ETV Bharat / state

ନବୋଦୟ ବିଦ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ, ବିନା କାରଣରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି

author img

By ETV Bharat Odisha Team

Published : Mar 6, 2024, 8:45 PM IST

Updated : Mar 7, 2024, 10:32 AM IST

Complaint Against navodaya vidyalaya Authority: ବାଲେଶ୍ଵର ଜିଲ୍ଲା ସୋର ବାଗୁଡି ଅଞ୍ଚଳରେ ଥିବା ନବୋଦୟ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିଭାବକ । ଝିଅକୁ ଉଦ୍ଦେଶ୍ୟମୂଳକ ଭାବେ 9 ଦିନ ଧରି ମେଡିକାଲରେ ବିନା କାରଣରେ ଆଡ଼ମିଟ କରାଇବାକୁ ନେଇ ବାପା ଜଣଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ବାଲେଶ୍ଵର
ବାଲେଶ୍ଵର
ସାଂଘାତିକ ଅଭିଯୋଗ

ବାଲେଶ୍ବର:ନବୋଦୟ ବିଦ୍ୟାଳୟ ନାଁରେ ଆସିଛି ଅଭିଯୋଗ । ବାଲେଶ୍ଵର ଜିଲ୍ଲା ସୋର ବାଗୁଡି ଅଞ୍ଚଳରେ ଥିବା ନବୋଦୟ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଲେ ଜଣେ ବାପା । ଝିଅକୁ ଉଦ୍ଦେଶ୍ୟମୂଳକ ଭାବେ 9 ଦିନ ଧରି ମେଡିକାଲରେ ବିନା କାରଣରେ ଆଡ଼ମିଟ କରାଇବାକୁ ନେଇ ବାପା ଜଣଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ପଛରେ କଣ କାରଣ ରହିଛି, ଝିଅକୁ କେଉଁ ପ୍ରକାର ରୋଗ ହୋଇଛି କିମ୍ବା ସେ କାହିଁକି ଅସୁସ୍ଥ ହୋଇଛି ସେ ବିଷୟରେ ମଧ୍ୟ ବାପାଙ୍କୁ ଅବଗତ କରାଯାଉ ନଥିବା ସେ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାପା ଜଣଙ୍କ ଝିଅର ଅସୁସ୍ଥତା କେଉଁ କାରଣରୁ ହୋଇଛି ଏବଂ କେଉଁ କାରଣରୁ ଏତେଦିନ ଧରି ମେଡିକାଲ ବେଡ଼ରେ ତାକୁ ଆଡ଼ମିଟ କରି ରଖାଯାଇଛି ତାହାର ଉପଯୁକ୍ତ ତଦନ୍ତ କରାଯିବା ନେଇ ଦାବି କରିଛନ୍ତି ବାପା ।

ସୂଚନା ଅନୁସାରେ, ବାଲେଶ୍ବର ସହରର ରାଜାବଗିଚା ଅଞ୍ଚଳର ଗଣେଶ୍ବର ରାଉତଙ୍କ ଝିଅ ବାଗୁଡି ନବୋଦୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପଢୁଛନ୍ତି । ଗତ 25 ତାରିଖରେ ଝିଅର ଦେହ ଖରାପ ହୋଇଥିବା କଥା କହି ଝିଅକୁ ସୋର ମେଡିକାଲରେ ସ୍କୁଲ କର୍ତ୍ତୃପକ୍ଷ ଭର୍ତ୍ତି କରାଇଥିଲେ ମଧ୍ୟ ବାପା ଗଣେଶ୍ବରଙ୍କୁ କୌଣସି ସୂଚନା ଦେଇନଥିଲେ । କୌଣସି ସୂତ୍ରରୁ ଖବର ପାଇ ଗଣେଶ୍ବର ସେହି ରାତିରେ ସୋର ମେଡିକାଲ ଯାଇ ସେଠାରେ ଝିଅର କଣ ହୋଇଛି ବୋଲି ପଚାରିବାରୁ ତାଙ୍କୁ ଅଶାଳୀନ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଆରମ୍ଭ ହେଲା ସମ୍ବଲପୁରୀ ଧନୁଯାତ୍ରା, ସରିଲା ସାଂସ୍କୃତିକ ଶୋଭଯାତ୍ରା

