ETV Bharat / state

ଆସୁନି ଆଖୁ, କମୁଛି ଉତ୍ପାଦନ: କେବେ ସୁଧୁରିବ ଆସିକା ଚିନି କଳ ଭାଗ୍ୟ ? - ASKA SUGAR MILL

ଆସିକା ଆଖୁ ଶିଳ୍ପ ପୁନରୁଦ୍ଧାର କରିବେ ରାଜ୍ୟ ସରକାର । ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଯିବେ ଉଚ୍ଚସ୍ତରୀୟ କମିଟି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ସ୍ବତନ୍ତ୍ର ରିପୋର୍ଟ ।

ସୁଧୁରିବ କି ଆସିକା ଚିନି କଳ ଭାଗ୍ୟ
ସୁଧୁରିବ କି ଆସିକା ଚିନି କଳ ଭାଗ୍ୟ (ETV Bharat Odisha)
author img

By ETV Bharat Odisha Team

Published : Dec 14, 2024, 10:44 AM IST

ଆସିକା(ଗଞ୍ଜାମ): ଅ ନ୍ତର ବେଦନା ବଖାଣୁ ବଖାଣୁ ବାଷ୍ଫରୁଦ୍ଧ ହୋଇଯାଉଛି କଣ୍ଠ । ଲୋତକକୁ ସିନା ଚାପି ଦେଇଛନ୍ତି ପେଟର ଭୋକକୁ ବୁଝିବ କିଏ ? 'ବର୍ଷସାରା ଖଟି ଯଦି ଦି ପଇସା ପାଇବୁନି ଆମେ କରିବୁ କଣ ?' ଏହା କେବଳ ଆପଣମାନଙ୍କୁ କିଛି ଶବ୍ଦ ଲାଗିପାରେ । କିନ୍ତୁ ମନରେ ଅଜସ୍ର ବେଦନା କ୍ୟାମେରା ଆଗରେ ବଖାଣିବା ବେଳେ କଣ୍ଠ ଥରି ଉଠୁଛି । ଏ ହେଉଛି ଜଣେ ଆଖୁ ଚାଷୀ ଅନ୍ତର କଥା । ଏସିଆ ମହାଦେଶର ପ୍ରଥମ ଚିନି କଳ ବୋଲାଉଥିବା ଆସିକା ସମବାୟ ଚିନି ଶିଳ୍ପ ଦୁରବସ୍ଥା ଭିତରେ ଗତି କରୁଥିବା ବେଳେ ଏଇଠି କାମ କରି ଦୁଇ ପଇସା ପାଉଥିବା ଆଖୁ ଚାଷୀଙ୍କୁ ଘାରିଛି ପେଟପାଟଣା ଚିନ୍ତା । ବିଗତ ବର୍ଷ ଧରି ଆସିକା ଚିନି କଳ ଭବିଷ୍ୟତ ଏକ ପ୍ରକାର ଅନ୍ଧାର ଭିତରେ ଗତି କରୁଥିବା ବେଳେ ଏହାକୁ ଆଲୋକ ଦେଖାଇବାକୁ ଅଣ୍ଟା ଭିଡିଛନ୍ତି ମୋହନ ମାଝୀ ସରକାର । ସରକାରଙ୍କ ଉଦ୍ୟମରେ ବଦଳିବ କି ଚିନି ଶିଳ୍ପର ଭାଗ୍ୟ ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ....

ଆସିକା ଚିନି କଳ ସମ୍ପର୍କରେ...

ସୁଧୁରିବ କି ଆସିକା ଚିନି କଳ ଭାଗ୍ୟ (ETV Bharat Odisha)

ଗଞ୍ଜାମ ଜିଲ୍ଲାର ଆସିକା ସହର । ଏକ ବ୍ୟସ୍ତ ବହୁଳ ଅଞ୍ଚଳ ଭାବେ ଜଣାଶୁଣା । ଏଇଠି ରହିଛି ଆସିକା ସମବାୟ ଚିନି ଶିଳ୍ପ । ୧୯୫୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୯୬୩ ମସିହାରୁ ଏଠାରେ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା । ଏହାକୁ ଏସିଆ ମହାଦେଶର ପ୍ରଥମ ଚିନି ଶିଳ୍ପ ଭାବରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏହା କେବଳ ଏକ ଚିନି କଳ ନୁହେଁ ଶ୍ରମିକ, ଚାଷୀ ଏବଂ ହଜାର ହଜାର ଲୋକଙ୍କର ପେଟପାଟଣା ବୁଝିଥିବା ଏକ କଳ ଅଟେ । ଆଖୁ ଚାଷୀଙ୍କଠୁ ନେଇ ଶ୍ରମିକ ଶ୍ରେଣୀ, ସମସ୍ତେ ଏହା ଉପରେ ନିର୍ଭର କରନ୍ତି । ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ରୋଜଗାର ମାଧ୍ୟମ । ଆଗରୁ ଏଠାରେ 6ରୁ 7 ମାସ ଧରି କାମ ପାଉଥିଲେ ଶ୍ରମିକ । ଆଉ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । କିନ୍ତୁ ସମୟ କ୍ରମେ ଉପରକୁ ଉଠିବା ପରିବର୍ତ୍ତେ ଧିରେ ଧିରେ ନିମ୍ନମୁଖୀ ହେବାରେ ଲାଗିଛି । 1963 ମସିହାରୁ ଠିକ୍ ଠାକ୍ ଚାଲିଥିବା ବେଳେ 2012 ମସିହା ବେଳେକୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ଫଳରେ ଏବେ କୋଟି କୋଟି ଟଙ୍କା କରଜରେ ବୁଡିଛି ଏହି ଚିନି ଶିଳ୍ପ ।

୨୦୧୨ ସୁଦ୍ଧା ଆସିକା ସମବାୟ ଚିନି ଶିଳ୍ପ ସ୍ଥିତି ଭଲ ରହିଥିଲା:

Aska Sugar Mill
Aska Sugar Mill (ETV Bharat Odisha)

୨୦୧୨ ମସିହା ପର୍ଯ୍ୟନ୍ତ ଆସିକା ସମବାୟ ଚିନି ଶିଳ୍ପର ସ୍ଥିତି ଭଲ ରହିଥିଲା । ବାର୍ଷିକ ୧ ଲକ୍ଷ ୯୦ ହଜାର ଟନ୍ ଆଖୁକୁ ଏହି ଶିଳ୍ପରେ ପେଡ଼ା ଯାଉଥିଲା । ହେଲେ ପରବର୍ତ୍ତୀ ସମୟରେ ଆଖୁ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏହାକୁ ନେଇ ଗତବର୍ଷ ୨୦୨୧-୨୨ରେ ଆଖୁ ବହୁ ମାତ୍ରାରେ ହ୍ରାସ ପାଇ ୩୮ ହଜାର ଟନରେ ପହଞ୍ଚିଥିବା ବେଳେ ଗତବର୍ଷ ଏହା କିଛି ପରିମାଣରେ ବୃଦ୍ଧି ପାଇଥିବା ୧୧ ହଜାର ଟନ୍ ବୃଦ୍ଧି ପାଇ ୪୯ ହଜାର ଟନରେ ପହଞ୍ଚିଥିଲା । ହେଲେ ଚଳିତବର୍ଷ ଚାଷ ଜମିକୁ ପାଣି ଅଭାବ ସାଙ୍ଗକୁ ବିଭିନ୍ନ କାରଣରୁ ଏହି ପରିମାଣ ବହୁ ମାତ୍ରାରେ ହ୍ରାସ ପାଇବ ବୋଲି କୁହାଯାଇଛି ।

କୋଟି କୋଟି କରଜରେ ବୁଡ଼ିଛି ଶିଳ୍ପ:

Aska Sugar Mill
Aska Sugar Mill (ETV Bharat Odisha)

ଆଖୁ ଚାଷ ପ୍ରତି ପ୍ରୋତ୍ସାହନ ଅଭାବରୁ ଧିରେ ଧିରେ ଆଖୁ ଚାଷ ପ୍ରତି ବିମୁଖ ହେବାରେ ଲାଗିଛନ୍ତି ଚାଷୀ । ଯାହାର ସିଧାସଳଖ ପ୍ରଭାବ ପଡିଛି ଚିନି ଶିଳ୍ପ ଉପରେ । କଳକୁ ଆଖୁ ପରିମାଣ କମ ଆସିବାରୁ କମ୍‌ ଉତ୍ପାଦନ ହେଉଛି । ଫଳରେ ଲାଭ ବଦଳରେ କ୍ଷତି ସହୁଛି କଳ । ଧିରେ ଧିରେ ଏହି ସମସ୍ୟା ବଢିବାରୁ ଏବେ କୋଟି କୋଟି ଟଙ୍କା କରଜରେ ବୁଡି ରହିଛି କଳ । ଅଦ୍ୟାବଧି କରଜ ୨୨ କୋଟି ଟଙ୍କା ରହିଥିବା ବେଳେ ତାହାକୁ ହିସାବ କରି ପ୍ରତେକ ମାସରେ ରଣ ବାବଦକୁ ୫୦ ଲକ୍ଷ ଟଙ୍କା ରଣ ପାଇଁ EMI ପରିଶୋଧ କରାଯାଉଛି ।

ଚିନି ଶିଳ୍ପ କ୍ଷତି ସହିବାର ଏସବୁ ପ୍ରମୁଖ କାରଣ:

  1. ଆଖୁ ଚାଷ ପ୍ରତି ବିମୁଖ
  2. ଚାଷୀଙ୍କୁ ମିଳୁନି ସବସିଡି ତଥା ପ୍ରୋତ୍ସାହନ ରାଶି
  3. ଧାନ ଚାଷୀଙ୍କୁ ସବସିଡି ମିଳୁଛି, ଆଖୁ ଚାଷୀଙ୍କୁ ନୁହେଁ
  4. ବର୍ଷର 10 ମାସ ସମୟ ଆଖୁ ଚାଷ ପାଇଁ ଦେବାକୁ ପଡୁଛି
  5. ବଣୁଆ ଜନ୍ତୁ ନଷ୍ଟ କରୁଛନ୍ତି ଆଖୁ ଫସଲ
  6. ଆଖୁ ଉତ୍ପାଦନ କମ ହେବାରୁ ଚିନି ଉପରେ ପଡୁଛି ପ୍ରଭାବ

ଆସିକା ସମବାୟ ଚିନି ଶିଳ୍ପର ରଣ:

Aska Sugar Mill
Aska Sugar Mill (ETV Bharat Odisha)

ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପର ବିକାଶ ପାଇଁ ସୁଗାର ଡେଭଲପମେଣ୍ଟ ଫଣ୍ଡରୁ ଯେଉଁ ରଣ ଅଣାଯାଇଥିଲା ତାହାର ବକେୟା ଅଦ୍ୟାବଧି ୨୨ କୋଟି ଟଙ୍କା ରହିଥିବା ବେଳେ ତାହାକୁ ହିସାବ କରି ପ୍ରତେକ ମାସରେ ରଣ ବାବଦକୁ ୫୦ ଲକ୍ଷ ଟଙ୍କା ରଣ ପାଇଁ ଇ.ଏମ୍.ଆଇ(EMI) ପରିଶୋଧ କରାଯାଉଥିବା କହିଛନ୍ତି ପରିଚାଳନା ନିର୍ଦ୍ଦେଶକ ଡ.ସୁଶାନ୍ତ କୁମାର ପଣ୍ଡା । ଯାହା ଆସିକା ସମବାୟ ଚିନି ଶିଳ୍ପ ପାଇଁ ଏକ ବଡ ବୋଝ । ଯାହାକୁ ନେଇ ସରକାରଙ୍କ ନିକଟରେ ଅନ୍ୟ ରାଜ୍ୟମାନଙ୍କ ଭଳି ଆମ ରାଜ୍ୟରେ ମଧ୍ୟ ତାହାକୁ ଛାଡ କରାଯିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏପରିକି ଆସିକା ସମବାୟ ଚିନି ଶିଳ୍ପର ଜଳକର ବକେୟା ୪୨ କୋଟି ଟଙ୍କା ରହିଥିବା ବେଳେ ଅବକାରୀ ବକେୟା ୮ କୋଟି ରହିଥିବା ଯୋଗୁଁ ଏହାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଛାଡ କରିବାକୁ ପ୍ରସ୍ତାବ ଉପସ୍ଥାପନା କରାଯାଇଛି ।

କର୍ମଚାରୀଙ୍କୁ ନିୟମିତ ମିଳୁନି ଦରମା:

Aska Sugar Mill
Aska Sugar Mill (ETV Bharat Odisha)

ଗତ କିଛି ବର୍ଷ ମଧ୍ୟରେ ଯେପରି ବକେୟା ଓ ରଣ ଭାରରେ ବୁଡି ରହିଛି ଆସିକା ସମବାୟ ଚିନି ଶିଳ୍ପ, ତାହାକୁ ନେଇ ଏଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିୟମିତ ଏବଂ ସଠିକ୍ ସମୟରେ ଦରମା ଦିଆଯାଇ ପାରୁନାହିଁ । ଏଠାରେ ବର୍ଷ ତମାମ ପ୍ରାୟ ପାଞ୍ଚ ଶହ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ କରିବାରେ ନାନା ସମସ୍ୟା ଦେଖାଦେଉଛି । ଏଠାରେ ନିୟମିତ କର୍ମଚାରୀଙ୍କଠାରୁ ଆରମ୍ଭ କରି ଆଉର୍ଟସୋର୍ସ, ସିଜନାଲ ଏବଂ ବିଭିନ୍ନ କ୍ୟାଡର ଭାବେ ଏଠାରେ କାର୍ଯ୍ୟରତ ରହିଥିବା ବେଳେ ସେମାନଙ୍କୁ ଦରମା ଦେବାରେ ଅର୍ଥର ଅଭାବ ରହିଥିବା କୁହାଯାଇଛି ।

ଆଖୁ ଚାଷୀଙ୍କ ବେଦନା :

Aska Sugar Mill
ଆଖୁ ଚାଷୀ (ETV Bharat Odisha)

