ETV Bharat / politics

ବିଜେଡ଼ିରେ ଯୋଗଦେଲେ ଦଶପଲ୍ଲା ଏନଏସିର ୨ କାଉନସିଲର - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Mar 30, 2024, 10:12 PM IST

2 BJP Councilors Joined BJD: ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ଏନଏସିର ୨ ବିଜେପି କାଉନସିଲର ବିଜେଡିରେ ଯୋଗ ଦେଇଛନ୍ତି ।ଶଙ୍ଖ ଭବନରେ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ବିଜେଡ଼ିରେ ଯୋଗଦେଲେ ଦଶପଲ୍ଲା ଏନଏସିର ୨ କାଉନସିଲର

ଭୁବନେଶ୍ବର: ରାଜ୍ୟରେ ବେଶ୍ ଜୋର ଧରିଛି ଦଳ ପରିବର୍ତ୍ତନ ପର୍ବ । ଏହି କ୍ରମରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ନୟାଗଡ଼ ଜିଲ୍ଲାର ବିଜେପି ନେତା ମାନେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ଏନଏସିର ୨ ବିଜେପି କାଉନସିଲର ବିଜେଡିରେ ଯୋଗ ଦେଇଛନ୍ତି । ଏହା ସହ ଜଣେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ମଧ୍ୟରେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା ୨ କାଉନସିଲର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ନେତା କହିଛନ୍ତି । ବିଜେଡ଼ିରେ ସାମିଲ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ ଓ ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହା ମଧ୍ୟ ପଢନ୍ତୁ... ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଇରାନୀ, କହିଲେ ବିଜେପିରେ ମୋ ପ୍ରତି ଅନ୍ୟାୟ ହୋଇଛି - Irani Ray Joined BJD

ଏହି ମିଶ୍ରଣ ପର୍ବରେ ଦଶପଲ୍ଲା ଏନଏସି ୱାର୍ଡ଼ ନଂ ୧୧ର ବିଜେପି କାଉନସିଲର କିରଣ କୁମାର ସାହୁ, ୱାର୍ଡ଼ ନଂ ୫ର ବିଜେପି କାଉନସିଲର ମାନିନୀ ସେଠୀ ଓ ଗରିଆ ବ୍ଲକ ଜୋନ ୮ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ମନୋରଞ୍ଜନ ମହାପାତ୍ର ବିଜେଡ଼ିରେ ସାମିଲ ହୋଇଛନ୍ତି ।ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ଏନଏସିର ବିଜେଡ଼ି କାଉନସିଲରମାନେ ମଧ୍ୟ ଉପସ୍ଥିତ ଥିଲେ । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ କାର୍ଯକ୍ରମରେ ଧନ୍ୟବାଦ ଅର୍ପଣ କରିଛନ୍ତି । ନୟାଗଡ ବିଧାନସଭା ପ୍ରାର୍ଥୀ ଭାବେ ୨୦୧୯ରେ ଇରାନୀ ରାୟ ବିଜେପିରୁ ଲଢିଥିବା ବେଳେ ନିକଟରେ ସେ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.