ETV Bharat / state

ହାତୀ ପଢିବେ ପାଠ, ନନ୍ଦନକାନନରୁ ଗଲା ହାତୀ ଛୁଆ ‘ମାମା’ - ହାତୀଙ୍କ ପାଇଁ ପାଠଶାଳା

Elephants Training: ଖୁବ ଶୀଘ୍ର ଖୋଲିବ ହାତୀଙ୍କ ପାଇଁ ପାଠଶାଳା । ରାଜ୍ୟରେ ଦୁଷ୍ଟାମୀ କରୁଥିବା ହାତୀମାନେ ହେବେ ସାବାଡ । ଆସନ୍ତା 6 ତାରିଖରେ ଶୁଭାରମ୍ଭ କରାଯିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ଖୁବ ଶୀଘ୍ର ହାତୀଙ୍କ ପାଇଁ ପାଠଶାଳା,  ନନ୍ଦନକାନନରୁ ଗଲା ହାତୀ ଛୁଆ ଓ ମାଆ

author img

By ETV Bharat Odisha Team

Published : Mar 4, 2024, 7:17 AM IST

Updated : Mar 4, 2024, 11:32 AM IST

ଖୁବ ଶୀଘ୍ର ହାତୀଙ୍କ ପାଇଁ ପାଠଶାଳା, ନନ୍ଦନକାନନରୁ ଗଲା ହାତୀ ଛୁଆ ଓ ମାଆ

ଭୁବନେଶ୍ବର: ଖୁବ ଶୀଘ୍ର ହାତୀଙ୍କ ପାଇଁ ପାଠଶାଳା । ନନ୍ଦନକାନନରୁ ଗଲା ହାତୀ ଛୁଆ ‘ମାମା’ । ରାଜ୍ୟରେ ଦୁଷ୍ଟାମୀ କରୁଥିବା ହାତୀମାନେ ହେବେ ସାବାଡ । ଏନେଇ ରାଜ୍ୟରେ କୁମକି ପ୍ରଶିକ୍ଷଣକୁ ଜୋରଦାର କରାଯିବ । ଚନ୍ଦକା ଓ ଶିମିଳିପାଳରେ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା 6 ତାରିଖରେ ଶୁଭାରମ୍ଭ କରାଯିବା ନେଇ ସୂଚନା ମିଳିଛି ।

ହାତୀ ଛୁଆ ପଢିବେ ପାଠ । 7ଟି ହାତୀ ଛୁଆଙ୍କୁ ଦିଆଯିବ ପ୍ରଶିକ୍ଷଣ । ଚନ୍ଦକା ଅଞ୍ଚଳରେ ଥିବା କୁମାର ଖୁଣ୍ଟିରେ ବନ ବିଭାଗ ଦେବ ପ୍ରଶିକ୍ଷଣ । ଏପଟେ ନନ୍ଦନକାନନରୁ ଗଲା ହାତୀ ଛୁଆ ଏବଂ ମାଆ । ସେଠାରେ ରହି ପ୍ରଶିକ୍ଷଣ ନେବେ । ଆସନ୍ତା 6 ତାରିଖରେ ହାତୀମାନେ ପ୍ରଶିକ୍ଷଣ ଆରମ୍ଭ ହେବ । ଏହାକୁ ଶୁଭାରମ୍ଭ କରିବେ ପିସିସିଏଫ୍ । ତେବେ ହାତୀମାନେ ପ୍ରଶିକ୍ଷଣ ପରେ ଜଙ୍ଗଲ ଜଗିବା ସହ ପର୍ଯ୍ୟଟକଙ୍କୁ ଜଙ୍ଗଲ ମଧ୍ୟରେ ବୁଲିବାର ମଧ୍ୟ ବ୍ୟବସ୍ଥା କରାଯିବ । ଏହା ସହ ଦୁଷ୍ଟାମୀ କରୁଥିବା ହାତୀଙ୍କ ଉପରେ ରହିବ କଡା ନଜର । ତାଲିମପ୍ରାପ୍ତ ଦନ୍ତାକୁ ଜଙ୍ଗଲ ଜଗିବାରେ ନିୟୋଜିତ କରାଯିବ । ସେମାନେ ଜଙ୍ଗଲରୁ ଶିକାରୀ ଓ କାଠ ଚୋରଙ୍କ ଉପରେ ନଜର ରଖିବେ ବୋଲି ସୂଚନା ମିଳିଛି ।

ଏନେଇ ପିସିସିଏଫ ଦେବଦତ୍ତ ବିଶ୍ୱାଳ କହିଛନ୍ତି ଯେ, ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି । ଯେମିତି କି ଆସାମ ଏବଂ କର୍ଣ୍ଣାଟକ ସରକାରଙ୍କ ସହ ଆଲୋଚନା ହୋଇଛି । ଏହାକୁ ଖୁବ ଶୀଘ୍ର କରାଯିବ । ହାତୀଙ୍କୁ ତାଲିମ ଦେବା ନେଇ 4 ଜଣ ଓଡ଼ିଆ ମାହୁନ୍ତଙ୍କ ସମେତ ଆସାମର 2 ଜଣ ଦକ୍ଷ ମାହୁନ୍ତ ପହଞ୍ଚିଛନ୍ତି । ଆଉ କିଛି ଦିନ ମଧ୍ୟରେ କୁମାର ଖୁଣ୍ଟିକୁ 7ଟି ହାତୀ ଆସିବେ । ଢେ଼ଙ୍କାନାଳ କପିଳାସରେ ଥିବା କାର୍ତ୍ତିକ ଉମା ପଦ୍ମା ଶ୍ୟାମା ଏବଂ ଶିବାକୁ ଚନ୍ଦକାର କୁମାର ଖୁଣ୍ଟି ପାଠ ଶାଳାକୁ ଆସିବେ ।

ଏହା ମଧ୍ୟ ପଢନ୍ତୁ....ଏମିତି ଏକ ଗାଁ, ସନ୍ଧ୍ୟା ପରେ ପ୍ରବେଶ ମନା !

ସେହିପରି ନନ୍ଦନକାନନରେ ଥିବା ଛୁଆ ହାତୀ ଓ ମାମାକୁ ମଧ୍ୟ କୁମାର ଖୁଣ୍ଟିକୁ ନିଆଯାଇଛି । ସୂଚନା ଅନୁଯାୟୀ, କୁମକୀ ହାତୀଙ୍କ ପରି ଟ୍ରେଣ୍ଡ ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେଣ୍ଡ କରିଥାନ୍ତି । ସେମାନଙ୍କ ସାହାଯ୍ୟରେ ଜଙ୍ଗଲୀ ହାତୀକୁ ଆୟତ୍ତ କରାଯାଇ ପାରିବ । ଅଭୟାରଣ୍ୟରେ ତାଙ୍କୁ ବ୍ୟବହାର କରାଯାଇ ପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 4, 2024, 11:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.