ଆଖୁଚାଷୀ ବିଶେଶ୍ବର ପ୍ରଧାନ କହିଛନ୍ତି, ‘ଗୋଟିଏ ପଟେ ବନ୍ୟଜନ୍ତୁଙ୍କ ଉପଦ୍ରବ ସହିତ ନିୟମିତ ଭାବରେ ଆଖୁଚାଷୀଙ୍କ ପାଇଁ ଆବଶ୍ୟକ ରହିଥିବା ଶ୍ରମିକଙ୍କ ଅଭାବ ସହିତ ଚାଷୀଙ୍କୁ ସଠିକ୍ ଭାବରେ ମୂଲ୍ୟ ମିଳୁନି । ପୂର୍ବରୁ ଯେଉଁ ସାର ଓ ପିଡ଼ିଆ ଯୋଗାଇ ଦିଆଯାଉଥିଲା ତାହାକୁ ବର୍ତ୍ତମାନ ଆଉ କରାଯାଉ ନାହିଁ । ଧାନର ମୂଲ୍ୟ ସହିତ ଆଖୁ ଚାଷର ମୂଲ୍ୟ ମିଳିପାରୁନାହିଁ । ଏଣୁ ଚାଷୀ ବଞ୍ଚିଲେ ଶିଳ୍ପ ବଞ୍ଚିବ । ଏଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ ।’

ପୁନରୁଦ୍ଧାର ପାଇଁ ଆଗେଇ ଆସିଲେ ମୋହନ ମାଝୀ ସରକାର:

Aska Sugar Mill
Aska Sugar Mill (ETV Bharat Odisha)

ଋଗ୍ଣ ଅବସ୍ଥାକୁ ଚାଲି ଆସିଥିବା ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏହି ସମବାୟ ଶିଳ୍ପର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ସହ ସମସ୍ୟା ଓ ଭବିଷ୍ୟତରେ କିପରି ଉନ୍ନତି କରାଯିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଆଖୁ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ବର ସହ ନେଇଛନ୍ତି ମୋହନ ସରକାର ।

ରାଜ୍ୟ ସରକାରଙ୍କୁ କଣ କଣ ପ୍ରସ୍ତାବ ଦିଆଯାଇଛି ?

Aska Sugar Mill
ଆଖୁ ଚାଷ ଓ ଚିନି ଉତ୍ପାଦନ ବିବରଣୀ (ETV Bharat Odisha)

ଆଖୁ ଶିଳ୍ପର ବିକାଶ ଓ ଅଧିକ କର୍ମ ନିଯୁକ୍ତି ପାଇଁ ପ୍ରସ୍ତାବ:

ଆସିକା ସମବାୟ ଚିନି ଶିଳ୍ପର ବିକାଶ ସହିତ ଅଧିକରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ସରକାରଙ୍କ ନିକଟରେ ରଖାଯାଇଛି ପ୍ରସ୍ତାବ । ଯାହାକି ଆସିକା ସମବାୟ ଚିନି ଶିଳ୍ପ ମଧ୍ୟରେ ଇଥାନାଲ ପ୍ଲାଣ୍ଟର ପ୍ରତିଷ୍ଠା କରାଯିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି । ଯାହାକି ଏହାକୁ ପ୍ରତିଷ୍ଠା କରିବା ପାଇଁ ପାଖାପାଖି ଦୁଇ ଶହ କୋଟି ଟଙ୍କା ଅଟକଳ ରହିବ । ଏହା ସହ ଅନ୍ୟ ଏକ ବୋତଲ ପ୍ଲାଣ୍ଟ (ବଟଲିଂ ପ୍ଲାଣ୍ଟ) ସହିତ କାର୍ଡ ବୋର୍ଡ ପ୍ଲାଣ୍ଟ ଯଦି ସେଠାରେ ପ୍ରତିଷ୍ଠା କରାଯାଏ ତାହା ହେଲେ ଏହା ଆସିକା ସମବାୟ ଚିନି ଶିଳ୍ପ ପାଇଁ ସହାୟକ ହେବା ସହିତ ଗଞ୍ଜାମ ଜିଲ୍ଲାରେ ଅଧିକରୁ ଅଧିକ ନୂତନ କର୍ମନିଯୁକ୍ତି କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଇଛି ।

ପୁରୁଣା ଯନ୍ତ୍ରାଂଶର ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ପ୍ରସ୍ତାବ:

ଆସିକା ସମବାୟ ଚିନି ଶିଳ୍ପର ବିକାଶ ପାଇଁ ରାଜ୍ୟର ମୋହନ ମାଝୀ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏଠାକାର ରହିଥିବା ପୁରୁଣା ଯନ୍ତ୍ରାଂଶ ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଛି ।

ଆଖୁ ଚାଷୀଙ୍କ ଆଗ୍ରହ ରହିଛି ସରକାରଙ୍କ ପକ୍ଷରୁ ସବସିଡି ମିଳିବ:

Aska Sugar Mill
କଟା ଯାଇଛି ଆଖୁ (ETV Bharat Odisha)

