ETV Bharat / state

2024 ରଥଯାତ୍ରାରେ ବିଭ୍ରାଟ ପ୍ରସଙ୍ଗ; ଦୋଷ କାହାର ? ସେବାୟତ ନା ରାଜ୍ୟ ସରକାର.. - Rath Yatra 2024 Mismanagement - RATH YATRA 2024 MISMANAGEMENT

Massive Mismanagement In Rath Yatra 2024: ରଥଯାତ୍ରା ସମୟରେ ଦେଖାଦେଇଥିବା ବିଭ୍ରାଟ ଉପରେ କାର୍ଯ୍ୟାନୁଷ୍ଠାନ ଦାବି । ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇଲେ ଆଗାମୀ ଦିନରେ ଆହୁରି ଅନେକ ବିଭ୍ରାଟ ଘଟିବ ବୋଲି କହିଲେ ସେବାୟତ ଓ ବୁଦ୍ଧିଜୀବୀ । ଅଧିକ ପଢ଼ନ୍ତୁ

Massive Mismanagement In Rath Yatra 2024 Issue
Massive Mismanagement In Rath Yatra 2024 Issue (ETV Bharat Odisha)
author img

By ETV Bharat Odisha Team

Published : Jul 27, 2024, 10:23 PM IST

ପୁରୀ: 2024 ରଥଯାତ୍ରା ଶେଷ ହେଇଛି । ଚଳିତ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ବିଭ୍ରାଟକୁ ନେଇ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କ ମନୋଭାବକୁ କଡ଼ା ସମାଲୋଚନା କରାଯାଇଛି । ରଥଯାତ୍ରାରେ ନୀତି ବିଭ୍ରାଟ, ରଥ ଟଣାରେ ଅବ୍ୟବସ୍ଥା, ଦଳାଚକଟାରେ ଭକ୍ତଙ୍କ ମୃତ୍ୟୁ, ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ଚାରମାଳ ଉପରୁ ଖସିଯିବା, ଆଡ଼ପ ମଣ୍ଡପରେ ନୀତିରେ ବ୍ୟାପକ ବିଳମ୍ବ, ଟ୍ରାଫିକ ପରିଚାଳନାରେ ବ୍ୟାପକ ତ୍ରୁଟି ଭଳି ଅନେକ ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରାଯାଇଛି । ଏହି ସବୁ ବିଭ୍ରାଟ ଘଟଣାରେ ରାଜ୍ୟ ସରକାର ସ୍ଵତନ୍ତ୍ର ଭାବେ ତଦନ୍ତ କରି ଏହି ବିଭ୍ରାଟ ପଛରେ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସେବାୟତ, ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି । ସରକାର ଯଦି ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବେ ଆଗାମୀ ଦିନରେ ଆହୁରି ଅନେକ ବିଭ୍ରାଟ ଘଟିବ ବୋଲି ସେବାୟତ ଓ ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି ।

Massive Mismanagement In Rath Yatra 2024 Issue (ETV Bharat Odisha)

'ରଥ ଉପରେ ମୋବାଇଲ ବ୍ୟବହାର, ପହଣ୍ଡିରେ ରହୁନାହିଁ ସେବାୟତଙ୍କ ମନ'

ପୁରୀର ବୁଦ୍ଧିଜୀବୀ ସୂର୍ଯ୍ୟ ରଥ କହିଛନ୍ତି, "ଚଳିତ ରଥଯାତ୍ରା ନୀତିରେ ବିଭ୍ରାଟ, ପ୍ରଭୁ ବଳଭଦ୍ର ରଥ ଚାରମାଳରୁ ପଡ଼ିଯିବା ଘଟଣା ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଶ୍ରୀମନ୍ଦିରର କିଛି ମୁଷ୍ଟିମେୟ ସେବାୟତ ଓ ରାଜ୍ୟ ସରକାର ମିଶି ଶ୍ରୀମନ୍ଦିରକୁ ଏକ ବ୍ୟବସାୟ କେନ୍ଦ୍ରରେ ପରିଣତ କରିଦେଇଛନ୍ତି । ମହାପ୍ରଭୁଙ୍କ ନୀତି ସଠିକ ସମୟରେ କରାଯାଉନାହିଁ । ବାହୁଡ଼ା ଦିନ ପହଣ୍ଡି ନୀତି ଶୀଘ୍ର ହୋଇଥିବା ବେଳେ 3 ରଥକୁ ସଠିକ ସମୟରେ ସିଂହଦ୍ବାରରେ ଲଗାଯାଇପାରିଲା ନାହିଁ । ସନ୍ଧ୍ୟା ପରେ ରଥ ଟାଣିବା ନିଷିଦ୍ଧ ଥିବା ବେଳେ ପରମ୍ପରା ଉଲ୍ଲଙ୍ଘନ କରାଯାଇଛି । ରାତି 10ଟାରେ ରଥ ଟଣାଯାଇ ସିଂହଦ୍ବାରରେ ଲଗାଯାଇ ସମସ୍ତ ପରମ୍ପରାକୁ ଉଲ୍ଲଙ୍ଘନ କରାଯାଇଛି । ପ୍ରଭୁ ବଳଭଦ୍ର ରଥ ଚାରମାଳରୁ ଖସିଯିବା ଘଟଣା ଦୁଃଖଦାୟକ ହୋଇଥିବା ବେଳେ ପହଣ୍ଡି ଦାୟିତ୍ବରେ ଥିବା ସେବାୟତଙ୍କ ନିଷ୍ଠା ନଥିଲା । ରଥ ଉପରେ ମୋବାଇଲ ବ୍ୟବହାର ଦ୍ଵାରା ପହଣ୍ଡିରେ ସେବାୟତଙ୍କ ମନ ରହୁନାହିଁ ।"