ଏହାକୁ ନେଇ ଗଣେଶ୍ବର ସୋର ଥାନାରେ ଅଭିଯୋଗ କରିବା ପରେ ଘରକୁ ଫେରିଥିଲେ । ପରେ ପୁଣି 28 ତାରିଖ ରାତି ପ୍ରାୟ ସାଢ଼େ 10ଟା ବେଳେ ଝିଅ ଶୋଇଥିବା ବେଳେ ତାକୁ ଉଠାଇ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ହେବ ବୋଲି କହି ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନେଇଥିଲେ । ମାତ୍ର ଡାକ୍ତରଖାନା ବଦଳରେ ରାତି ପ୍ରାୟ ସାଢ଼େ 11ରେ ଝିଅ ସହ ବିଦ୍ୟାଳୟର କର୍ମଚାରୀମାନେ ରାଜାବଗିଚା ଗଣେଶ୍ବରଙ୍କ ଘର ନିକଟରେ ପହଞ୍ଚିଥିଲେ ଏବଂ ଝିଅ ଦେହ ଅସୁସ୍ଥ ଅଛି ଆପଣ ତାକୁ ନିଜ ପାଖରେ ରଖନ୍ତୁ ବୋଲି କହିଥିଲେ ।

ମାତ୍ର କୌଣସି ଲେଖା ଏବଂ ଦରଖାସ୍ତ ବିନା ଏବଂ ବିଦ୍ୟାଳୟର ନୀତି ନିୟମ ବିନା ଝିଅକୁ କେମିତି ରଖିବା ନେଇ ପ୍ରଶ୍ନ କରିଥିଲେ ଗଣେଶ୍ବର । ଏହାପରେ ଝିଅକୁ ଛାଡିବାକୁ ଆସିଥିବା କର୍ମଚାରୀମାନେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଝିଅକୁ ଆଡ଼ମିଶନ କରାଇଥିଲେ । କୌଣସି ରୋଗ ନଥାଇ ଝିଅକୁ ମେଡିକାଲରେ ଜାଣିଶୁଣି କେଉଁ କାରଣରୁ ଭର୍ତ୍ତି କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ଗଣେଶ୍ବର । ଏହାରି ଭିତରେ ଝିଅର ସମସ୍ତ ଡାକ୍ତରୀ ପରୀକ୍ଷା ପରେ ସେ ସୁସ୍ଥ ଥିବା ଜଣାପଡିଥିଲା ।

ଏମିତି କି ଗତ ଦୁଇ ତାରିଖରୁ ଡାକ୍ତର ଝିଅକୁ ଡିସଚାର୍ଜ କରିଦେଇଥିବା ମଧ୍ୟ ଜଣାପଡିଛି । ହେଲେ ଝିଅ ଏବେବି ମେଡିକାଲ ବେଡ଼ରେ ରହିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଝିଅକୁ ବିଦ୍ୟାଳୟ ନେଉ ନାହାନ୍ତି । 14 ତାରିଖରେ ପରୀକ୍ଷା ଥିବା ବେଳେ ବିନା କାରଣରେ ଝିଅକୁ ମେଡିକାଲରେ ରଖି ତା କ୍ୟାରିଅର ନଷ୍ଟ କରାଯାଉଥିବା ଗଣେଶ୍ବର ଅଭିଯୋଗ କରିଛନ୍ତି । ଏଥିପାଇଁ ଝିଅର ଅସୁସ୍ଥତାର କାରଣ ସ୍ପଷ୍ଟ କରାଯାଉ ବୋଲି ଗଣେଶ୍ବର ଦାବି କରିବା ସହିତ ଏହି ଘଟଣାରେ ଉପରିସ୍ଥ ଅଧିକାରୀ ତଦନ୍ତ କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Mar 7, 2024, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.