ETV Bharat / politics

କାଲି ତୃତୀୟ ପର୍ଯ୍ୟାୟ ମତଦାନ, ମୈଦାନରେ ଶାହ, ଶିବରାଜ, ସିନ୍ଧିଆ ଓ ସୁପ୍ରିୟାଙ୍କ ସମେତ ବହୁ ହେଭିୱେଟ - Lok Sabha election phase 3 - LOK SABHA ELECTION PHASE 3

Lok Sabha polls phase-3:ଆସନ୍ତାକାଲି ତୃତୀୟ ପର୍ଯ୍ୟାରେ 11ରାଜ୍ୟର 93 ଆସନରେ ଭୋଟିଂ । ମୈଦାନରେ ଶାହ, ଶିବରାଜ, ସୁପ୍ରିୟାଙ୍କ ସହ ଅଛନ୍ତି ବହୁ ହେଭିୱେଟ । ଅଧିକ ପଢନ୍ତୁ

କାଲି ତୃତୀୟ ପର୍ଯ୍ୟାୟ ଭୋଟ, ମୈଦାନରେ ଶାହ, ଶିବରାଜ, ସିନ୍ଧଆ ଓ ସୁପ୍ରିୟାଙ୍କ ସମେତ ବହୁ ହେବିଓ୍ବେଟ
କାଲି ତୃତୀୟ ପର୍ଯ୍ୟାୟ ଭୋଟ, ମୈଦାନରେ ଶାହ, ଶିବରାଜ, ସିନ୍ଧଆ ଓ ସୁପ୍ରିୟାଙ୍କ ସମେତ ବହୁ ହେବିଓ୍ବେଟ (ଫଟୋ- ଏଏନଆଇ)
author img

By ETV Bharat Odisha Team

Published : May 6, 2024, 12:40 PM IST

ହାଇଦ୍ରାବାଦ: ଆସନ୍ତାକାଲି (ମଙ୍ଗଳବାର,7 ତାରିଖ) ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିରେ 11ରାଜ୍ୟର 93ଟି ସଂସଦୀୟ ଆସନରେ ଭୋଟଗ୍ରହଣ ହେବ । ଚଳିତ ପର୍ଯ୍ୟାୟରେ ଏକାଧିକ ପ୍ରମୁଖ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ବିଜେପିର ମୁଖ୍ୟ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ, ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଚଳିତ ପର୍ଯ୍ୟାୟର ପ୍ରାର୍ଥୀ ଭାବେ ମୈଦାନରେ ରହିଛନ୍ତି ।

କାଲି ତୃତୀୟ ପର୍ଯ୍ୟାୟ ଭୋଟ
କାଲି ତୃତୀୟ ପର୍ଯ୍ୟାୟ ଭୋଟ (ଫଟୋ- ଇଟିଭି ଭାରତ)

ଗାନ୍ଧୀନଗରରୁ ଶାହ: 2019 ପରେ ଏଥର ଶାହ 2ୟ ଥର ଏହି ହାଇପ୍ରୋଫାଇଲ ଆସନରେ ନିର୍ବାଚନ ଲଢୁଛନ୍ତି । ଏହି ଆସନ 1989 ପରଠାରୁ ବିଜେପିର ପାରମ୍ପରିକ ଗଡ ଭାବେ ରହିଆସିଛି । ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରାଜନୈତିକ ସନ୍ୟାସ ପରେ ଏହି ଆସନରୁ ଶାହ ନିର୍ବାଚନ ଲଢୁଛନ୍ତି । ସେ ଚଳିତଥର କଂଗ୍ରେସର ବରିଷ୍ଠ ନେତା ସୋନାଲ ପଟେଲଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।

ଭିଦିସାରୁ ଶିବରାଜ ସିଂ ଚୌହାନ: ମଧ୍ୟ ପ୍ରଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିସାରିଥିବା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ନିଜ ପାରମ୍ପରିକ ଆସନ ଭିଦିସାରୁ ଏଥର ଲୋକସଭା ନିର୍ବାଚନ ଲଢୁଛନ୍ତି । ସେ ପୂର୍ବରୁ ମଧ୍ୟ ରେକର୍ଡ ସଂଖ୍ୟକ 5ଥର ଏହି ଆସନରେ ବିଜୟୀ ହୋଇଛନ୍ତି । ରାଜ୍ୟ ରାଜନୀତିରେ କିଛି ବର୍ଷ ସକ୍ରିୟ ରହିବା ପରେ ସେ ଏହିଥର ପୁଣି ସଂସଦୀୟ ନିର୍ବାଚନରେ ଏହି ଆସନରୁ ଭାଗ୍ୟ ପରୀକ୍ଷା ଦେବେ । କଂଗ୍ରେସର ପ୍ରତାପ ଭାନୁ ଶର୍ମାଙ୍କ ସହ ଶିବରାଜଙ୍କ ମୁକାବିଲା ହେଉଛି ।

