ETV Bharat / state

ଜେଲ ଭିତରେ ଭାଙ୍ଗିବ ଅପରାଧିଙ୍କ ଗୋଷ୍ଠୀ, ଝାରପଡ଼ା ଜେଲରେ ପୋଲିସର ରେଡ - Jharpada Jail Raid

Raid at Jharpada Jail: ଝାରପଡା ଜେଲରେ ପୋଲିସର ରେଡ୍ । କମିଶନରେଟ ପୋଲିସ ପକ୍ଷରୁ ଆଜି ଝାରପଡା ଜେଲରେ ଯାଞ୍ଚ କରାଯାଇଛି । ଏହି ସମୟରେ ଜେଲରୁ ଅଳ୍ପ ପରିମାଣର ମାଦକ ଦ୍ରବ୍ୟ ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

Raid at Jharpada Jail
Raid at Jharpada Jail
author img

By ETV Bharat Odisha Team

Published : Mar 20, 2024, 12:31 PM IST

ଝାରପଡ଼ା ଜେଲରେ ପୋଲିସର ରେଡ

ଭୁବନେଶ୍ୱର: ଜେଲ ଭିତରେ‌ କ୍ରିମିନାଲ ଓ୍ବାର ପରେ ଚେତିଛି ପୋଲିସ । ଆଜି(ବୁଧବାର) ସକାଳୁ ଝାରପଡା ଜେଲରେ ପରେଡ କରିବା ସହ ରେଡ୍ ମାରିଛି କମିଶନରେଟ ପୋଲିସ । ଥାନା ଅଧିକାରୀମାନଙ୍କ ସହ ଜୋନାଲ ଏସିପି ଓ ଡିସିପି ପହଞ୍ଚି ଆରମ୍ଭ କରିଛନ୍ତି ତଲାସି । ଏନେଇ ଜେଲ ପରିସର ଭିତରେ ସମସ୍ତ ଓ୍ବାର୍ଡ ଓ ସେଲ ଯାଞ୍ଚ କରାଯାଇଛି । କିଛି ମାଦକ ଦ୍ରବ୍ୟ ଜବତ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଯାଞ୍ଚ ହୋଇଛି ଓ ଆଗକୁ ମଧ୍ୟ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଜେଲରେ ଅପରେଟ ହେଉଛି ଅପରାଧିଙ୍କ ଗୋଷ୍ଠୀ । ଜେଲ ଭିତରେ ଥାଇ ଚାଲୁଛି ଦାଦାଗିରି ଓ ଭାଇଗିରି । ଗୋଷ୍ଠୀକୁ ସମର୍ଥନ କଲେ ମିଳୁଛି ସବୁ ପ୍ରକାର ସୁବିଧା । ବିଭିନ୍ନ ମାଦକ ଦ୍ରବ୍ୟ ଯେପରିକି ଗଞ୍ଜେଇ ଠୁ ଆରମ୍ଭ କରି ଚରସ ବିଡ଼ି ସିଗାରେଟ ଖଇନି ସବୁ ଜେଲରେ ମିଳୁଛି । ଅପରାଧିଙ୍କ ମଧ୍ୟରେ ନିଜର ଦବଦବା ରଖିବାକୁ ବେଆଇନ ଭାବେ ଭିତରକୁ ଆସୁଛି ମାଦକ ଦ୍ରବ୍ୟ । କିଛି ଦୁର୍ଦ୍ଦାନ୍ତ ଅପରାଧି ଜେଲ ଭିତରେ ଥାଇ ଚଳାଇଛନ୍ତି ନିଜର ନେଟୱର୍କ ।

ଏହି ଅପରାଧିକ ଗୋଷ୍ଠୀଙ୍କୁ ସମର୍ଥନ କଲେ ଜେଲ ଭିତରେ କଏଦୀମାନଙ୍କୁ ବିଭିନ୍ନ ସୁବିଧା ମିଳୁଥିବା ବେଳେ ବିରୋଧ କଲେ ଆକ୍ରୋଶର ଶିକାର ହେବାକୁ ପଡୁଛି । ଗତ 2 ଦିନ ତଳେ ଶମ୍ଭୁ ବାରିକ ନାମକ ଜଣେ ଜେଲ ଅନ୍ତେବାସୀ ଜେଲରେ ଭିତରେ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଜେଲ ଭିତରେ ଚକରା ବାରିକ, ପପୁ ମାଝି ଓ ଜଗା ଗୋଷ୍ଠୀ ଏହି ଆକ୍ରମଣ କରିଥିବା ସୂଚନା ରହିଛନ୍ତି । ଗଞ୍ଜେଇ କାରବାରକୁ ନେଇ 2 ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ ପୋଲିସ ।

ଏହାମଧ୍ୟ ପଢନ୍ତୁ.. ଝାରପଡ଼ା ଜେଲ୍‌ରେ କ୍ରିମିନାଲ ଓ୍ବାର୍: ଜଣେ ଆହତ, ସୁରକ୍ଷା ବଳୟକୁ ନେଇ ଉଠିଲା ପ୍ରଶ୍ନ

ଆଗକୁ ନିର୍ବାଚନ ଥିବା ବେଳେ ଅପରାଧୀଙ୍କୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି (ବୁଧବାର)ଝାରପଡା ଜେଲରେ ରେଡ କରିଛି କମିଶନରେଟ ପୋଲିସ । ଜେଲରେ ସମସ୍ତ ଓ୍ୱାର୍ଡ ଓ ସେଲ ଯାଇ ଯାଞ୍ଚ କରିଛନ୍ତି ପୋଲିସ ଅଧିକାରୀ । 9 ଶହରୁ ଊର୍ଦ୍ଧ୍ୱ କଏଦୀଙ୍କୁ ମଧ୍ୟ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଅଳ୍ପ ପରିମାଣର ଗଞ୍ଜେଇ, ଖଇନି, ବିଡ଼ି ,ଚିଲମ ଓ ଲାଇଟର ଜବତ କରାଯାଇଛି ।

ଏନେଇ ଡିସିପି କହିଛନ୍ତି "ଜେଲ ଭିତରେ ଅବୈଧ ଜିନିଷ ବ୍ୟବହାର‌ ହେଉଛି ସେନେଇ ନଜର ରଖାଯାଉଛି । କମ୍ୟୁନିକେସନ ଡିଭାଇସ ଉପରେ ଧ୍ୟାନ ଦିଆଯିବ । ଯେହେତୁ ଆଗକୁ ନିର୍ବାଚନ ଅଛି । ଫ୍ରି ଫେୟାର ଇଲେକ୍ସନକୁ ଦୃଷ୍ଟିରେ ରଖି ଏହି ରେଡ କରାଯାଇଛି । ଜେଲର ମଧ୍ୟରୁ ଅଳ୍ପ କିଛି ପରିମାଣରେ ବିଡି, ଖଇନି, ଗଞ୍ଜେଇ ଜବତ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.