ETV Bharat / state

ପୁଣି ଅଲୋଡ଼ା ଶିଶୁକନ୍ୟା, ନାଳକଡ଼ରୁ ଉଦ୍ଧାର କଲେ ଗ୍ରାମବାସୀ - Baby Girl Rescued - BABY GIRL RESCUED

Baby Girl Rescued In Mayurbhanj: ଅଲୋଡ଼ା ହେଲା ଶିଶୁ କନ୍ୟା । ନାଳ ନିକଟରେ ମାଆ ଫିଙ୍ଗି ଦେଇଥିବା ବେଳେ ଉଦ୍ଧାର କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଅଲୋଡ଼ା ଶିଶୁ କନ୍ୟା
ଅଲୋଡ଼ା ଶିଶୁ କନ୍ୟା
author img

By ETV Bharat Odisha Team

Published : Mar 31, 2024, 9:59 PM IST

ଅଲୋଡ଼ା ଶିଶୁ କନ୍ୟା

ରାଇରଙ୍ଗପୁର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଜନ୍ମ କଲା ମାଆ ପାଇଁ ବୋଝ ସାଜିଲା କି ଝିଅ ? ମାତ୍ର ତିନି ମାସର ଶିଶୁ କନ୍ୟାକୁ ନାଳ ନିକଟରେ ଫିଙ୍ଗି ଦେଇ ଚାଲିଗଲା ମାଆ । ସେପଟେ ଗ୍ରାମବାସୀମାନେ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି । ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅର୍ନ୍ତଗତ ରୁମାପାହାଡି ଗ୍ରାମରେ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜାମଦା ଥାନା ଅର୍ନ୍ତଗତ ରୁମାପାହାଡି ଗ୍ରାମ ନିକଟରେ ଥିବା ନାଳ ପାଖାପାଖି ଜାଗାରେ କିଛି ସ୍ଥାନୀୟ ଗାଈ ଚରାଳୀ ଗାଈ ଚରାଇବା ପାଇଁ ଯାଇଥିଲେ । ଏତିକି ବେଳେ ଗାଈ ଚରାଳୀମାନେ ଏକ ନବଜାତ ଶିଶୁର କାନ୍ଦ ଶୁଣି ନାଳ ପାଖକୁ ଯାଇଥିଲେ । ମାଟି ଓ ଅଳିଆ ଆବର୍ଜନା ତଳେ ପୋତି ହୋଇଥିବା ଶିଶୁ କନ୍ୟାକୁ ଦେଖିବାକୁ ପାଇ ତୁରନ୍ତ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଜାମଦା ସରପଞ୍ଚ ମାଳତୀ କିସ୍କୁଙ୍କୁ ଜଣାଇଥିଲେ । ଏହା ସହିତ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ପରେ ରୁମାପାହାଡିର ଆଶାକର୍ମୀ ସାବିତ୍ରୀ ଘୁଣୀ ଓ ଜାମଦା-୧ର ଆଶାକର୍ମୀ ଫୁଲ ମୁର୍ମୁଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା । ଆଶାକର୍ମୀ ଦୁହେଁ ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁ କନ୍ୟାକୁ ରାଇରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଅଲୋଡା ହେଲା ଶିଶୁକନ୍ୟା, ଜଙ୍ଗଲରେ ଫିଙ୍ଗି ଚାଲିଗଲା ଜନ୍ମ କଲା ମାଆ

ସେପଟେ ରାଇରଙ୍ଗପୁର ମେଡିକାଲରେ ଶିଶୁ କନ୍ୟାଟିର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଶିଶୁ କନ୍ୟାଟିର ବୟସ 3 ମାସ ବୋଲି ଅନୁମାନ କରାଯାଉଥିବା ବେଳେ ଅତ୍ୟନ୍ତ ଦୁର୍ବଳ ଥିବା ଦେଖିବାକୁ ମିଳିଛି । ଶିଶୁ କନ୍ୟାଟି ଦୀର୍ଘ ସମୟରୁ ଖାଇ ନ ଥିବାରୁ ଅସୁସ୍ଥ ଥିବା ଡାକ୍ତରଙ୍କଠାରୁ ସୂଚନା ମିଳିଛି । ସେପଟେ ଏ ସମ୍ପର୍କରେ ଜାମଦା ଥାନା ପୋଲିସକୁ ଖବର ଦିଆଯିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଶିଶୁ କନ୍ୟାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ କିଏ ଓ କାହିଁକି ଏପରି ନିଷ୍ପାପ ଶିଶୁ କନ୍ୟାକୁ ନାଳ କଡ଼ରେ ଫିଙ୍ଗି ଦେଇ ଚାଲିଯାଇଛି, ଏହା ଉପରେ ତଦନ୍ତ କରି ଛୁଆର ବାପା ଓ ମାଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।

ଇଟିଭି ବାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.