କାଲି ତୃତୀୟ ପର୍ଯ୍ୟାୟ ମତଦାନ
କାଲି ତୃତୀୟ ପର୍ଯ୍ୟାୟ ମତଦାନ (ଫଟୋ- ଇଟିଭି ଭାରତ)

ବାରାମତିରେ ନଣନ୍ଦ- ଭାଉଜ ଲଢେଇ: ମହାରାଷ୍ଟ୍ରର ଚର୍ଚ୍ଚିତ ଆସନ ବାରାମତିରେ ଏଥର ନଣନ୍ଦ-ଭାଉଜଙ୍କ ମଧ୍ୟରେ ପାରିବାରିକ ଲଢେଇ ହେବାକୁ ଯାଉଛି । ବର୍ତ୍ତମାନର ସାଂସଦ ସୁପ୍ରିୟା ସୁଲେ ଏନସିପିରୁ ପ୍ରାର୍ଥିନୀ ହୋଇଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥିନୀ ହୋଇଛନ୍ତି ଭାଉଜ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର । ଏହି ଆସନ ପୂର୍ବରୁ ଶରଦ ପାଓ୍ବାରଙ୍କ ପାରମ୍ପରିକ ଆସନ ଥିଲା । ମାତ୍ର ଏନସିପିରେ ଫାଟ ପରେ ସୁନେତ୍ରା ଏଥର ନଣନ୍ଦ ସୁପ୍ରିୟାଙ୍କ ବିରୋଧରେ ଲଢୁଛନ୍ତି ।

ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ: କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇ କେନ୍ଦ୍ର ବେସାମରିକ ମନ୍ତ୍ରୀ ହୋଇଥିବା ସିନ୍ଧିଆ ଏଥର ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ୟାଦଭେନ୍ଦ୍ର ରାଓ ଦେଶରାଜ ସିଂଙ୍କ ସହ ତାଙ୍କର ମୁକାବିଲା ହେଉଛି । 2019ରେ ଏହି ଆସନରୁ ସିନ୍ଧିଆ କଂଗ୍ରେସ ଟିକେଟରେ ସାଧାରଣ ନିର୍ବାଚନ ଲଢି ବିଜେପି ପ୍ରାର୍ଥୀ କୃଷ୍ଣପାଲ ସିଂଙ୍କ ଠାରୁ ପରାଜିତ ହୋଇଥିଲେ ।ଏଥର ପୁରା ଦମରେ ପ୍ରଚାର କରିବା ସହ ସେ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ପ୍ରହ୍ଲାଦ ଯୋଶୀ:ଦକ୍ଷିଣ ଭାରତରେ ବିଜେପିର ବଡ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ନିଜ ପାରମ୍ପରିକ ଆସନ ଧରଓ୍ବାଡ ସଂସଦୀୟ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେ 2004ରୁ ଏହି ଆସନରେ କ୍ରମାଗତ ବିଜୟୀ ହୋଇ ରେକର୍ଡ ମଧ୍ୟ କରିଛନ୍ତି । କେନ୍ଦ୍ରରେ ସଂସଦୀୟ ବ୍ୟାପାର ସମେତ ଏକାଧିକ କ୍ୟାବିନେଟ ଦାୟିତ୍ବ ସମ୍ଭାଳିଥିବା ପ୍ରହ୍ଲାଦ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ବିନୋଦ ଅଶୋତିଙ୍କ ସହ ମୁକିବିଲା କରୁଛନ୍ତି ।

ଡିମ୍ପଲ ଯାଦବ:ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ନିଜ ଶଶୁର ମୁଲାୟମ ସିଂଙ୍କ ପାରମ୍ପରିକ ଆସନ ମୈନପୁରୀରୁ ନିର୍ବାଚନ ଲଢୁଛନ୍ତି । ମୁଲାୟମଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ଡିମ୍ପଲ ଏହି ଆସନରୁ ନିର୍ବାଚନ ଜିତି ରାଜନୈତିକ ଡେବ୍ୟୁ କରିଥିଲେ । ସେ ଚଳିତଥର ଏହି ଆସନରୁ ପ୍ରାର୍ଥିନୀ ହୋଇଛନ୍ତି ।

ଅନ୍ୟ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଚଳିତଥର ମୈଦାନରେ ରହିଛନ୍ତି । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟାଦ୍ଦିରୁପ୍ପାଙ୍କ ପୁଅ ରାଘବେନ୍ଦ୍ର ମଧ୍ୟ ଚଳିତ ପର୍ଯ୍ୟାୟରେ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେବେ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଏକାଧିକ ରାଜ୍ୟର 102 ସଂସଦୀୟ ଆସନରେ ଭୋଟଗ୍ରହଣ ଶେଷ ହୋଇଛି । ଜୁନ ପହିଲାରେ ଦେଶରେ ଭୋଟିଂ ଶେଷ ହେବା ପରେ 4 ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ର ଦେଶ ଭାରତର ସାଧାରଣ ନିର୍ବାଚନ ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.