ETV Bharat / state

ନିର୍ବାଚନ ମନିଟରିଂରେ ଡ୍ରୋନ୍, ୭୦ ପ୍ରତିଶତ ବୁଥରେ ଲାଗିବ CCTV କ୍ୟାମେରା - ପୋଲିସ ନିର୍ବାଚନ ପ୍ରସ୍ତୁତି ବୈଠକ

Police Preparation for General Election: ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ । ବୁଥ୍ ଏବଂ ଜନଗହଳି‌ ଅଞ୍ଚଳରେ ଡ୍ରୋନ ବ୍ୟବସ୍ଥା ସହ 70 ପ୍ରତିଶତ ବୁଥରେ ସିସିଟିଭି କ୍ୟାମେରା ଲାଗିବ । ଅଧିକ ପଢନ୍ତୁ

Election Preparation
ଡ୍ରୋନ ଯୋଗେ ମନିଟର ହେବ ନିର୍ବାଚନ
author img

By ETV Bharat Odisha Team

Published : Feb 16, 2024, 11:15 AM IST

Updated : Feb 16, 2024, 12:50 PM IST

ଭୁବନେଶ୍ୱର: ବୁଥ ଉପରେ ନଜର ରଖିବ ଡ୍ରୋନ । 70 ପ୍ରତିଶତ ବୁଥରେ ଲାଗିବ ସିସିଟିଭି କ୍ୟାମେରା । ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ନିର୍ବାଚନ ସୁପରିଚାଳନା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଗୁରୁବାର ଏନେଇ ପୋଲିସ ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେବା ସହ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଗତକାଲି(ଗୁରୁବାର) ପୋଲିସ ଭବନଠାରେ ନିର୍ବାଚନ ପରିଚାଳନା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଏସପି, ଏଡିଜି, ଜିଡି ଓ ପୋଲିସ କମିଶନର ଯୋଗ ଦେଇଥିଲେ । ତେବେ କିଭଳି ଶାନ୍ତିଶୃଙ୍ଖଳା ଓ ସୁରୁଖୁରରେ ନିର୍ବାଚନ ହେବ ସେନେଇ ଏହି ବୈଠକରେ ଆଲୋଚନା ହେବା ସହ ବରିଷ୍ଠ ଅଧିକାରୀମାନଙ୍କୁ ଏ ବାବଦରେ ତାଲିମ ଦିଆଯାଇଥିଲା ।

ବିଶେଷ କରି ନିର୍ବାଚନକୁ କିଭଳି ଶାନ୍ତିଶୃଙ୍ଖଳା, ସ୍ଵଚ୍ଛତା ସହ ସମାପ୍ତ କରିହେବ ସେ ଦିଗରେ ଗୁରୁତ୍ଵାରୋପ କରାଯାଇଥିଲା । ନିର୍ବାଚନ ସମୟରେ ଟଙ୍କା କାରବାର, ନିଶା ବା ଚୋରା ମଦ କାରବାର ଉପରେ କିଭଳି ରୋକ ଲାଗିବ ସେନେଇ ଇଣ୍ଟେଲିଜେନସ ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଥିଲା । ବୁଥ କ୍ୟାପ୍ଚରିଙ୍ଗ, ବୁଥ ରିଗିଂ ଓ ବୋଗସ ଭୋଟିଂ ବା ପୁଲିଂ ଏଜେଣ୍ଟଙ୍କ ଉପରେ ଆକ୍ରମଣ ଆଦି ଦିଗକୁ ନଜର ରଖି ସୁରକ୍ଷା ଉପରେ ଅଧିକ ଫୋକସ ଦିଆଯାଇଛି । ଏନେଇ ୬୦ରୁ ୭୦ ପ୍ରତିଶତ ବୁଥରେ ସିସିଟିଭି ଲଗାଇ ତାକୁ ମନିଟର କରିବାକୁ ଯୋଜନା କରାଯାଇଛି । ସେହିଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବା ସମ୍ବେଦନଶୀଳ ବୁଥଗୁଡିକରେ ହେଉଥିବା ଭୋଟିଂ ପ୍ରକ୍ରିୟା ଓ ଆଇନଶୃଙ୍ଖଳା ଉପରେ ନଜର‌ ରଖିବାକୁ ଡ୍ରୋନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ଵ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ନିର୍ବାଚନ ପ୍ରସ୍ତୁତି; ସାରା ରାଜ୍ୟରେ ଚାଲୁ ରହିଛି ମକ ମତଦାନ

ନିର୍ବାଚନ ସମୟରେ ଖର୍ଚ୍ଚର ପରିଚାଳନା, ଆଚରଣ ବିଧି ଲାଗୁ ସହ ଏହାର ଉଲ୍ଲଂଘନ ଏବଂ ଭୋଟ ଆରମ୍ଭ ପୂର୍ବର ୭୨ ଘଣ୍ଟାରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କିପରି ପଦକ୍ଷେପ ନିଆଯାଇପାରିବ ସେ ଦିଗରେ ଆଲୋଚନା ହୋଇଛି । ସେହିପରି ରାଜ୍ୟରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବୟସର ଭୋଟର ଓ ୪୦ ପ୍ରତିଶତ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ବୁଥ ଓ ଭୋଟିଂ ପ୍ରକ୍ରିୟାରେ କିଭଳି ଗୁରୁତ୍ବ ଦିଆଯିବ ସେମାନଙ୍କ ସହ ଯାଉଥିବା ଲୋକମାନଙ୍କ ଉପରେ କିପରି ନଜର‌ ରହିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ସେହିପରି ପୋଷ୍ଟାଲ ଭୋଟକୁ ଅଧିକ ବଢ଼ାଇବା ସହ ଷ୍ଟ୍ରଙ୍ଗ ରୁମ ଉପରେ ସ୍ବତନ୍ତ୍ର ନଜର ରଖାଯିବ, ସମ୍ବେଦନଶୀଳ ବୁଥଗୁଡିକରେ ଅଧିକ ଫୋର୍ସ ମୁତୟନ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ସୋସିଆଲ ମିଡିଆରେ ଅପ୍ରପ୍ରଚାର ଓ ଫେକ୍ ନ୍ୟୁଜ ସହ ଡିପ୍ ଫେକ୍ ଓ ଆର୍ଟିଫେସିଆଲ କ୍ୟାମ୍ପେନିଂ ଉପରେ ମଧ୍ୟ ନଜର ରଖିବାକୁ ସାଇବର ସେଲକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଡିଜିପି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି," ଆବଶ୍ୟକୀୟ ଯୋଜନା ଏବଂ ରଣନୀତି ପ୍ରଣୟନ କରିବା ନେଇ ସେ ଗୁରୁତ୍ଵାରୋପ କରାଯାଇଛି । ଏନଫୋର୍ସମେଣ୍ଟକୁ ଜୋରଦାର, ସଠିକ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ମୁତୟନ, ଗୁଇନ୍ଦା ବିଭାଗକୁ ସକ୍ରିୟ, ରାତ୍ରକାଳୀନ ପାଟ୍ରୋଲିଂ ଓ ଚେକିଂକୁ କଡାକଡି, ମାଦକ ଦ୍ରବ୍ଯ ବ୍ୟବସାୟକୁ ଦମନ କରିବା ସହ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ‌ ପରିଚାଳନା କରିବା ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ଇଟିିଭି ଭାରତ, ଭୁବନେଶ୍ୱର

Last Updated : Feb 16, 2024, 12:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.