ETV Bharat / health

ହାତରେ ଲେଖିଲେ ମସ୍ତିଷ୍କକୁ ମିଳେ ଫାଇଦା, ଜାଣନ୍ତୁ କଣ କହୁଛି ଅନୁସନ୍ଧାନ

author img

By ETV Bharat Odisha Team

Published : Jan 29, 2024, 12:44 PM IST

Hand Writing Benefits: ଆଜିକାଲି ଆଧୁନିକ ଜୀବନୀଶୈଳୀରେ ଲୋକେ ହାତରେ ଲେଖିବା ପରିବର୍ତ୍ତେ କି-ବୋର୍ଡରେ ଟାଇପ୍ କରିବାକୁ ବେଶ ପସନ୍ଦ କରନ୍ତି । ଆପଣ ଜାଣନ୍ତି କି ହାତରେ ଲେଖିଲେ ମସ୍ତିଷ୍କକୁ ମିଳେ ଫାଇଦା । ପଢନ୍ତୁ ଏହି ରିପୋର୍ଟ

କି-ବୋର୍ଡରେ ଟାଇପ କରିବା ତୁଳନାରେ ହାତରେ ଲେଖିବା ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ଭଲ: ଅଧ୍ୟୟନ

ଲଣ୍ଡନ: ଆଜିକାଲିର ଅନଲାଇନ୍ ଯୁଗରେ, ଲୋକେ ଟେକ୍ନୋଲୋଜିର ବ୍ୟବହାର ଅଧିକ କରୁଛନ୍ତି । କେବଳ ବିଦ୍ୟାଳୟରେ ଲେଖିବାର ଅଳ୍ପ ପ୍ରକ୍ରିୟା ରହିଥିବା ବେଳେ ଏଠାରେ ମଧ୍ୟ ଡିଜିଟାଲ ଯୁଗକୁ ଧ୍ୟାନ ଦିଆଯାଉଛି । ଫଳରେ ଲୋକେ କିଛି ଲେଖିବାକୁ ହେଲେ ହାତରେ ନ ଲେଖି ମୋବାଇଲ କିମ୍ବା କମ୍ପ୍ୟୁଟର, ଲାପଟପରେ କି-ବୋର୍ଡ ବ୍ୟବହାର କରି ଟାଇପ କରିବାକୁ ବେଶ ପସନ୍ଦ କରନ୍ତି । ଏହାରି ମଧ୍ୟରେ ମାନସିକ ସ୍ତରରେ କିପରି ଅଧିକ ସକ୍ରିୟ ରହିପାରିବେ ସେନେଇ ଏକ ଅଧ୍ୟୟନରେ ଖୁଲାସା ହୋଇଛି । ଏକ ଅଧ୍ୟୟନରେ ଜଣାପଡିଛି ଯେ, କି-ବୋର୍ଡରେ ଟାଇପ କରିବା ତୁଳନାରେ ହାତରେ ଲେଖିବା ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ଭଲ ।

ଅଧ୍ୟୟନ ଅନୁଯାୟୀ, ଯଦି ଆପଣ ମାନସିକ ସ୍ତରରେ କିପରି ଅଧିକ ସକ୍ରିୟ ରହିବାକୁ ଚାହୁଁଛନ୍ତି ତେବେ କି-ବୋର୍ଡରେ ଟାଇପ୍ କରିବା ପରିବର୍ତ୍ତେ ହାତରେ ଲେଖିବା ଭଲ । ଏକ କି-ବୋର୍ଡ୍ ବ୍ୟବହାର କରିବାକୁ ଏଥିପାଇଁ ସୁପାରିସ କରାଯାଇଥାଏ କାରଣ ହାତ ଲେଖା ଅପେକ୍ଷା ଟାଇପ କରିବା ଶୀଘ୍ର ଅଟେ । କିନ୍ତୁ ହାତରେ ଲେଖିବା ଦ୍ବାରା ଏହା ବନାନ ଠିକ କରିବା ସହ ଏହା ସ୍ମୃତି ସ୍ମରଣକୁ ଉନ୍ନତ କରିଥାଏ ।

ହାତରେ ଲେଖିବାର ଫାଇଦା:-

ନରୱେର ଅନୁସନ୍ଧାନକାରୀମାନେ ହାତରେ ଅକ୍ଷର ଗଠନ ପ୍ରକ୍ରିୟା ଦ୍ବାରା ମସ୍ତିଷ୍କ ଅଧିକ ସକ୍ରିୟ ରହୁଛି କି ନାହିଁ ତାହା ଜାଣିବା ପାଇଁ ଉଭୟ ଲେଖାର ପ୍ରଣାଳୀରେ ଜଡିତ ଅନ୍ତର୍ନିହିତ ସ୍ନାୟୁ ନେଟୱର୍କ ଗୁଡ଼ିକୁ ଯାଞ୍ଚ କରିଥିଲେ । ନରୱେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭରସିଟିର ମସ୍ତିଷ୍କ ଅନୁସନ୍ଧାନକାରୀ ପ୍ରଫେସର ଆଡ୍ରେ ୱେନ୍ ଡେର୍ କହିଛନ୍ତି ଯେ 'ଆମେ ଦେଖିଲୁ ଯେ ହାତରେ ଲେଖିବାବେଳେ ମାନସିକ ସ୍ତର ଯେତେକି ମାତ୍ରାରେ ସକ୍ରିୟ ରହିଥାଏ ତାହା କି-ବୋର୍ଡରେ ଟାଇପ୍ କରିବା ଅପେକ୍ଷା ଅଧିକ ଜଟିଳ ଅଟେ ।'