ଏନେଇ ଆସିକା ସମବାୟ ଚିନି ଶିଳ୍ପର ସଭାପତି ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ‘ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷ କରି ଆସୁଥିବା ଚାଷୀ ମାନଙ୍କ ପକ୍ଷରୁ ବର୍ତ୍ତମାନ ବଜାରର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସବସିଡି ତଥା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ବୋଲି ଆଶା । ଇତିମଧ୍ୟରେ ରାଜ୍ୟର ଧାନ ଚାଷୀ ମାନଙ୍କର ଦାବିକୁ ଦୃଷ୍ଟିରେ ରଖି ସବସିଡି ଅର୍ଥ ମିଶାଯାଇ ୩୧ ଶହ ଟଙ୍କା ପ୍ରଦାନ କରିବାକୁ ସ୍ଥିର କରାଯାଇଥିବା ବେଳେ ଏଭଳି ସ୍ଥିତିରେ ଆଖୁ ଚାଷୀଙ୍କ ଆଗ୍ରହ ରହିଛି ସରକାରଙ୍କ ପକ୍ଷରୁ ସେମାନଙ୍କୁ କିଛି ସବସିଡି ମିଳିବ । ସେପଟେ ଧାନ ଚାଷୀମାନେ ସେମାନଙ୍କ ଚାଷ ପାଇଁ ତିନିରୁ ଚାରି ମାସ କାର୍ଯ୍ୟ କରୁଥିବା ବେଳେ ଆଖୁଚାଷୀଙ୍କ ପକ୍ଷରେ ଏହା ପ୍ରାୟ ଦଶ ମାସ ଧରି ଉଦ୍ୟମ ଜାରି ରହିଥାଏ ।

Aska Sugar Mill
ଆଖୁ ଚାଷ (ETV Bharat Odisha)

ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ ଆଖୁପେଡା :

ସେ ଆହୁରି କହିଛନ୍ତି, ‘ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ସମବାୟ ଚିନି ଶିଳ୍ପରେ ଆଗାମୀ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ ଆଖୁ ପେଡ଼ା କାର୍ଯ୍ୟ । ଏଣୁ ପ୍ରତ୍ୟେକ ବର୍ଷ ଆଖୁ ଚାଷୀମାନେ ଆଖୁ ପେଡ଼ା ଋତୁ ପୂର୍ବରୁ ସମବାୟ ସମିତି ନିକଟରେ ପାରମ୍ପାରିକ ରୀତିନୀତିରେ ଆଖୁ ଚାଷୀଙ୍କ ପକ୍ଷରୁ ଆଖୁର ଟନ୍ ପ୍ରତି ଦର ବୃଦ୍ଧି କରିବାକୁ ଦାବି ଜଣାଇଥାନ୍ତି । ବର୍ତ୍ତମାନ ଟନ୍ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯାଉଛି । ଏହାକୁ ନେଇ ପୂର୍ବରୁ ଅନେକ ପରିଚାଳନା ପରିଷଦ ବୈଠକରେ ଆଖୁ ଦର ବୃଦ୍ଧି କରିବାକୁ ଆଲୋଚନା କରାଯାଇ ସରକାରଙ୍କୁ ଅବଗତ କରାଯାଇଛି । ଏଣୁ ଏଭଳି ସ୍ଥିତିରେ ଏକ ହଜାର ଟଙ୍କା ସବସିଡି ପ୍ରଦାନ କରିବାର ଆବଶ୍ୟକତା ରହିଛି ।’

Aska Sugar Mill
Aska Sugar Mill (ETV Bharat Odisha)
ସବସିଡି ମିଳୁନଥିବାରୁ ଆଖୁ ପାଇଁ ଅପେକ୍ଷା କରୁନାହାନ୍ତି ଚାଷୀ:

ରବୀନ୍ଦ୍ର କୁମାର ପଣ୍ଡା ଆହୁରି କହିଛନ୍ତି, ‘ଅନେକ ଥର ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଆଖୁ ଚାଷୀଙ୍କ ପାଇଁ କୌଣସି ଦୃଷ୍ଟି ଦିଆଯାଇନଥିବା ଯୋଗୁଁ ଧାନ ଚାଷ ଶେଷ ପରେ ଆଉ ଆଖୁ ଚାଷ କରିବାକୁ ଅପେକ୍ଷା କରୁନାହାନ୍ତି । ଯାହାକି ଅନେକ ଧାନ ଚାଷ ଶେଷ ପରେ ଚାଷ ଜମିରେ ମୁଗ ଚାଷ କରୁଥିବା ଦେଖାଯାଇଛି। ଏଣୁ ସରକାରଙ୍କ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ଗୁରୁତର ସହିତ ସବସିଡି ଭାବରେ ଏକ ହଜାର ଟଙ୍କା ପ୍ରାଥମିକତା ଭାବରେ ପ୍ରଦାନ କରିବାକୁ ଅନୁରୋଧ କରିଛୁ ।’

