ETV Bharat / state

ଚନ୍ଦନ ଯାତ୍ରା ଅଘଟଣ: ନରେନ୍ଦ୍ର ପୋଖରୀରେ ସର୍ଚ୍ଚ ଅପରେସନ ଜାରି, ପୁରୀର ସ୍ବାସ୍ଥ୍ୟାସେବା ନେଇ ବଢୁଛି ଅସନ୍ତୋଷ - Firecracker Mishap in Chandan Yatra

author img

By ETV Bharat Odisha Team

Published : May 30, 2024, 1:56 PM IST

Firecracker Mishap in Chandan Yatra:ଚନ୍ଦନ ଯାତ୍ରା ଅଘଟଣ: ନରେନ୍ଦ୍ର ପୋଖରୀରେ ରେସ୍କ୍ୟୁ ଅପରେସନ ଜାରି, କ’ଣ କହୁଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ଅଧିକ ପଢନ୍ତୁ

ନରେନ୍ଦ୍ର ପୋଖରୀ ଅଘଟଣ: ରେସ୍କ୍ୟୁ ଅପରେସନ ଜାରି, କ’ଣ କହୁଛନ୍ତି ପ୍ରତ୍ୟେକ୍ଷଦର୍ଶୀ
ନରେନ୍ଦ୍ର ପୋଖରୀ ଅଘଟଣ: ରେସ୍କ୍ୟୁ ଅପରେସନ ଜାରି, କ’ଣ କହୁଛନ୍ତି ପ୍ରତ୍ୟେକ୍ଷଦର୍ଶୀ (ETV Bharat Odisha)

ପୁରୀ: ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଏବେ ମଧ୍ୟ ଚାଲିଛି ସର୍ଚ୍ଚ ଅପରେସନ । ଗତକାଲି ବିସ୍ଫୋରଣ ସମୟରେ କିଛି ଶ୍ରଦ୍ଧାଳୁ ଭୟଭୀତ ହୋଇ ପାଣିକୁ ଡେଇଁ ପଡିଥିବା ସନ୍ଦେହରେ ପାଓ୍ବାର ବୋଟ ସାହାଯ୍ଯରେ ପୋଖରୀରେ ଏହି ସର୍ଚ୍ଚ ଅପରେସନ ଜାରି ରଖିଛି ଅଗ୍ନିଶମ ଟିମ । ସାଙ୍ଗରେ ଓଡ୍ରାଫ ଟିମ ମଧ୍ୟ ରହିଛି । ହେଲେ ପୂର୍ବାହ୍ନରୁ ଜାରି ରହିଥିବା ସର୍ଚ୍ଚ ଅପରେସନରେ ଏପର୍ଯ୍ୟନ୍ତ କେହି ପୋଖରୀରୁ ଉଦ୍ଧାର ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ପୁରୀ ଏଡିଏମ ଉପସ୍ଥିତ ରହି ଅପରେସନକୁ ଅନୁଧ୍ୟାନ କରୁଛନ୍ତି ।

ଏହି ଅଘଟଣରେ ପ୍ରାୟ 30ରୁ ଅଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କ ମୃତ୍ୟୁ ହୋଇସାରିଛି । ଏବେ ମଧ୍ୟ ଏକାଧିକ ଗୁରୁତର ବିଭିନ୍ନ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିବା କାରଣରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି । କଟକ ଓ ଭୁବନେଶ୍ବରର ଏକାଧିକ ହସ୍ପିଟାଲରେ ଜରୁରୀ ବ୍ୟବସ୍ଥା କରାଯାଇଛି । ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ କଟକ ‘ଏସସିବି’ରେ ପହଞ୍ଚି ଚିକିତ୍ସାଧୀନଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି ।

ହେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ବର୍ଣ୍ଣ ୟୁନିଟ’ ଓ ଅନ୍ୟ ଜରୁରୀ ବିଭାଗ ନଥିବା ଓ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପ୍ରସଙ୍ଗରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଚନ୍ଦନ ଯାତ୍ରାରେ ହଜାର ହଜାର ଭକ୍ତ ଏକାଠି ହୋଇଥିବା ବେଳେ କି’ଏ ବାଣ ଫୁଟାଇବା ପାଇଁ ଅନୁମତି ଦେଇଥିଲେ । ଏଥିପାଇଁ ‘ଏସଓପି’ ଅନୁସାରେ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ମଧ୍ୟ ଅଭିଯୋଗ ଉଠିଛି । ବାଣ ଫୁଟାଇବା ସ୍ଥାନରେ କେହି ଅଗ୍ନିଶମ କର୍ମଚାରୀ କିମ୍ବା ଅଗ୍ନିଶମ ଗାଡ଼ି ନଥିଲା । ଏପରିକି ମାତ୍ରାଧିକ ଭିଡ ସତ୍ତ୍ବେ ମଧ୍ୟ ପୋଲିସର ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିନଥିବା ଅଭିଯୋଗ ହୋଇଛି । ଅଘଟଣ ଘଟିଲା ପରେ ଆହତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସିବାରେ ବହୁ ବିଳମ୍ବ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ବିସ୍ଫୋରଣ: ୩ ମୃତ, 30ରୁ ଅଧିକ ଆହତ - PURI FIRE CRACKER EXPLOSION

କେବଳ ସେତିକି ନୁହେଁ ପୁରୀ ଭଳି ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ନାହାନ୍ତି । ପୋଡ଼ି ହୋଇଯାଇଥିବା ରୋଗୀଙ୍କ ପାଇଁ ବର୍ଣ୍ଣ ୟୁନିଟ ନାହିଁ । ଫଳରେ ଅନେକ ପୋଡି ହୋଇଥିବା ରୋଗୀ ପ୍ରାଥମିକ ଚିକିତ୍ସା ନପାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଜି ସକାଳେ ଏସସିବିରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ମୁଖ୍ୟ ଶାସନ ସଚିବ କହିଥିଲେ, ପ୍ରଥମେ ଗୁରୁତରଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି । ପରେ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦିଆଯିବ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.