ୍ଦନକାନନରୁ ମାମା, ଶିମିଳିପାଳରୁ ଜଗନ୍ନାଥ ଆଦି ନାମିତ ହାତୀ ଚନ୍ଦକା ଆସିବେ । ଏହାସହ ଚନ୍ଦକାରୁ ଯଶୋଦା, ସାତକୋଶିଆରୁ ମହେନ୍ଦ୍ର ଓ ରାଜକୁମାର ଆଦି ହାତୀ ଶିମିଳିପାଳ ଯିବେ ବୋଲି ସୂଚନା ମିଳିଛି । ଖୁବଶୀଘ୍ର ରାଜ୍ୟର କିଛି ଜଙ୍ଗଲରେ କୁମ୍‌କି ପ୍ରଶିକ୍ଷଣ ଆରମ୍ଭ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.