ETV Bharat / international

ଇରାନ ରାଷ୍ଟ୍ରପତି ନିର୍ବାଚନ: ରନ ଅଫରେ କିଏ ମାରିବ ବାଜି, ସଇଦ-ମସୁଦ ମଧ୍ୟରେ କାହାର ପଲ୍ଲା ଭାରି ? - Iran President Election 2024

author img

By ETV Bharat Odisha Team

Published : Jul 5, 2024, 11:05 AM IST

Iran President Election 2024: ଇରାନରେ ଦ୍ୱିତୀୟ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ମସୁଦ ପେଜେଶକିୟନ ଓ ସଇଦି ଜଲିଲି ଆଗରେ ରହିଥିବା ବେଳେ ରନ ଅଫରେ ଉଭୟଙ୍କ ମଧ୍ୟରେ କଡା ଟକ୍କର ଜାରି ରହିଛି । ସେପଟେ ପ୍ରଥମ ପର୍ଯ୍ୟାୟରେ ଭୋଟରଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖିବାକୁ ମିଳିଥିବା ବେଳେ ଏହି ପର୍ଯ୍ୟାୟର ଭୋଟିଂ ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

Iran President Election 2024
Iran President Election 2024 (ETV Bharat)

ହାଇଦ୍ରାବାଦ: କିଏ ହେବ ଇରାନ ନୂଆ ରାଷ୍ଟ୍ରପତି ? ମସୁଦ ପେଜେଶକିୟନ ଓ ସଇଦି ଜଲିଲିଙ୍କ ମଧ୍ୟରେ କଡା ଟକ୍କର । ଆରମ୍ଭ ହୋଇଯାଇଛି ଇରାନ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ରନ୍ ଅଫ ଭୋଟିଂ । ମତଦାତାମାନେ ନିଜର ମତସାବ୍ୟସ୍ତ କରିବାକୁ ବୁଥ ମୁହାଁ ହୋଇଛନ୍ତି । ଜୁନ ୨୮ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟିଂରେ କେହି ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ଅର୍ଥାତ ୫୦ ପ୍ରତିଶତ ଭୋଟ ହାସଲ କରିନଥିବାରୁ ଆଜି (ଶୁକ୍ରବାର) ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି ।

ମେ ୧୯ ତାରିଖରେ ହେଲିକାପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇିସିଙ୍କ ମୃତ୍ୟୁ ପରେ ଦେଶ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନର ସାମ୍ନା କରୁଛି । ରାଷ୍ଟ୍ରପତି ରେସରେ ୪ ଜଣ ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ୨ ଜଣ କମ ଭୋଟ ପାଇଁ ରେସରୁ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମସୁଦ ପେଜେଶକିୟନ ଓ ସଇଦି ଜଲିଲିଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦୀତା ଦେଖିବାକୁ ମିଳିଛି ।

ଇରାନ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ କୌଣସି ପ୍ରାର୍ଥୀ ସଂଖ୍ୟା ଗରିଷ୍ଠତା ଅର୍ଥାତ୍ ୫୦ ପ୍ରତିଶତ ଭୋଟ ହାସଲ କରିନଥିବା ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଆଜି (ଶୁକ୍ରବାର) ରିଫାମିଷ୍ଟ ଲିଡର ମସୁଦ ପେଜଶକିୟନ ଓ କନର୍ଭେଟିଭ ପାର୍ଟିର ଆଶାୟୀ ସଇଦ ଜଲିଲିଙ୍କ ମଧ୍ୟରେ ମୁକାବିଲା ହେବ । ରନ ଅଫ ପୋଲରେ ଯାହାର ବିଜୟ ହେବ ସେ ଇରାନର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ।

ସଇଦ ଜଲିଲିଙ୍କ ପ୍ରୋଫାଇଲ:

2007 ରୁ 2012 ମଧ୍ୟରେ ଇରାନର ଆଣବିକ ଫାଇଲ ପରିଚାଳନାରେ ସଇଦ ଜଲିଲିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଯେଉଁଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ବେଶ ଜଣାଶୁଣା ସେ । ସେ ବର୍ତ୍ତମାନ ସୁପ୍ରିମୋ ନ୍ୟାସନାଲ ସିକ୍ୟୁରିଟି କାଉନସିଲ (ଏସଏନଏସସି)ରେ ସର୍ବୋଚ୍ଚ ନେତା ଅଲି ଖାମେନେଙ୍କ ପ୍ରତ୍ୟକ୍ଷ ପ୍ରତିନିଧୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏହା ପୂର୍ବରୁ ଦୁଇଥର ରାଷ୍ଟ୍ରପତି ନିର୍ବାଚନରେ ​​ବିଫଳ ହୋଇଛନ୍ତି ।

ମସୁଦ ପେଜେଶକିୟନଙ୍କ ଫ୍ରୋଫାଇଲ:

ଅନ୍ୟପଟେ ମସୁଦ ପେଜେଶକିୟନ ଇରାନର ଜଣେ ଜଣାଶୁଣା ହାର୍ଟ ସର୍ଜନ । ୨୦୦୮ରୁ ସେ ପାର୍ଲିଆମେଣ୍ଟର ମେମ୍ବର ରହିଆସିଛନ୍ତି । ସେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟରେ ଉପବାଚସ୍ପତି ଦାୟିତ୍ୱ ତୁଲାଇଛନ୍ତି । ଏହା ବ୍ୟତୀତ ସେ ସ୍ୱାସ୍ଥ୍ୟ ସହ ଜଡିତ ଅଧିକାଂଶ ସରକାରୀ ପଦବୀରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହା ପୂର୍ବରୁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ରହିବା ସହ ଇରାନ ପାର୍ଲିଆମେଣ୍ଟର ସ୍ୱାସ୍ଥ୍ୟ କମିଶନରେ ଦୀର୍ଘ ଦିନ ଧରି ସଦସ୍ୟ ରହିଆସିଥିଲେ । ୨୦୨୧ରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚେଷ୍ଟା କରିଥିଲେ ହେଲେ ଗାର୍ଡିଅନ କାଉନସିଲ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ।

ଏହାମଧ୍ୟ ପଢନ୍ତୁ.. ରାଷ୍ଟ୍ରପତି ନିର୍ବାଚନକୁ ସାମ୍ନା କରୁଛି ଇରାନ, ଭୋଟ ପାଇଁ ପଛାଉଛନ୍ତି ଅସନ୍ତୁଷ୍ଟ ଭୋଟର - Presidential Election in Iran

ପ୍ରକାଶଯୋଗ୍ୟ, ୧୯ମେରେ ହେଲିକାପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇିସିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋସେନ ଅମିର ଓ ଅନ୍ୟ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ରାଷ୍ଟ୍ରପତିଙ୍କ ନିଧନ ପରେ ଇରାନରେ ରାଷ୍ଟ୍ରପତି ନିର୍ବାଚନ କରାଯାଉଛି । ତେବେ ଗାର୍ଡିଅନ କାଉସିଲ ୪ ଜଣ ରାଷ୍ଟ୍ରପତି ଆଶାୟୀଙ୍କ ନାଁରେ ମୋହର ମାରିଥିଲା । ଏହାପରେ ଜୁନ ୨୮ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା ଓ ଜୁନ ୨୯ରେ ଗଣତି କରାଯାଇଥିଲା । କିନ୍ତୁ ପ୍ରଥମ ପର୍ଯ୍ୟାୟରେ କୌଣସି ଆଶାୟୀ ସଂଖ୍ୟା ଗରିଷ୍ଠତା ତଥା ଆବଶ୍ୟକୀୟ ୫୦ ପ୍ରତିଶତ ଭୋଟ ହାସିଲ କରିପାରିନଥିଲେ । ଏହି ପର୍ଯ୍ୟାୟରେ ରିଫମିଷ୍ଟ ନେତା ପେଜଶକିୟନଙ୍କୁ ୪୨.୫ ପ୍ରତିଶତ, କନର୍ଜଭେଟିଭ ସଇଦ ଜଲିଲିଙ୍କୁ ୩୮.୬ ପ୍ରତିଶତ ଭୋଟ ମିଳିଥିଲା ।

ଇରାନର ନିର୍ବାଚନ ଆଇନ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଏଡାଇବା ପାଇଁ ଜଣେ ପ୍ରାର୍ଥୀକୁ 50% ରୁ ଅଧିକ ଭୋଟର ଆବଶ୍ୟକ ରହିଛି । ଶନିବାର ପ୍ରକାଶିତ ଫଳାଫଳରେ ପେଜେଶକିୟନ 10.4 ମିଲିୟନ ଭୋଟ୍ ପାଇଥିବା ବେଳେ ଜଲିଲିଙ୍କୁ 9.4 ମିଲିୟନ ଭୋଟ ମିଳିଥିଲା । ବର୍ତ୍ତମାନ ଇରାନ ସଂସଦର ବାଚସ୍ପତି ଥିବା ମହମ୍ମଦ ବାଘେର କଲିବାଫ 3.3 ମିଲିୟନ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲା । ସେହିପରି ଶିୟା ଧର୍ମଗୁରୁ ମୁସ୍ତଫା ପୁର୍ମୋହମ୍ମଦ 2ଲକ୍ଷ06 ହଜାରରୁ ଅଧିକ ଭୋଟ୍ ପାଇଥିଲେ ।

ଅନ୍ୟପଟେ ଇରାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଭୋଟରମାନଙ୍କ ମଧ୍ୟରେ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେବଳ 39.9% ମତଦାତା ନିଜର ମତସାବ୍ୟସ୍ତ କରିଛନ୍ତି । 24.5 ମିଲିୟନ ଜଣ ଭୋଟ ଦେଇଥିବା ବେଳେ 1 ମିଲିୟନରୁ ଅଧିକ ଭୋଟକୁ ପଛରେ ଖାରଜ କରାଯାଇଛି । ତେବେ ଇରାନ ଜନତା ରାଷ୍ଟ୍ରପତି ରେସରେ ଥିବା ପ୍ରତିନ୍ଦ୍ୱନ୍ଦୀମାନଙ୍କୁ ପସନ୍ଦ କରୁନଥିବା ଏହି ଭୋଟିଂ ପ୍ରତିଶତରୁ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.