Aska Sugar Mill
Aska Sugar Mill (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଖୋଲିବ କି ବଲାଙ୍ଗୀର ଚିନିକଳ ଭାଗ୍ୟ ? ମୋହନ ସରକାରଙ୍କ ସବୁଜ ସଂକେତ ପରେ ଆଶା ସଞ୍ଚାର, କାହିଁକି ଲାଗିଥିଲା ତାଲା ? - BALANGIR SUGAR MILL TO REOPEN

ବରଗଡ଼ ଚିନି କଳ ଜମି ଇଡକୋକୁ ହସ୍ତାନ୍ତର କରିବେ ସରକାର

ସରକାରଙ୍କ ଟାକ୍ସଫୋର୍ସ ମହାରାଷ୍ଟ୍ର ଯିବା ପୂର୍ବରୁ ଆସିକାକୁ ଆସୁ:

ରବିନ୍ଦ୍ର କୁମାର ପଣ୍ଡା ଆହୁରି କହିଛନ୍ତି, ‘ଆସିକା ସମବାୟ ଚିନି ଶିଳ୍ପର ବିକାଶ ଓ ଉନ୍ନତିକରଣ ପାଇଁ ଗଠିତ ହୋଇଥିବା ଟାକ୍ସଫୋର୍ସ ମହାରାଷ୍ଟ୍ର ଯିବା ପୂର୍ବରୁ ଆସିକା ଅଞ୍ଚଳକୁ ଆସିବାର ଆବଶ୍ୟକତା ରହିଛି । ଏହି ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆସିକା ଅଞ୍ଚଳରେ ଚାଷୀମାନଙ୍କୁ ସାକ୍ଷାତ କରନ୍ତୁ । ଚାଷୀ ମାନଙ୍କ ସମସ୍ୟା ବୁଝନ୍ତୁ ତାପରେ ଉକ୍ତ କମିଟି ହୃଦୟଙ୍ଗମ କରିବେ ଯେ କ'ଣ କରାଯିବାର ଆବଶ୍ୟକତା ରହିଛି ।’

ସୁଧୁରିବ କି ଆସିକା ଚିନି କଳ ଭାଗ୍ୟ
ସୁଧୁରିବ କି ଆସିକା ଚିନି କଳ ଭାଗ୍ୟ (ETV Bharat Odisha)
ଆଖୁପେଡ଼ା ସହ ବଟଲିଂ ପ୍ଳାଣ୍ଟ ମଧ୍ୟ ହେଉଛି କାର୍ଯ୍ୟକ୍ଷମ:

ଆସିକା ସମବାୟ ଚିନି ଶିଳ୍ପରେ ଆଖୁପେଡା ସହିତ ବଟଲିଂ ପ୍ଳାଣ୍ଟ ମଧ୍ୟ କାର୍ଯ୍ୟକ୍ଷମ ହେଉଛି । ଯାହାକି ଦେଶୀ ସୁରା ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହେଉଥିବା ବେଳେ ପ୍ରାୟ ତିନି ଲକ୍ଷ ଦୈନିକ ବଟଲିଂ କରାଯାଇଥାଏ । ହେଲେ ଏହି କ୍ଷେତ୍ରରେ ମଧ୍ୟ ୨୦୧୯ ମସିହାରୁ ଏଠାରୁ ଯେଉଁ ଦେଶୀ ସୁରା ବାହାରକୁ ଯାଉଛି ତାହାର ଦର ନିର୍ଦ୍ଧାରଣ ହୋଇପାରିନାହିଁ । ଯାହାକି ମୂଲ୍ୟବୃଦ୍ଧି ପାଇଁ ବହୁବାର ଦାବି କରାଯାଇଥିବା ବେଳେ ସରକାରଙ୍କଠାରୁ କୌଣସି ସୁଫଳ ମିଳିପାରି ନାହିଁ । ଏପରିକି ଗତ ଛଅ ମାସ ଧରି ଏହାକୁ ଦୃଷ୍ଟି ଦେବା ପାଇଁ ପରିଚାଳନା ପରିଷଦ ବୈଠକରେ ଆଲୋଚନା କରି ଅବଗତ କରାଯାଇଥିବା ବେଳେ ତାହାକୁ ନେଇ ସରକାରଙ୍କ ବିଚାରାଧିନ ରହିଥିବା ବେଳେ ଡିଭିଜନ କମିଟି ଯଦି ଅତିକମରେ ୧୦ ଟଙ୍କା ବୃଦ୍ଧି କଲେ ଚିନି କଳ ଅତି କମରେ ଦୁଇରୁ ତିନି ଟଙ୍କା ପାଇବା ସହିତ ସରକାରଙ୍କ ରେଭେନ୍ୟୁ ଓ ଟ୍ୟାକ୍ସ ବାବଦକୁ ୭ ଟଙ୍କା ଯିବ ।