'ଭିଭିଆଇପିଙ୍କ ସେବାରେ ରହିଲେ ପ୍ରଶାସନିକ ଅଧିକାରୀ':

ସୂର୍ଯ୍ୟ ରଥ ଏହା ମଧ୍ୟ କହିଛନ୍ତି, "ପହଣ୍ଡିରେ ବିଭ୍ରାଟ ଘଟଣାରେ ତଦନ୍ତ ପାଇଁ କମିଟି ଗଠନ ହୋଇଥିଲେ ମଧ୍ୟ ଏହା ବିଶ୍ୱାସ ଯୋଗ୍ୟ ନୁହେଁ । ପୂର୍ବରୁ ଅନେକ ବିଭ୍ରାଟକୁ ନେଇ କମିଟି ଗଠନ ହୋଇଥିଲେ ମଧ୍ୟ ଏହାର ଫଳ ଶୂନ ରହିଛି । ଦୋଷୀଙ୍କୁ ଘଣ୍ଟ ଘୋଡେଇଲେ ନିଜେ ସରକାର ଅସୁବିଧାରେ ପଡିବେ । ଦୋଷ କରିଥିବା ବ୍ୟକ୍ତି ଆଗାମୀ ଦିନରେ ପୁଣି ତ୍ରୁଟି କରିବେ । ଚଳିତ ରଥଯାତ୍ରାରେ ଦଳା ଚକଟାରେ ଭକ୍ତଙ୍କ ମୃତ୍ୟୁ ପାଇଁ ସିଧା ପ୍ରଶାସନ ଦାୟୀ । ପ୍ରଶାସନିକ ଅଧିକାରୀମାନେ ଭିଭିଆଇପିଙ୍କ ସେବାରେ ରହିଲେ । ଭକ୍ତଙ୍କ ସୁବିଧା ଅସୁବିଧା ବୁଝିଲେ ନାହିଁ । ଫଳରେ ରଥ ଟାଣିବାରେ ବ୍ୟାପକ ଅବ୍ୟବସ୍ଥା ଘଟି ଦଳାଚକଟା ହେଲା । ପ୍ରଶାସନ ଭିଭିଆଇପି ସେବାକୁ କମ୍ କରି ମହାପ୍ରଭୁଙ୍କ ସେବାରେ ଲାଗିଲେ ଆଗାମୀ ଦିନରେ ବିଭ୍ରାଟ ହେବ ନାହିଁ ।"

'ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁ, ସ୍ବୀକାର କରିଲାନି ପ୍ରଶାସନ':

ସେହିପରି ପୁରୀର ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ ଚଳିତ ରଥଯାତ୍ରା ସବୁଠୁ ବଡ ଅବ୍ୟବସ୍ଥା, ବିଭ୍ରାଟ ହୋଇଥିବା ଅଭିଯୋଗ କରିଛନ୍ତି । ଶରତ ରାୟଗୁରୁ କହିଛନ୍ତି, "ଚଳିତ ରଥଯାତ୍ରା ପୂର୍ବରୁ ପୁରୀ ସହରର ରାସ୍ତାଘାଟ ମରାମତି କରାଗଲା ନାହିଁ । ସହରରେ ସଫେଇ କାର୍ଯ୍ୟ କରାଗଲା ନାହିଁ । ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳାରେ ପରିଚାଳନା ହୋଇ ନ ପାରିବାରୁ ପୁରୀ ବାସିନ୍ଦା ଓ ଭକ୍ତ ଯାତାୟାତ ନେଇ ଘୋର ଅସୁବିଧା ଭୋଗିଲେ । ରଥ ଟାଣିବାକୁ ବ୍ୟବସ୍ଥିତ କରାନଯିବାରୁ ଦଳା ଚକଟାରେ ଭକ୍ତଙ୍କ ମୃତ୍ୟୁ ହେଲା । ହେଲେ ଦୁର୍ଭାଗ୍ୟର ବିଷୟ ଏହାକୁ ପ୍ରଶାସନ ସ୍ବୀକାର କରିଲାନି । ନିଜ ଦୋଷକୁ ପ୍ରଶାସନ ଘଣ୍ଟ ଘୋଡାଇଲା ।"

