ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଆସନ୍ତାକାଲି ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ସରକାରର ମନ୍ତ୍ରୀମଣ୍ଡଳ । ଏନେଇ ସୁରକ୍ଷା ଓ ଉତ୍ତମ ଟ୍ରାଫିକ ବ୍ୟବସ୍ଥା ପାଇଁ ବୁଧବାର ଦିନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯନ୍ତ ଜୟଦେବ ବିହାର ଠାରୁ କଳିଙ୍ଗ ହସପିଟାଲ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଯିବା ଆସିବା ବନ୍ଦ ରହିବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଗଣ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏଭଳି ନିଷ୍ପତି ନେଇଛି କମିଶନରେଟ ପୋଲିସ ।
ଏନେଇ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି । ଶପଥ ଗ୍ରହଣ ସମାରୋହ ପାଇଁ ପ୍ରାୟ ୩୦ହଜାରରୁ ଉର୍ଦ୍ଧ୍ବ ଲୋକ ସମାଗମ ହେବେ ବୋଲି ଆଶା କରାଯାଉଛି । ଏନେଇ ଶପଥ ଗ୍ରହଣ ସମାରୋହର ଯୋଗଦେବା ପାଇଁ ଜନସାଧାରଣ କାର ବା ବାଇକ ଯୋଗେ ଆସୁଥିଲେ ସେମାନେ ଆଚାର୍ଯ୍ୟ ବିହାର ଛକଠୁ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ଆସି ସେଠାରୁ ଚାଲି ଚାଲି ଆସି ଜନତା ମଇଦାନରେ ଯୋଗଦେବେ । ସେହିପରି ବସରେ ଆସୁଥିଲେ ୭ମ ବାଟାଲିୟନ ପଛପଟ ଗେଟ୍ ପାଖରେ ଓହ୍ଲାଇ ବାଟାଲିୟନ ଭିତରପଟ ଦେଇ ଜନତା ମଇଦାନରେ ପହଞ୍ଚିବେ । ଏନେଇ ସୈନିକ ସ୍କୁଲ ପାଖରେ ପାର୍କିଂ ସହ କଳିଙ୍ଗ ହସପିଟାଲ ପାଖରେ ପାର୍କିଂ କରିବେ । ଏଥି ସହ ଜନସାଧାରଣଙ୍କୁ ଜୟଦେବ ବିହାର ଠୁ କଳିଙ୍ଗ ହସପିଟାଲ ଛକ ପର୍ଯନ୍ତ ଦିନ ୨ଟାରୁ ସନ୍ଧ୍ୟା ୭ପର୍ଯ୍ୟନ୍ତ ବାରଣ ରହିବ ।
ଏହା ମଧ୍ୟ ପଢନ୍ତୁ .... ଭୁବନେଶ୍ୱର ପହଞ୍ଚିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଘୋଷଣା କରିବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ - Rajnath Singh In Bhubaneswar
ଏନେଇ ଯେଉଁ ଭେହିକିଲ ପାସଧାରୀ ଆସିବେ ସେମାନଙ୍କୁ ଅନୁମତି ଦିଆଯିବ । ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ଅନ୍ୟ ରୁଟ ଆପଣାଇବାକୁ ଆଡଭାଇଜାରି କରାଯାଇଛି । ଏଥିସହ ଶପଥ ଗ୍ରହଣ ସମାରୋହ ସ୍ଥଳ, ଏୟାରପୋର୍ଟ ଓ ରାଜଭବନ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ଓ ରୁଟ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ୬୭ପ୍ଲାଟୁନ ଫୋର୍ସ ମୁତୟନ କରଯାଇଛି । ଜନତା ମଇଦାନର ସୁରକ୍ଷା ତଦାରଖ ପାଇଁ ଆଇଜି ପ୍ରବୀଣ କୁମାରଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ଏୟାରପୋର୍ଟରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ସାର୍ଥକ ଷଡ଼ଙ୍ଗୀଙ୍କ ସହ ଜନତା ମୈଦାନ ପାଖକୁ ଆସୁଥିବା ଜନସାଧାରଣ ଓ ସେମାନଙ୍କ ପାର୍କିଂ ଓ ଟ୍ରାଫିକ ରୁଟ ଲାଇନ ଦାୟିତ୍ବ ତଦାରଖ ପାଇଁ ଡିଆଇଜି ଉମାଶଙ୍କର ଦାସଙ୍କୁ ଦାୟିତ୍ବ ଦିଆଯାଇଛି ।
୩ଜଣ ଡିଆଇଜି ରାଙ୍କ ଅଫିସର ସହ ୧୩ଜଣ ଡିସିପି ରାଙ୍କ ଅଫିସର ମଧ୍ୟ ଦାୟିତ୍ବରେ ରହିବେ । ଏତଦବ୍ୟତୀତ ପରିଚାଳନା ପାଇଁ ୧୮ଜଣ ଅତିରିକ୍ତ ଡିସିପି ଓ 58ଜଣ ଏସିପି ,94ଜଣ ଇନସ୍ପେକ୍ଟର ଓ 312ଜଣ ଅଫିସର ଏସଆଇ ଓ ଏଏସଆଇ ସହ ଆଣ୍ଟି ଟେରରିଜିମ 2ଟି, ଏସଟିୟୁ ୟୁନିଟ ଓ ଓଡ୍ରାଫର ଗୋଟିଏ ଟିମ ସହ ସନ୍ଦିଗ୍ଧ ଓ ଆତଙ୍କୀ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଡଗ ସ୍କାର୍ଡ ଓ ବମ ସ୍କ୍ବାର୍ଡ ମଧ୍ୟ ନିୟୋଜିତ କରାଯିବ । ରାତିରେ ମଧ୍ୟ ନାଇଟ୍ ବ୍ଲକିଂ ଚେକିଂ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ଲୁ ବୁକ୍ ଅନୁସାରେ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର