ETV Bharat / state

ପୋଲିସ-ଜନତା ଖଣ୍ଡଯୁଦ୍ଧ, ତୁଷୁରା ଥାନାରେ ଉତ୍ତେଜନା - POLICE PUBLIC TUSSLE

ତୁଷୁରାରେ ପୋଲିସ-ଜନତା ହାତାହାତି । ପୋଲିସକୁ ଥାନାରେ ଆକ୍ରମଣ । ଲାଠି ଚାର୍ଜ କଲା ପୋଲିସ ।

ପୋଲିସ୍ ପବ୍ଲିକ ହାତାହାତି
ପୋଲିସ୍ ପବ୍ଲିକ ହାତାହାତି (ETV Bharat Odisha)
author img

By ETV Bharat Odisha Team

Published : Dec 8, 2024, 8:58 PM IST

ବଲାଙ୍ଗୀର: ତୁଷୁରା ଥାନାରେ ପୋଲିସକୁ ଆକ୍ରମଣ କଲେ ଲୋକ । ପୋଲିସର ଲାଠି ଚାର୍ଜ । ବ୍ୟାପକ ପୋଲିସ ମୁତୟନ । ଉତ୍ତେଜନା ଜାରି । ବଲାଙ୍ଗୀର ତୁଷୁରା ଥାନାରେ ଏଭଳି ଘଟଣା ଘଟିଛି । ଯେଉଁଥିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉପୁଜିଥିବା ବିବାଦରେ ଲୋକେ ପୋଲିସକୁ ଆକ୍ରମଣ କରିଛନ୍ତି । ସେପଟେ ପୋଲିସ୍ ଆକ୍ରମଣକାରୀଙ୍କ ଉପରେ ଲାଠି ଚାର୍ଜ କରିଛି । ଶାନ୍ତି ପ୍ରତିଷ୍ଠା ପାଇଁ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ । ଗୋଟିଏ ଗୋଷ୍ଠୀ ଅଟକ ଥିବା ଅଭିଯୁକ୍ତକୁ ଛଡାଇ ନେବା ଉଦ୍ୟମ ପରେ ଏଭଳି ପରିସ୍ଥିତି ଉପୁଜି ଥିଲା ।

ପୋଲିସ କାର୍ଯ୍ୟାନୁଷ୍ଠାନ କରିନଥିବା ଅଭିଯୋଗ:

ପୋଲିସ୍ ପବ୍ଲିକ ହାତାହାତି (ETV Bharat Odisha)
ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ତୁଷୁରା ସହରର ଗୋଦାମ ପଡ଼ାର ଯୁବରାଜ ହରପାଳକୁ ପୂର୍ବ ଶତ୍ରୁତା ଯୋଗୁଁ ଆକ୍ରମଣ ହୋଇଥିଲା । ତେବେ ସେ ଘଟଣା ଦିନ ତୁଷୁରା କଲେଜ ଛକରେ ଗୁପଚୁପ ଖାଉଥିବା ବେଳେ ପତିତପାବନ ପଡ଼ାର କିଛି ଯୁବକ କମେଣ୍ଟ ମାରିବା ସହ ମାଡ ପିଟ କରିଥିଲେ l ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ପରେ ଆଜି(ରବିବାର) ଦିନ ଏଗାରଟା ସମୟରେ ପତିତପାବନ ପଡ଼ାର କିଛି ଯୁବକ ପୁଣି ଯୁବରାଜ ହରପାଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ଯୁବରାଜ ହରପାଲ ଗୁରୁତର ହୋଇ ବଲାଙ୍ଗୀର ଭିମଭୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଏଥିରେ ଅନ୍ୟ ଛଅ ଜଣ ମଧ୍ୟ ଆହତ ହୋଇଥିଲେ ।

ତାତିଲେ ଲୋକେ:

ଏହି ଘଟଣାରେ ପୋଲିସ ପାଖରେ ଅଭିଯୋଗ ହୋଇଥିବା ସତ୍ତ୍ୱେ ପୋଲିସ୍ ଚୁପ ବସିଥିବାକୁ ନେଇ ତାତିଥିଲେ ଲୋକେ । ଏହି ଗୋଦାମ ପଡ଼ାର କିଛି ଯୁବକ ମହିଳା ଥାନାକୁ ଆସି ପୋଲିସକୁ ଆକ୍ରମଣ ଉଦ୍ୟମ କରିଥିଲେ । ଅନ୍ୟପଟେ ପୋଲିସ ମଧ୍ୟ ଯୁବକ ମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା । ସେପଟେ ପରବର୍ତ୍ତୀ ସମୟରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏହିପରି ସହରରେ ଏବେ ମଧ୍ୟ ଚାପା ଉତ୍ତେଜନା ଥିବା ବେଳେ ଲୋକେ ଥାନାକୁ ଘେରାଉ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଫିଲ୍ମ ଷ୍ଟାଇଲରେ କାର୍ ଚୋରି, ଦୁଇ ଭାଇ ଗିରଫ

ଆକ୍ସନ ମୋଡରେ ସମ୍ବଲପୁର ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବକୁ ଏନକାଉଣ୍ଟର

ରିଲ୍ ନୁହେଁ ରିୟଲ ପୁଷ୍ପା, ଚନ୍ଦନ କାଠ ନୁହେଁ ସୁନା ଚୋରି କରି ଫସିଲା

ଚୋରି ସୁନାରେ ଗୋଲ୍ଡ ଲୋନ, ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ସହରରେ ବ୍ୟାପକ ପୋଲିସ ମୁତୟନ:

ତେବେ ବଲାଙ୍ଗୀର ଏସଡିପି ଓ ପ୍ରଦୀପ ସାହୁ କହିଛନ୍ତି, ‘କିଛି ଦିନ ପୂର୍ବରୁ ପୂର୍ବ ଶତ୍ରୁତା କାରଣରୁ ଜଣେ ଯୁବକକୁ ଆକ୍ରମଣ ହୋଇଥିଲା । ଯାହାର ରିପୋର୍ଟ ପାଇବା ପରେ ତଦନ୍ତ କରି ଜଣକୁ ଅଟକ ରଖିଥିଲା । ହେଲେ ଅନ୍ୟ ଗୋଷ୍ଠୀ ଥାନାକୁ ଆସି ପୋଲିସକୁ ଆକ୍ରମଣ କରି ଥିଲେ । ଯାହାକୁ ନେଇ ପୋଲିସ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସେହିପରି ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ୍ ତନାଘନା ଜାରି ରଖିଛି । ସମାନ ଭାବରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ’

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.