ETV Bharat / state

ବନ୍ଦ ହେବ ପିସି କାରବାର, ସରକାରୀ ଅଧିକାରୀଙ୍କୁ ଓ୍ୱାର୍ଣ୍ଣିଂ ଦେଲେ ଉପମୁଖ୍ୟମନ୍ତ୍ରୀ - Deputy CM Balangir visit

author img

By ETV Bharat Odisha Team

Published : Jul 12, 2024, 11:49 AM IST

Deputy cm warns officer not to take pc: ବଲାଙ୍ଗୀରରେ ବନ୍ଦ ହେବ ପିସି କାରବାର । ଲୋକ ଓ ଲୋକ ପ୍ରତିନିଧିଙ୍କ କଥା ସମ୍ମାନର ସହ ଶୁଣିବାକୁ ସବୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

DEPUTY CM BALANGIR VISIT
DEPUTY CM BALANGIR VISIT (ETV BHARAT ODISHA)

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସମସ୍ତ ସରକାରୀ ବିଭାଗକୁ ନେଇ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ସରକାରୀ ଅଧିକାରୀ ପିସି ନନେବାକୁ ତାଗିଦ କରିବା ସହ ଲୋକ ଓ ଲୋକ ପ୍ରତିନିଧିଙ୍କ କଥା ପୁରା ସମ୍ମାନ ସହ ଶୁଣିବାକୁ ସବୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗକୁ ନେଇ ସମୀକ୍ଷା ବୈଠକ କରିଥିଲେ ଉପମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ - Deputy CM KV Singh Deo

ପିସି କାରବାରକୁ ବନ୍ଦ କରିବା ଓ କୌଣସି ସରକାରୀ ଅଧିକାରୀ ଯେମିତି ପିସି ନନେବେ ସେନେଇ ତାଗିତ କରିଥିଲେ ଉପମୁଖ୍ୟମନ୍ତ୍ରୀ । ଲୋକେ ଆମକୁ ଭୋଟ ଦେଇଛନ୍ତି ଏବଂ ଲୋକଙ୍କ ଟ୍ୟାକ୍ସ ଟଙ୍କାରେ ସରକାର ତଥା ସରକାରୀ ଅଧିକାରୀ ଦରମା ପାଉଛନ୍ତି। ତେଣୁ ଆଜିଠୁ କେହି ପିସି ନେବେ ନାହିଁ ବୋଲି ସେ ସବୁ ସରକାରୀ ଅଧିକାରୀଙ୍କୁ କହିଥିଲେ। ସମସ୍ତ ସରକାରୀ ଅଧିକାରୀ ପ୍ରଥମେ ଲୋକ ଓ ଲୋକ ପ୍ରତିନିଧୀଙ୍କୁ ସମ୍ମାନ ଦେବେ ତଥା ତାଙ୍କ ପ୍ରସ୍ତାବ ପ୍ରଥମେ ଧ୍ୟାନ ଦେବେ ବୋଲି ସେ କହିଥିଲେ। ଜନ ପ୍ରତିନିଧି ଲୋକଙ୍କ ପାଖକୁ ଭୋଟ ମାଗିବା ପାଇଁ ଗଲେ ବିକାଶ ନାରେ ଭୋଟ ମାଗିଥାନ୍ତି। ତେଣୁ ଏଠି ବିକାଶ ସବୁ ଅଧିକାରୀ ତତ୍ପର ହେବେ। ସମାନ ଭାବରେ ସବୁ ବିଭାଗ ସବୁ ଉନନ୍ନୟନ କାମର ଅଗ୍ରଗତି ଓ ଅନ୍ୟାନ୍ୟ ସୂଚନା ଜନ ପ୍ରତିନିଧି ତଥା ଗଣ ମାଧ୍ୟମକୁ ସବୁ ବେଳେ ଜଣାଇବେ। ସାମାଜିକ ଗଣ ମାଧ୍ୟମରେ ଗ୍ରୁପ ଖୋଲି ଓ ଫଳକ ଇତ୍ୟାଦି ଜରିଆରେ ସବୁ କାମର ଟିକି ନିଖ ସୂଚନା ଦେବେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ବିକାଶ ଆମର ଏକ ମାତ୍ର ଲକ୍ଷ ଅଟେ ଏବଂ ଏହି ବିକାଶ ସମସ୍ତଙ୍କ ସମର୍ଥନରେ ହେବ । ଏହାକୁ ନେଇ ଅଧିକାରୀ କିମ୍ବା ଅନ୍ୟମାନେ କୌଣସି ରାଜନୀତି କରିବେ ନାହିଁ । ଗଣ ମାଧ୍ୟମ ସରକାରଙ୍କ ଆଖି ଓ ଏହା ବିକାଶରେ ସହଯୋଗ କରିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.