'ମୋବାଇଲ ସେଲ୍ଫିରେ ବ୍ୟସ୍ତ ସେବାୟତ':

ଶରତ ରାୟଗୁରୁ କହିଛନ୍ତି, "ପ୍ରଭୁ ବଳଭଦ୍ରଙ୍କ ମୂର୍ତ୍ତି ପଡ଼ିଯିବା ଘଟଣା ସାରା ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି । ହେଲେ ଏହି ବିଶୃଙ୍ଖଳାକୁ ନେଇ କୌଣସି ତଦନ୍ତ ହେଲା ନାହିଁ । ଚଳିତ ରଥରେ ଅନେକ ଲୋକଙ୍କୁ ବେଆଇନ ଭାବେ କର୍ଡନ ପାସ ବଣ୍ଟନ କରାଯାଇଛି । ଫଳରେ ଅନେକ ଅଣ-ସେବାୟତ ରଥ ଉପରକୁ ଚଢ଼ିଥିବାର ନଜିର ରହିଛି । ଅନେକ ସେବାୟତ ମହାପ୍ରଭୁ ନୀତିକୁ ଗୁରୁତ୍ଵ ନଦେଇ ରଥ ଉପରେ ମୋବାଇଲରେ ସେଲ୍ଫିରେ ବ୍ୟସ୍ତ ରହିଲେ । ଫଳରେ ପ୍ରଭୁ ବଳଭଦ୍ର ପଡ଼ିଗଲେ । ସମଗ୍ର ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆଗାମୀ ଦିନରେ ବିଶୃଙ୍ଖଳା କରିବାକୁ କେହି ସାହସ କରିବେ ନାହିଁ । ହେଲେ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାର ଦୋଷୀଙ୍କୁ ସୁରକ୍ଷା ଦେଇଛନ୍ତି । ଯାହାକି ଆଗାମୀ ଦିନରେ ଆହୁରି ବିଶୃଙ୍ଖଳା ହେବ । ତୁରନ୍ତ ରାଜ୍ୟ ସରକାର ଚଳିତ ରଥଯାତ୍ରାରେ ହେଇଥିବା ବିଭିନ୍ନ ବିଭ୍ରାଟକୁ ନେଇ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରି ତଦନ୍ତ ସହ ବିଭ୍ରାଟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଅନ୍ତୁ ।"

ରଥଯାତ୍ରାରେ ବିଭ୍ରାଟ, କ'ଣ କହିଲେ ବରିଷ୍ଠ ସେବାୟତ ?

ସେପଟେ ଚଳିତ ରଥଯାତ୍ରାର ସୁବିଧା ଅସୁବିଧାର ସମୀକ୍ଷା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଡକାଯାଇ ସବୁ ଘଟଣା ଆଲୋଚନା କରାଯାଇ ଆଗାମୀ ଦିନରେ କିଭଳି ବିଶୃଙ୍ଖଳ ହେବନି ସେ ନେଇ ନିଷ୍ପତ୍ତି ନିଆଯାଉ ବୋଲି ମତ ଦେଇଛନ୍ତି ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ । ସେ କହିଛନ୍ତି ଯେ, ପ୍ରଭୁ ବଳଭଦ୍ର ରଥରୁ ଖସିଯିବା ଘଟଣା ତାଙ୍କୁ ବହୁତ ଦୁଃଖ ଦେଇଛି । ମୋବାଇଲ୍ କଟକଣା ନ ହେବାରୁ ସେବାୟତମାନେ ରଥ ଉପରେ ମୋବାଇଲ୍ ନେଇ ମହାପ୍ରଭୁଙ୍କ ସେବାରେ ମନୋନିବେଶ କରିପାରିନାହାନ୍ତି । ତେଣୁ ତୁରନ୍ତ ରଥ ଉପରେ ମୋବାଇଲ୍ କଟକଣା କରିବାକୁ ପୂର୍ବରୁ ଖୁଣ୍ଟିଆ ନିଯୋଗ ଦାବି କରିଆସୁଛି । ଉଭୟ ଶ୍ରୀମନ୍ଦିର ଭିତରେ ଓ ରଥ ଉପରେ ସଂପୂର୍ଣ୍ଣ ମୋବାଇଲ ନେବା ଉପରେ କଟକଣା ଲାଗୁ ପାଇଁ ଦାବି ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଗୁରୁତର ସହ କାର୍ଯ୍ୟ କରିବା ଉଚିତ ।

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ରଥଯାତ୍ରା: ସମସ୍ତଙ୍କୁ ଧନ୍ୟବାଦ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - jagannath ratha yatra conclude

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.