ETV Bharat / sports

ଭାରତଠୁ ଡବଲ ମେଡାଲ; ଯୁଦ୍ଧ ଲଢି ଲଢି ଦେଶ କାଙ୍ଗାଳ, 12ପଦକ ଜିତି ଦେଶବାସୀଙ୍କୁ ଖୁସ୍ କଲେ ୟୁକ୍ରେନ୍ ଖେଳାଳି - Ukrainian athletes won 12 medals

author img

By ETV Bharat Sports Team

Published : Aug 12, 2024, 8:58 AM IST

Updated : Aug 12, 2024, 11:05 AM IST

Ukrainian athletes won 12 medals: ସୀମାରେ ଯୁଦ୍ଧ । ଅଲିମ୍ପିକ୍ସରେ ଜିତ୍ । 12 ମେଡାଲ ଅଲିମ୍ପିକ୍ସରେ ଜିତଛି ୟୁକ୍ରେନ । ଯାହା ଭାରତର ମେଡାଲ ସଂଖ୍ୟାଠୁ ଡବଲ । ଅଧକ ପଢନ୍ତୁ

Ukrainian athletes won 12 medals
Ukrainian athletes won 12 medals (@USAmbKyiv)

ପ୍ୟାରିସ (ଫ୍ରାନ୍ସ): 3 ଗୋଲ୍ଡ । 5 ସିଲଭର । 4 ବ୍ରୋଞ୍ଜ । ଭାରତଠୁ ଡବଲ ମେଡାଲ । ଯୁଦ୍ଧ ଲଢି ଲଢି ଦେଶ କାଙ୍ଗାଳ । 12ପଦକ ଜିତି ଦେଶବାସୀଙ୍କୁ ଖୁସ୍ କଲେ ୟୁକ୍ରେନ୍ ଖେଳାଳି । ସଦ୍ୟତମ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଇତିହାସ ରଚିଛନ୍ତି ୟୁକ୍ରେନ ଖେଳାଳି । ଯୁଦ୍ଧରେ ତ୍ରସ୍ତ ବିଧ୍ବସ୍ତ ହୋଇଥିବା ଦେଶର ଦେଶବାସୀଙ୍କ ମୁଁହରେ ଫେରାଇଛନ୍ତି ହସ । ଅଲିମ୍ପିକ୍ସ ଭଳି କ୍ରୀଡା ମହାକୁମ୍ଭରେ ୟୁକ୍ରେନ ଖେଳାଳି ଦେଶ ପାଇଁ 12 ଟି ମେଡାଲ ଜିତି ସ୍ବର୍ଣ୍ଣିମ ଇତିହାସ ରଚିଛନ୍ତି । 3ଟି ସ୍ବର୍ଣ୍ଣ ପଦକ, 5ଟି ସିଲଭର ପଦକ ଏବଂ 4ଟି ବ୍ରୋଞ୍ଜ ପଦକ ଜିତି ଇତିହାସରେ ନିଜ ନାଁକୁ ଲିପିବ୍ଧ କରିଛନ୍ତି । ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସ 2024ରେ ପାଖାପାଖି 206 ଦେଶର 10,714 ଜଣ ଖେଳାଳି ଭାଗ ନେଇଥିଲେ । ଅଲିମ୍ପିକ୍ସ ଇଭେଣ୍ଟରେ 32ଟି କ୍ରୀଡାରେ ପ୍ରତିଯୋଗିତା ହୋଇଥିଲା । ତେବେ ଭାରତ ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର 6ଟି ପଦକ ପାଇଥିବା ବେଳେ 71 ତମ ସ୍ଥାନରେ ରହି ଅଲିମ୍ପିକ୍କ ଅଭିଯାନ ଶେଷ କରିଛି ।

ଏହା ବି ପଢନ୍ତୁ- ଅଲିମ୍ପିଆନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ବାର୍ତ୍ତା, 'ତୁମମାନଙ୍କ ପାଇଁ ଭାରତ ଗର୍ବିତ ' - Paris Olympics 2024

  • ଓଲା ଖାରଲାନ୍- ଫେନ୍ସିଂରେ ଉଭୟ ଗୋଲ୍ଡ ଏବଂ ବ୍ରୋଞ୍ଜ ଜିତିଛନ୍ତି ଓଲା । ଏକକ ଫେନ୍ସିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଛନ୍ତି ଓଲା । ଅଲିମ୍ପିକ୍ସରେ 4 ଦିନ ପରେ ମେଡାଲ ଖେତା ଖୋଲିଥିଲା ୟୁକ୍ରେନ । ଓଲା ହିଁ ଜିତିଥଇଲେ ପ୍ରଥମ ଅଲିମ୍ପିକ୍ସ ପଦକ
  • ସେରହି କୁଲିସ- ରାଇଫଲ୍ ସୁଟିଂରେ ସିଲଭର ଜିତିଛନ୍ତି କୁଲିସ
  • ୟୁକ୍ରେନ ମହିଳା ଫେନ୍ସିଂ ଟିମ୍- ଓଲା ଖାରଲାନ, ଅଲିନା କୋମାସଚୁକ୍, ୟୁଲିଆ କାକାସ୍ତୋଭା, ଓଲିନା କ୍ରାଭାସ୍ତାକା ମହିଳା ଫେନ୍ସିଂରେ ଗୋଲ୍ଡ ପଦକ ଜିତିଛନ୍ତି
  • ୟାରୋସଲାଭା ମାହୁଚିକ୍- ମହିଳା ହାଇଜମ୍ପ୍ (ଉଚ୍ଚ ଡିଆଁ)ରେ ଗୋଲ୍ଡ ଜିତିଛନ୍ତି ମାହୁଚିକ୍ । 22 ବର୍ଷୀୟା ଖେଳାଳି 2 ମିଟର ଡେଇଁ ଏହି ସଫଳତା ପାଇଛନ୍ତି
  • ଇରାନା ହେରାସଚେନକୋ- ଇରାନା ମଧ୍ୟ ୟୁକ୍ରେନ ପାଇଁ ହାଇଜମ୍ପରେ ବ୍ରୋଞ୍ଜ ଜିତିଛନ୍ତି । 1.95 ମିଟର ଉଚ୍ଚ ଡିଆଁ ମାରିଥିଲେ ଇରାନା
  • ମାଇଖାଲିଓ କୋହାନ- ହାମର ଥ୍ରୋରେ ବ୍ରୋଞ୍ଜ
  • ଆଇଲିଆ କୋଭଟର୍ଣ୍ଣ- ପାରାଲାଲ ବାର୍ସରେ ସିଲଭର ପଦକ
  • ଓଲେସ୍କାନ୍ଡର ଖିଜନିଆକ୍- 80 କେଜି ବର୍ଗରେ ବକ୍ସିଂରେ ଗୋଲ୍ଡ ମେଡାଲ
  • ପରଭିଜ୍ ନାସିବୋଭ୍- ରୋମାନ ରେସଲିଂରେ ସିଲଭର
  • ଜାହାନ ବେଲେନିକ୍- ରୋମାନ ରେସଲିଂରେ ବ୍ରୋଞ୍ଜ
  • ଲ୍ୟୁଡମ୍ୟାଲା ଲୁଜାନ ଏବଂ ଆନାସ୍ତାସିଆ ରୋବାଚୋକ୍- ମହିଳା କାନୋଇ ଡବଲ୍ସରେ ସିଲଭର
  • ଇରାନିଆ କୋଲିଆଡେନକୋ- 62 କେଜି ମହିଳା କୁସ୍ତିରେ ସିଲଭର

Last Updated : Aug 12, 2024, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.