ଜାତୀୟ ସମବାୟ ସଂସ୍ଥା (ଏନ୍.ସି.ଡି.ସି)ର ରଣଭାର ନେଇ ଚିନ୍ତାରେ ଶିଳ୍ପ:

ରବୀନ୍ଦ୍ର କୁମାର ପଣ୍ଡା ଆହୁରି କହିଛନ୍ତି, ‘ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନି ଶିଳ୍ପ ପକ୍ଷରୁ ଜାତୀୟ ସମବାୟ ସଂସ୍ଥା (ଏନ୍.ସି.ଡି.ସି)ର ଅଣାଯାଇଥିବା ରଣ ଭାର ନେଇ ଚିନ୍ତାରେ ଏବେ ଶିଳ୍ପ । ବର୍ତ୍ତମାନ ଉକ୍ତ ସଂସ୍ଥାରୁ ଅଣାଯାଇଥିବା ରଣ ଭାର ୨୨ କୋଟି ଟଙ୍କା ରହିଛି । ଏହି ରଣ ଭାର ୩୪ କୋଟି ଟଙ୍କା ରହିଥିବା ବେଳେ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା ଯାହାକୁ ନେଇ ଟ୍ରାଇ ପ୍ରାଟେଡ ଚୁକ୍ତିନାମା ଅନୁଯାୟୀ ୧୨ କୋଟି ୫୦ ଲକ୍ଷ ଟଙ୍କା ଛାଡ଼ କରାଯାଇଛି । ସେହି ଚୁକ୍ତି ଅନୁଯାୟୀ ୨୧ କୋଟି ୨୫ ଲକ୍ଷ ଟଙ୍କା ଗତ ନଭେମ୍ବର ମାସରୁ ପ୍ରତ୍ୟେକ ମାସରେ ୪୫ ଲକ୍ଷ ଟଙ୍କା ପ୍ରଦାନ କରିବା, ଏଥିସହ କର୍ମଚାରୀ ମାନଙ୍କ ଦରମା ପ୍ରଦାନ କରିବାରେ ଅନେକ ଅସୁବିଧା ହେଉଛି ।’

କଣ କହିଲେ ଆସିକା ଚିନି ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ?

ଆସିକା ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଡ.ସୁଶାନ୍ତ କୁମାର ପଣ୍ଡା ’ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି, ‘ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ, ସଚିବ ଓ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଏଥିରେ ଆସିକା ସମବାୟ ଚିନି ଶିଳ୍ପର ରହିଥିବା ସମସ୍ୟା ଓ ଭବିଷ୍ୟତରେ କିପରି ଉନ୍ନତି କରାଯିବ ତାହାରି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଚାଷୀ ମାନେ ଆଖୁ ଚାଷ ବହୁ ମାତ୍ରାରେ କମିଯାଇଥିବା ଯୋଗୁଁ ମାତ୍ର ଆସିକା ସମବାୟ ଚିନି ଶିଳ୍ପ ମାତ୍ର ୪୯ ହଜାର ୫୦ ହଜାର ମେଟ୍ରିକ ଟନ୍ ପାଉଥିବା ଯୋଗୁଁ ଏହାକୁ ନେଇ ଚାଷୀ ମାନଙ୍କୁ ଆଖୁଚାଷ କରାଇବା ପାଇଁ ଉତ୍ସାହିତ କରାଯିବାର ଆବଶ୍ୟକତା ରହିଥିବା କୁହାଯାଇଛି । ଏଣୁ ସରକାରଙ୍କ ନିକଟରେ ଆଖୁଚାଷୀଙ୍କୁ ଟନ୍ ପିଛା ଏକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା । ସରକାର ଏହାକୁ ଗୁରୁତ୍ବର ସହିତ ନେଇଥିବା ବେଳେ ଏହାକୁ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Aska Sugar Mill
Aska Sugar Mill (ETV Bharat Odisha)

ଏଥିସହ ଆସିକାରେ ରହିଥିବା ବଟଲିଂ ପ୍ଲାଣ୍ଟର ପ୍ରତେକ ବୋତଲ ପିଛା ମୂଲ୍ୟ ୬୦ ଟଙ୍କା ରହିଥିବା ବେଳେ ଏଥିରେ ପ୍ରତେକ ବୋତଲ ପିଛା ମାତ୍ର ୭୫ ପଇସା ଲାଭ ରହୁଥିବା ଯୋଗୁଁ ଏଥିଯୋଗୁଁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡୁଥିବା କୁହାଯାଇଛି । ଏଣୁ ପୂର୍ବରୁ ରହିଥିବା ପ୍ରତେକ ବୋଟଲର ଦର ୬୦ ଟଙ୍କାରୁ ୭୦ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି ।’

ଆଖୁର ପରିମାଣ କମିବାରୁ କମିଛି କାର୍ଯ୍ୟ ଦିବସ:

Aska Sugar Mill
ଆଖୁ (ETV Bharat Odisha)

