ETV Bharat / politics

ପୁଣି ତେଜିଲା ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି କଲେ ଜୟନାରାୟଣ - MLA Jayanarayan Mishra Demands

author img

By ETV Bharat Odisha Team

Published : Jun 18, 2024, 10:26 PM IST

MLA Jayanarayan Mishra Demands CBI Investigation in sensational murder case: ବହୁଚର୍ଚ୍ଚିତ ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ତଦନ୍ତ ଦାବି କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଏହା ସହ ମନ୍ତ୍ରୀପଦ ନମିଳିବା ନେଇ ଅସନ୍ତୁଷ୍ଟ ଥିବା ନେଇ କଳ୍ପନାକୁ ଖାରଜ କରିଛନ୍ତି ଜୟନାରାୟଣ । ଅଧିକ ପଢନ୍ତୁ

MLA Jayanarayan Mishra Demands
MLA Jayanarayan Mishra Demands (ETV Bharat Odisha)

ଭୁବନେଶ୍ବର: ଆଜି ହୋଇଛି ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ । ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହୋଇଥିବା ବେଳେ ବିଜେଡି ପ୍ରଥମ ଥର ଲାଗି ବିରୋଧୀ ଆସନରେ ବସିଛି । ଏହାରି ଭିତରେ ପୁଣି ଉଠିଛି ରାଜ୍ୟର ବହୁଚର୍ଚ୍ଚିତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା । ଯାହାର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ଶାସକ ଦଳ ବିଧାୟକ ଜୟ ନରାୟଣ ମିଶ୍ର କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାରେ ଥିବା ତାଙ୍କ ଆଶ୍ରମରେ କିଛି ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିବା ସାଧୁ ଲକ୍ଷ୍ମଣାନନ୍ଦ ସରସ୍ବତୀ । ଗତବର୍ଷ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଜଣେ ଏଏସଆଇଙ୍କ ଦ୍ଵାରା ହତ୍ୟାର ଶିକାର ହୋଇଥିଲେ । ଉଭୟ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରୁଛନ୍ତି । ଏହି ଦୁଇଟି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଅଟଳ ରହିବି ବୋଲି କହିଛନ୍ତି ସମ୍ବଲପୁରର ଏହି ବରିଷ୍ଠ ବିଧାୟକ ।

ଏହା ମଧ୍ୟ ପଢନ୍ତୁ... ମନ ଜିତିଲେ ନବୀନ; କଣ୍ଟାବାଞ୍ଜିରୁ ହରାଇଥିବା ଲକ୍ଷ୍ମଣଙ୍କୁ ଜଣାଇଲେ ଶୁଭେଚ୍ଛା - Naveen Patnaik Meets Laxman Bag

ନୂଆ ବିଜେପି ସରକାରରେ ତାଙ୍କୁ କୌଣସି ମନ୍ତ୍ରୀ ପଦ ଦିଆଯାଇନାହିଁ । ଏଥିରେ ଅସନ୍ତୁଷ୍ଟ କି ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ, ' ମୁଁ ଅସନ୍ତୁଷ୍ଟ ନୁହେଁ । ମୁଁ କାହିଁକି ଅସନ୍ତୁଷ୍ଟ ହେବି ? ' ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଜୟ ନରାୟଣ ଅନୁପସ୍ଥିତ ରହିଥିଲେ । ଏ ସମ୍ପର୍କରେ ସେ କହିଛନ୍ତି ଯେ, ' ଯେତେବେଳେ ମୁଁ ଶପଥ ନେବାର ନଥିଲା, ସେତେବେଳେ ମୁଁ କାହିଁକି ସେଠାକୁ ଯିବି ?' ଅସନ୍ତୁଷ୍ଟ ଥିବା କଥାକୁ ସେ ଅସ୍ବୀକାର କରିଛନ୍ତି । କିନ୍ତୁ ରାଜ୍ୟରେ ସରକାର ଗଠନ ପରେ ତାଙ୍କୁ ମନ୍ତ୍ରୀ ପଦ ନମିଳିବା ନେଇ ସେ ବିଜେପି ନେତୃତ୍ବଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ନେଇଁ ଚର୍ଚ୍ଚା ଉଠିଛି ।

ସୂଚନା ଅନୁସାରେ ଗତ ବର୍ଷ ଜାନୁଆରି 29 ତାରିଖରେ ବ୍ରଜରାଜନଗରରେ ପୋଲିସ ଏଏସଆଇ ଗୋପଳ ଦାସ ଗୁଳି କରି ନବ କିଶୋରଙ୍କୁ ହତ୍ୟା କରିଥିଲେ । ସେହିପରି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ 2008 ମସିହା ଅଗଷ୍ଟ 23 ତାରିଖରେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ । ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ଏକ ମାସ ଧରି ଚାଲିଥଲା ଦଙ୍ଗା । ଏହି ଦଙ୍ଗାରେ ଅତି କମରେ 38 ଜଣଙ୍କ ମୃତ୍ୟୁ ଘଟିଥିଲା । ସେପଟେ ମମିତା ମେହେର ଘଟଣାର ଦାବି କରିଛନ୍ତି ବିଜେପି ବିଧାୟକ । ଏହାର ଜବାବରେ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ବିଧାୟକ ତଥା ଘଟଣାରେ ବିବାଦୀୟ ହୋଇଥିବା ତତ୍କାଳୀନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ' ଆଇନ ରହିଛି । କୋର୍ଟ ଅଛନ୍ତି । ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ଭରସା ରହିଛି ।'

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.