ମସ୍ତିଷ୍କ ଅନୁସନ୍ଧାନକାରୀ ପ୍ରଫେସର ଆହୁରି କହିଛନ୍ତି, ସ୍ମୃତି ଗଠନ ଏବଂ ନୂତନ ସୂଚନା ଏନକୋଡିଂ ପାଇଁ ଏହିପରି ବ୍ୟାପକ ମାନସ୍ତିକ ସ୍ତରରେ ସକ୍ରିୟ ରହିବା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ଏବଂ ଏହା ଶିକ୍ଷା ପାଇଁ ବି ଲାଭଦାୟକ ଅଟେ । ଫ୍ରଣ୍ଟିଅର୍ସ ଇନ୍ ସାଇକୋଲୋଜି ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ, ଏହି ଟିମ୍ ୩୬ଟି ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଠାରୁ EEG ତଥ୍ୟ ସଂଗ୍ରହ କରିଥିଲେ ଯାହା ସ୍କ୍ରିନରେ ଦେଖାଯାଉଥିବା ଶବ୍ଦକୁ ଲେଖିବା କିମ୍ବା ଟାଇପ୍ କରିବାକୁ କୁହାଯାଇଥିଲା । ଲେଖିବା ସମୟରେ ସେମାନେ ଟଚସ୍କ୍ରିନରେ ସିଧାସଳଖ ଲେଖିବା ପାଇଁ ଏକ ଡିଜିଟାଲ୍ କଲମ ବ୍ୟବହାର କରିଥିଲେ । ଟାଇପ୍ କରିବାବେଳେ ସେମାନେ କି-ବୋର୍ଡରେ କି' ଦବାଇବା ପାଇଁ ଗୋଟିଏ ଆଙ୍ଗୁଠି ବ୍ୟବହାର କରିଥିଲେ ।

ଉଚ୍ଚ-ସାନ୍ଦ୍ରତା EEG, ଯାହାକୁ ଏକ ନେଟରେ ସିଲାଇ କରି ମୁଣ୍ଡ ଉପରେ ୨୫୬ଟି କ୍ଷୁଦ୍ର ସେନ୍ସର ବ୍ୟବହାର କରି ମସ୍ତିଷ୍କରେ ବୈଦ୍ୟୁତିକ ଗତିବିଧି ମାପ କରାଯାଇଥିଲା, ପ୍ରତ୍ୟେକ ସଙ୍କେତ ପାଇଁ ପାଞ୍ଚ ସେକେଣ୍ଡ ଲେଖାଏଁ ରେକର୍ଡିଂ କରାଯାଇଥିଲା । ଫ୍ରଣ୍ଟିଅର୍ସ ଇନ୍ ସାଇକୋଲୋଜି ପତ୍ରିକାରେ ପ୍ରକାଶିତ ଫଳାଫଳରେ ଦର୍ଶାଯାଇଛି ଯେ, ହାତରେ ଲେଖୁଥିବା ଛାତ୍ରଙ୍କ ମଧ୍ୟରେ ମାନସିକ ସ୍ତରରେ ସକ୍ରିୟତା ବୃଦ୍ଧି ପାଇଥିଲା କିନ୍ତୁ ଟାଇପ୍ କରିବା ସମୟରେ ଏହା ବୃଦ୍ଧି ହୋଇନଥିଲା ।

ଏହା ମଧ୍ୟ ପଢନ୍ତୁ: କ୍ୟାଫିନ୍‌ର ମାତ୍ରା ସତ୍ତ୍ୱେ ମସ୍ତିଷ୍କ ବିକଶିତ କରିବାରେ ସ୍ୱତନ୍ତ୍ର ଭାବରେ ସହାୟକ କଫି

ଏଥିରେ ଏହା ମଧ୍ୟ ଦର୍ଶାଯାଇଛି ଯେ ପିଲାମାନେ ଯେଉଁମାନେ ଟାବଲେଟରେ ପଢିବା ଏବଂ ଲେଖିବା ଶିଖିଛନ୍ତି । ସେମାନେ ଅକ୍ଷର ମଧ୍ୟରେ ପାର୍ଥକ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଯାହା ପରସ୍ପରର ଦର୍ପଣ ଚିତ୍ର ଅର୍ଥାତ୍ ପରସ୍ପରର ଅପରିବର୍ତ୍ତିତ । ଯେପରିକି 'b' ଏବଂ 'd' । ମସ୍ତିଷ୍କ ଗବେଷକ ପ୍ରଫେସର କହିଛନ୍ତି, 'ସେମାନେ ପ୍ରକୃତରେ ନିଜ ଶରୀର ସହ ଅନୁଭବ କରିନାହାଁନ୍ତି ଯେ, ସେହି ଅକ୍ଷରଗୁଡ଼ିକ ଉତ୍ପନ୍ନ କିପରି ହୋଇଥାଏ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.