ETV Bharat / politics

‘ମୋଦି ସରକାର ମୋ ସ୍ବାମୀଙ୍କୁ ଜେଲରେ ମାରି ଦେବେ’ - Sunita Kejriwal attacks Modi Govt - SUNITA KEJRIWAL ATTACKS MODI GOVT

Sunita Kejriwal attacks Modi Government: ସୁନୀତା କେଜ୍ରିୱାଲ ରାଞ୍ଚିରେ ଏକ ଜନସଭାକୁ ସମ୍ବୋଧନ କରି କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏପରିକି ସ୍ବାମୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ମାରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା କଥା କହିଛନ୍ତି ସୁନୀତା । ଅଧିକ ପଢନ୍ତୁ

ମୋଦି ସରକାର ମୋ ସ୍ବାମୀଙ୍କୁ ଜେଲରେ ମାରି ଦେବେ: ସୁନୀତା କେଜ୍ରିୱାଲ

author img

By ETV Bharat Odisha Team

Published : Apr 21, 2024, 10:11 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ରବିବାର ରାଞ୍ଚିରେ ଇଣ୍ଡିଆ ମେଣ୍ଟର ରାଲିରେ ଯୋଗ ଦେଇଥିଲେ । ଜନତାଙ୍କ ରାଲିକୁ ସମ୍ବୋଧନ କରି ସେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ଜେଲ ମଧ୍ୟରେ ହତ୍ୟା କରିବାର ଷଡଯନ୍ତ୍ର କରାଯାଇଛି । ସେ କହିଛନ୍ତି ଯେ କେଜ୍ରିୱାଲ ଡାଇବେଟିସ ରୋଗରେ ପୀଡିତ, କିନ୍ତୁ ତାଙ୍କୁ ଇନସୁଲିନ ନେବା ପାଇଁ ଦିଆଯାଉନାହିଁ । ଲୋକ କହନ୍ତି ରାଜନୀତି ଖରାପ ଜିନିଷ । ଏହା ସତରେ ବହୁତ ଖରାପ । ଲଜ୍ଜାଜନକ କଥା ଏହା ଯେ ଜେଲରେ ମୋ ସ୍ବାମୀ ଅରବିନ୍ଦ କେଜ୍ରିୱାଲଙ୍କ ଖାଇବାରେ ମଧ୍ୟ କ୍ୟାମେରା ଲଗାଯାଇଛି ।

ହେମନ୍ତ ସୋରେନ ଓ ଅରବିନ୍ଦ କେଜ୍ରୱାଲଙ୍କ ଦୋଷ କଣ ବୋଲି ପ୍ରଶ୍ନ କରିଛନ୍ତି ସୁନୀତା । ସେମାନଙ୍କୁ ଛଳକପଟ କରି ଜେଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ କୌଣସି ବି କୋର୍ଟ ଦୋଷୀ ବୋଲି କହିନାହିଁ । ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ସାବ୍ୟସ୍ତ ହୋଇ ପାରିନାହିଁ । କିନ୍ତୁ କେବଳ ଯାଞ୍ଚ କରିବା ନାଁରେ ସେମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଛି । ସେ ଉପସ୍ଥିତ ଲୋକମାନଙ୍କୁ ଅପିଲ କରି କହିଥିଲେ ଯେ ଏକଛତ୍ରବାଦୀ ଶକ୍ତିଙ୍କ ଷଡଯନ୍ତ୍ର ବିରୋଧରେ ଜବାବ ଦିଅନ୍ତୁ । ଏହା ସହ ସେ କେଜ୍ରିୱାଲଙ୍କ ସମର୍ଥନରେ ମଧ୍ୟ ନାରା ଲଗାଇଥିଲେ ।

ଏହା ମଧ୍ୟ ପଢନ୍ତୁ... ବଢୁଛି କେଜ୍ରିୱାଲଙ୍କ ସୁଗାର ଲେଭଲ, ଡାଏଟ ଚାର୍ଟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ - KEJRIWAL EATING SWEETS IN JAIL

ଏହା ସହ ସେ କହିଛନ୍ତି, ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଏମାନେ ମାରିବାକୁ ଚାହୁଁଛନ୍ତି । ଏହି ଲୋକ ମାନେ କେଜ୍ରିୱାଲଙ୍କ ଚିନ୍ତାଧାରାକୁ ବୁଝିବାକୁ ସକ୍ଷମ ନୁହଁନ୍ତି । ଅରବିନ୍ଦ ଭାବନ୍ତି ଯେ ଦେଶ ତାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିଛି, ତେଣୁ ସେ ଏହାର ଋଣ ସୁଝିବାକୁ ଚାହୁଁଛନ୍ତି । ତାଙ୍କୁ ଦେଶର ସେବା କରିବାର ଅଛି ଓ ଏଥିରେ ଡରିବା ଭଳି କୌଣସି ଜିନିଷ ନାହିଁ । ତାଙ୍କ ମନରେ ସବୁବେଳେ ଗୋଟିଏ କଥା ରହିଛି ଯେ ଦେଶର ସାଧାରଣ ଜନତାଙ୍କ ଜୀବନ କେଉଁ ଭଳି ଉନ୍ନତ କରିହେବ । କେଜ୍ରିୱାଲ ଜେଲରେ ଥାଇ ମଧ୍ୟ ଆପଣଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି ଯେ, ଏଥର ଲୋକସଭା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନକୁ ଆପଣ ସୁଯୋଗ ଦେଲେ ଆମେ ଏହି ଦେଶକୁ ବହୁତ ମହାନ ବନାଇବୁ । ସୂଚନାଯୋଗ୍ୟ ଯେ ମଦ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗତ ୨୧ ମାର୍ଚ୍ଚରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.