ଡ.ସୁଶାନ୍ତ କୁମାର ପଣ୍ଡା ଆହୁରି କହିଛନ୍ତି, ‘ବହୁ ପୂର୍ବରୁ ଯେଉଁଭଳି ଭାବରେ ଆସିକା ସମବାୟ ଚିନି ଶିଳ୍ପକୁ ଚାଷୀ ମାନେ ସେମାନଙ୍କ ଉତ୍ପାଦିତ ଆଖୁକୁ ଯୋଗାଇ ଆସୁଥିଲେ ତାହାକୁ ନେଇ ଚିନି ଶିଳ୍ପର କାର୍ଯ୍ୟ ଦିବସ ମଧ୍ୟ ଅଧିକ ରହୁଥିଲା ହେଲେ ଆଖୁର ପରିମାଣ କମିଯାଇଥିବା ଯୋଗୁଁ କାର୍ଯ୍ୟ ଦିବସ ମଧ୍ୟ କମିଯାଇଛି । ଚିନି ଶିଳ୍ପ କେବଳ ଦେଢ ମାସ କାର୍ଯ୍ୟ ହେଉଥିବା ବେଳେ ବଟଲିଙ୍ଗ୍ ପ୍ଲାଣ୍ଟ ବର୍ଷ ତମାମ ଚାଲୁ ରହୁଛି । ଏପରିକି ଏଠାରେ ରହିଥିବା ଡିଷ୍ଟଲେରୀ ୟୁନିଟ୍ ଚଳିତ ବର୍ଷ ଠାରୁ ଲୋକାର୍ପଣ କରିବାକୁ ଯୋଜନା କରାଯାଇଛି ।’

ଏହା ମଧ୍ୟ ପଢନ୍ତୁ:

ଇଡକୋକୁ ହସ୍ତାନ୍ତର ହେବ ଚିନିକଳ ଜମି, କାରଖାନା ବନ୍ଦ ଯୋଗୁଁ କ୍ଷତି ସହିଛନ୍ତି ଶତାଧିକ କର୍ମଚାରୀ

ଜମି ବିକ୍ରି ଆଇନ ହେବ ସରଳ, ସଂଶୋଧନ କରିବେ ରାଜ୍ୟ ସରକାର

ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ୟୁନିଟକୁ ପରିଦର୍ଶନର ଆବଶ୍ୟକତା:

ଡ.ସୁଶାନ୍ତ କୁମାର ପଣ୍ଡା ଆହୁରି କହିଛନ୍ତି, ‘ଦେଶର ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ଭଳି ରାଜ୍ୟରେ ବହୁତ ଚିନି ଶିଳ୍ପ ୟୁନିଟ୍ ରହିଥିବା ବେଳେ ସେଠାରେ ବହୁ ପରିମାଣରେ ଉତ୍ପାଦନ ହେଉଛି । ସେଠାରେ ଚାଷୀମାନେ କିପରି ବହୁଳ ଭାବରେ ଆଖୁ ଚାଷ କରୁଛନ୍ତି ଏବଂ ସରକାରଙ୍କ ପକ୍ଷରୁ ଆଖୁ ଚାଷୀଙ୍କ ସମସ୍ୟାର ସମାଧାନ କିପରି କାର୍ଯ୍ୟ କରୁଛନ୍ତି । ତାହାକୁ ଉଚ୍ଚସ୍ତରୀୟ କମିଟି ପରିଦର୍ଶନ କରି ଅନୁଧ୍ୟାନ କରି ସୁଚିନ୍ତିତ ମତାମତ ଦେବା ପରେ ଉକ୍ତ ରିପୋର୍ଟ ଆଧାରରେ ଚିନି କଳର ପୁନରୁଦ୍ଧାର କରାଯିବ ଏବଂ ନୂତନ କାର୍ଯ୍ୟ ହେବ ।’

Aska Sugar Mill
କଟା ଯାଇଛି ଆଖୁ (ETV Bharat Odisha)

ନୂଆ ଆଶାରେ ଆଖୁ ଚାଷୀ:

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ଆଗେଇ ଆସିବା ପରେ ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ଚାଷୀଙ୍କ ଆଶା ଖୁବ ଶୀଘ୍ର ସରକାର ଏହା ଉପରେ ଧ୍ୟାନ ଦିଅନ୍ତୁ । ସେମାନଙ୍କ ଅସୁବିଧା ଦୂର ହେଉ । ଏକପ୍ରକାର ‘ମଧୁମେହ’ ରୋଗରେ ପୀଡିତ ହୋଇଥିବା ଚିନି ଶିଳ୍ପ ଶୀଘ୍ର ସୁସ୍ଥ ହୋଇ ଲୋକଙ୍କ ଖୁସିର କାରଣ ପାଲଟୁ ।

ଗଞ୍ଜାମ ଜିଲ୍ଲା ଆସିକାରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.