ETV Bharat / state

ହାଇକୋର୍ଟରେ ସାଂସଦ-ବିଧାୟକଙ୍କ ଫୌଜଦାରୀ ମାମଲା; ସମୟ ନେଲେ ସରକାର - ସାଂସଦ ବିଧାୟକଙ୍କ ଫୌଜଦାରୀ ମାମଲା

Criminal cases against MPs MLAs: ହାଇକୋର୍ଟରେ ସାଂସଦ ଓ ବିଧାୟକଙ୍କ ନାଁରେ ଫୌଜଦାରୀ ମାମଲା । ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟରୁ ସମୟ ନେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 3, 2024, 7:02 AM IST

କଟକ: ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ହାଇକୋର୍ଟ । ବିଶେଷକରି ଏହି ମାମଲାର ତ୍ୱରିତ ଶୁଣାଣିକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ସମୟ ଲୋଡ଼ିଥିଲେ । ଜାନୁଆରୀ ୧୧ର ନିର୍ଦ୍ଦେଶ ପାଳନ ପାଇଁ ସରକାର କୋର୍ଟଙ୍କୁ ସମୟ ମାଗିଥିଲେ । ତେବେ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି ।

କ'ଣ ଏହି ଜାନୁଆରୀ ୧୧ର ନିର୍ଦ୍ଦେଶ:

ଜାନୁଆରୀ ୧୧ରେ ମାମଲାର ଶୁଣାଣି ସମୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୨୩ଟି ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ସ୍ପଷ୍ଟ ହୋଇଥିଲା । ୨୦୨୩, ଡିସେମ୍ବର ୩୧ ଶେଷ ସୁଦ୍ଧା ମିଳିଥିବା ତଥ୍ୟରୁ ଏହି ସଂଖ୍ୟା ଜଣାପଡ଼ିଥିଲା । ପ୍ରାଥମିକତା ଭିତ୍ତିରେ ଏହି ମାମଲାଗୁଡ଼ିକର ତ୍ବରିତ ଫୈସଲା କରିବା ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ଜାନୁଆରୀ ୧୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କ'ଣ ଏହି ମାମଲା:

ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ୨୦୨୩, ନଭେମ୍ବର ୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ତ୍ବରିତ ଫୈସଲା ପ୍ରସଙ୍ଗ ତଦାରଖ ପାଇଁ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲେ । ଗତ ଡିସେମ୍ବର ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ସାଂସଦ ଓ ବିଧାୟକଙ୍କ ବିରୋଧରେ ନୂଆ କରି ରୁଜୁ ହେଉଥିବା ମାମଲା, ଫୈସଲା ହେଉଥିବା ମାମଲା ଓ ବିଚାରାଧୀନ ମାମଲାର ତଥ୍ୟ ପ୍ରତି ମାସର ୩ ତାରିଖ ସୁଦ୍ଧା ଦାଖଲ ପାଇଁ ସବୁ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୃତ୍ୟୁଦଣ୍ଡ ଓ ଆଜୀବନ କାରାଦଣ୍ଡ ସଂପର୍କିତ ମାମଲାଗୁଡ଼ିକୁ ପ୍ରଥମେ ପ୍ରାଥମିକତା ଦିଆଯିବ । ଏହାପରେ ୫ ବର୍ଷ ବା ତା' ଠାରୁ ଅଧିକ ଜେଲଦଣ୍ଡ ଥିବା ମାମଲା ଓ ତା' ପରେ ଅନ୍ୟ ମାମଲାଗୁଡ଼ିକର ଶୁଣାଣି କରାଯିବ ।

ଏହା ମଧ୍ୟ ପଢନ୍ତୁ: ପେଟ୍ ସିଟି ସ୍କାନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ସ୍ବତନ୍ତ୍ର ଅଦାଲତ (ଡେଜିଗନେଟେଡ୍ କୋର୍ଟ) ଏହି ସବୁ ମାମଲାର ତ୍ବରିତ ଶୁଣାଣି କରିବେ । ଶୁଣାଣି ଘୁଞ୍ଚାଇବା ପାଇଁ କେବଳ ବିରଳ ସ୍ଥିତିରେ ଅନୁମତି ଦିଆଯିବ । ସ୍ୱତନ୍ତ୍ର ଅଦାଲତ ଗୁଡ଼ିକୁ ଆବଶ୍ୟକ ଭିତ୍ତଭୂମି ପ୍ରଦାନ ପ୍ରସଙ୍ଗ ଜିଲ୍ଲା ଜଜ୍ ସୁନିଶ୍ଚିତ କରିବେ । ଏଥିସହିତ କୋର୍ଟ ୱେବସାଇଟରେ ସ୍ବତନ୍ତ୍ର ଟ୍ୟାବ୍ ତିଆରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଟ୍ୟାବ୍‌ରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡ଼ିକର ଜିଲ୍ଲାୱାରୀ ତଥ୍ୟ ଉପଲବ୍ଧ କରାଯିବ ବୋଲି ହାଇକୋର୍ଟ ଡିସେମ୍ବର ୧୧ରେ କହିଥିଲେ ।

ସ୍ୱତନ୍ତ୍ର ଟ୍ୟାବ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ୩୦ଟି ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୨୩ଟି ମାମଲା ବିଚାରାଧୀନ ରହିଛି । ସାଂସଦ/ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬ଟି ମାମଲା ବିଚାରାଧୀନ ରହିଛି । ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଥିବା ସମ୍ବଲପୁର ଜିଲ୍ଲାରେ ୫୩ଟି ଓ ତୃତୀୟ ସ୍ଥାନରେ ରହିଥିବା ଗଞ୍ଜାମ ଜିଲ୍ଲାରେ ୫୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି । ଅନୁଗୋଳରେ ୨୭ଟି, ବାଲେଶ୍ବରରେ ୨୮ଟି, ବରଗଡ଼ରେ ଗୋଟିଏ, ବଲାଙ୍ଗୀରରେ ୨୬ଟି, କଟକରେ ୩୬ଟି, କଳାହାଣ୍ଡିରେ ଗୋଟିଏ, କୋରାପୁଟରେ ୪୮ଟି, ମୟୂରଭଞ୍ଜରେ ୨୪ଟି, ସୋନପୁରରେ ଗୋଟିଏ, ସୁନ୍ଦରଗଡ଼ରେ ୪୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ଫୁଲବାଣୀ, ପୁରୀ, ରାୟଗଡ଼ା ଜିଲ୍ଲାରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନାହିଁ ବୋଲି ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.