ETV Bharat / politics

ଆସୁଛନ୍ତି ଖଡଗେ, ସ୍ୱାଗତ ପାଇଁ ସଜେଇ ହୋଇଛି କଂଗ୍ରେସ ଭବନ

author img

By ETV Bharat Odisha Team

Published : Jan 28, 2024, 10:04 PM IST

Odisha Visit Of Kharge: ଓଡ଼ିଶା ଆସିବେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦଳର ସର୍ବୋଚ୍ଚ ନେତାଙ୍କୁ ସ୍ବାଗତ କରିବାକୁ ଜୋରଦାର ପ୍ରସ୍ତୁତି କରାଯାଇଥିବାବେଳେ ଚଳଚଞ୍ଚଳ କଂଗ୍ରେସ ଶିବିର । କେଉଁ କାର୍ଯ୍ୟକ୍ରମ ରହିଛି ଜାଣନ୍ତୁ

odisha visit of kharge
ଖଡଗେଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି

ଖଡଗେଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲି (ସୋମବାର) ଓଡି଼ଶା ଆସିବେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦଳର ସର୍ବୋଚ୍ଚ ନେତାଙ୍କୁ ସ୍ୱାଗତ କରିବାଜୁ ସଜେଇ ହୋଇଛି କଂଗ୍ରେସ ଭବନ । ବେଶ ଉତ୍ସାହିତ ଅଛନ୍ତି କର୍ମୀ ଓ ନେତା । ଦଳର ମୁଖିଆଙ୍କୁ ସ୍ୱାଗତ କରିବାକୁ ଚାଲିଛି ସଜବାଜ । କଂଗ୍ରେସ ଭବନରେ ଏବେ ଉତ୍ସାହ ଏବଂ ଉଦ୍ଦୀପନାର ପରିବେଶ । ଖଡଗେଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସଜେଇ ହେଉଛି କଂଗ୍ରେସ ଭବନ । କେଉଁଠି ରଙ୍ଗ ବୋଳା ହେଉଛି ତ ଆଉ କେଉଁଠି ପୋଷ୍ଟର ବ୍ୟାନର ମାରିବା ପାଇଁ ଚାଲିଛି ଆଲୋଚନା । ଆସନ୍ତାକାଲି ଭୁବନେଶ୍ୱର ପିଏମଜିରେ 'ଓଡି଼ଶା ବଞ୍ଚାଓ ସମାବେଶ'ରେ ଯୋଗ ଦେବେ AICC ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ । ପ୍ରାୟ 50 ହଜାର ନେତା ଓ କର୍ମୀଙ୍କ ଗହଣରେ ନିର୍ବାଚନୀ ରଣହୁଙ୍କାର ଦେବେ । ଶାସକ ବିଜେଡି ଏବଂ ବିଜେପିର ବିଫଳତା, ଦେଶରେ ଗଣତନ୍ତ୍ରର ସୁରକ୍ଷା ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ଖଡଗେଙ୍କ ପାଇଁ ଆୟୋଜିତ କମିଟିର ଅଧ୍ୟକ୍ଷ ଜୟଦେବ ଜେନା ।

ଏନେଇ ଜୟଦେବ ଜେନା କହିଛନ୍ତି, "ଓଡ଼ିଶାବାସୀଙ୍କୁ ଉଦବୋଧନ ଦେବେ AICC ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ । ଓଡ଼ିଶା ଯେଉଁଭଳି ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାରରେ ସଢୁଛି ତାକୁ ପ୍ରତିହତ କରିବା ପାଇଁ ଖଡଗେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେବେ । ଭୁବନେଶ୍ୱରରେ କାଲି ଏକ ଅଦ୍ଭୁତପୂର୍ବ ସମାବେଶ ହେବ । ସାରା ରାଜ୍ୟରୁ ଲୋକେ ଆସିବେ । ସବୁ ଶ୍ରେଣୀର ସବୁ ବର୍ଗର ଲୋକେ ସାମିଲ ହେବେ । ଛାତ୍ର, ଯୁବକ, ମହିଳା, ଚାଷୀ ଯୋଗଦେବେ । ପୂର୍ବରୁ ଯାହା କେବେ ହୋଇନଥିଲା କାଲି ତାହା ହେବ। ବୁଥ୍, ୱାର୍ଡ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରୁ ନେତାମାନେ ଆସିବେ ।"

ଏହା ମଧ୍ୟ ପଢନ୍ତୁ...କଂଗ୍ରେସର ନୀତି, ନିୟତ୍ତି ଏବଂ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି: ଅପରାଜିତା

ଏହାସହ ଇଣ୍ଡିଆ ମେଣ୍ଟର ମୁଖ୍ୟ ମଲ୍ଲିକାର୍ଜୁନଙ୍କୁ ବିରୋଧୀ ମେଣ୍ଟର ଅନ୍ୟ ଦଳ ସଦସ୍ୟମାନେ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । କଂଗ୍ରେସ ନିର୍ବାଚନ ପୂର୍ବରୁ ବଳ ଗୋଟାଇ ଆଗକୁ ବଢିବ, ମନ୍ତ୍ର ଫୁଙ୍କିବେ ମୁଖିଆ । ପ୍ରଭାରୀ ମଧ୍ୟ ଦଳକୁ ତୃଣମୁଳ ସ୍ତରରୁ ଅଧିକ ସଂଗଠିତ ହେବାକୁ ଉପଦେଶ ଦେଉଛନ୍ତି । ଆଗକୁ ରାହୁଲ ଗାନ୍ଧୀ 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ରେ ଆସି ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିବେ । ସେଥିପାଇଁ ମଧ୍ୟ ଖଡଗେ ସମୀକ୍ଷା କରିବେ। ଖଡଗେ ଓଡ଼ିଶାରେ ବିଜେଡି ଏବଂ ବିଜେପିର ଭିତରି ସମ୍ପର୍କ ବିଷୟରେ ଲୋକଙ୍କୁ ଅବଗତ କରାଇବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.