ETV Bharat / bharat

ଭେଦଭାବ ଦୂର କରି ଏକାଠି ହୁଅ, ଆସୁଛି ରାମରାଜ୍ୟ: ସଂଘ ପ୍ରମୁଖ

Mohan Bhagwat on Ram Mandir: ସଂଘ ପ୍ରମୁଖ କହିଛନ୍ତି ଆଜି ରାମଲାଲା 500 ବର୍ଷ ପରେ ଫେରିଛନ୍ତି । ଯାହାଙ୍କର ତ୍ୟାଗ, ତପସ୍ୟା ଓ ପ୍ରୟାସ ଯୋଗୁଁ ଆଜି ଆମେ ଏହି ସୁବର୍ଣ୍ଣ ସମୟର ଅମୃତ ସମୟକୁ ଅନୁଭବ କରୁଛୁ । ପ୍ରଭୁଙ୍କୁ ଆମେ କେବଳ ସ୍ମରଣ କରୁଛୁ ବାକି ସବୁ କିଛି ସେ କରୁଛନ୍ତି । ଏହି ଅବସସରେ ସମସ୍ତ ହିନ୍ଦୁ ଓ ରାମଭକ୍ତଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 22, 2024, 8:15 PM IST

ଉତ୍ସବ ମଧ୍ୟରେ ଦାୟିତ୍ବ ବି ପାଳନ ହେଉ: ସଂଘ ପ୍ରମୁଖ

ଅଯୋଧ୍ୟା/ୟୁପି: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଭାରତବର୍ଷର ‘ସ୍ବ’ମଧ୍ୟ ଫେରିଆସିଛି । ଆଜିର ଆନନ୍ଦ ଅବର୍ଣ୍ଣନୀୟ। ଅକଳ୍ପନୀୟ । ଆଜିର ଆନନ୍ଦକୁ ଶବ୍ଦରେ ପରିପ୍ରକାଶ କରିହେବ ନାହିଁ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ସରସଙ୍ଘଚାଳକ ମୋହନ ଭାଗବତ ।

ଅଧିକ ପଢନ୍ତୁ- ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'

ଅଯୋଧ୍ୟାରେ ନିର୍ମିତ ଭବ୍ୟ ଦିବ୍ୟ ମନ୍ଦିରରେ ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟକର୍ତ୍ତା ଭାବେ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ କରିଛନ୍ତି । କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ । ଏହି ଅବସରରେ ଉତ୍ସବକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, ‘‘ଆଜିର ଆନନ୍ଦ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ଆଜି ଅଯୋଧ୍ୟାକୁ ରାମଲାଲାଙ୍କ ସହିତ ଭାରତର ‘ସ୍ବ’ ମଧ୍ୟ ଫେରିଆସିଛି । ଭାରତରେ ଏକ ନୂଆ ସମ୍ଭାବନାର ସମୟ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ବିଶ୍ବକୁ ମାର୍ଗ ଦେଖାଇବା ପାଇଁ ଆଜି ନୂଆ ଭାରତ ଛିଡା ହୋଇଛି । କାରଣ ଆଜିର କାର୍ଯ୍ୟକ୍ରମ ତାହା ହିଁ ଦର୍ଶାଉଛି। ଯେଉଁ ଭାରତରେ ସ୍ବଂୟ ସୃଷ୍ଟିକର୍ତ୍ତା ବିରାଜମାନ ଅଛନ୍ତି ସେହି ଭାରତ ବିଶ୍ବର ନେତୃତ୍ବ ନେଇପାରିବ । ଏଥିପାଇଁ ଆମ ସମସ୍ତଙ୍କୁ କଠୋର ପରିଶ୍ରମ କରିବାକୁ ହେବ ।’’

ସଂଘ ପ୍ରମୁଖ ଆହୁରି କହିଛନ୍ତି ଆଜି ରାମଲାଲା 500 ବର୍ଷ ପରେ ଫେରିଛନ୍ତି । ଯାହାଙ୍କର ତ୍ୟାଗ, ତପସ୍ୟା ଓ ପ୍ରୟାସ ଯୋଗୁଁ ଆଜି ଆମେ ଏହି ସୁବର୍ଣ୍ଣ ସମୟର ଅମୃତ ସମୟକୁ ଅନୁଭବ କରୁଛୁ । ପ୍ରଭୁଙ୍କୁ ଆମେ କେବଳ ସ୍ମରଣ କରୁଛୁ ବାକି ସବୁ କିଛି ସେ କରୁଛନ୍ତି । ଏହି ଅବସସରେ ସମସ୍ତ ହିନ୍ଦୁ ଓ ରାମଭକ୍ତଙ୍କୁ ଅପିଲ କରି ସଂଘ ପ୍ରମୁଖ କହିଛନ୍ତି... ବର୍ତ୍ତମାନର ସମୟ ଦିବ୍ୟ ଅନୁଭବର, ଖୁସିର, ଉଲ୍ଲାସର, ପ୍ରେରଣାର । ହେଲେ ଏହି ଖୁସି ଉଲ୍ଲାସ ଆନନ୍ଦ ମଧ୍ୟରେ ଆମେ ଆମର ନିୟନ୍ତ୍ରଣ ହରାଇବା ଅନୁଚିତ । ରାମଲାଲାଙ୍କ ଆଗମନରେ ଏବେ ସାରା ଦେଶରେ ଉତ୍ସବର ମାହୋଲ । ଉତ୍ସବ ପାଳନ ହେଉ । ହେଲେ ଆମର ଦାୟିତ୍ବ କର୍ତ୍ତବ୍ୟ ମଧ୍ୟ ସଠିକ ଭାବେ ପାଳନ ହେଉ। ସଂଘ ପ୍ରମୁଖ ଆହୁରି କହିଛନ୍ତି ଅଯୋଧ୍ୟାରେ ବିରାଜମାନ ରାମଲାଲାଙ୍କୁ ଦର୍ଶନ ପାଇଁ ଆଜି ପ୍ରତ୍ୟେକ ଦେଶବାସୀ ବ୍ୟଗ୍ର । ମୁନି, ଋଷି, ସନ୍ଥ, ମାତା, ଭଉଣୀ, ବରିଷ୍ଠ ନାଗରିକ, ଯୁବକ ଆମର ଭବିଷ୍ୟତ ପୀଢି ସମସ୍ତେ ଚାହାଁନ୍ତି କୌଶଲ୍ୟା ନନ୍ଦନଙ୍କ ଦର୍ଶନ ପାଇବାକୁ । ହେଲେ ଏକାବେଳେ ସମ୍ଭବ ନୁହେଁ । ଏଥିପାଇଁ କିଛି ସମୟ ଲାଗିବ। ରାମଙ୍କ ଆଗମନରେ ଆଜି ଗାଁ ଗାଁର ଛୋଟ ବଡ ମନ୍ଦିରରେ ଉତ୍ସବ ପାଳନ ହେଉଛି । ଗାଁ ଗାଁରେ ଆଧ୍ୟାତ୍ମିକ ପରିବେଶ ଦ୍ବିଗୁଣିତ ହୋଇଛି । ଯାହା ଭାରତର ଏକତା ଭବ୍ୟତାକୁ ଆହୁରି ଶକ୍ତିଶାଳୀ କରିଛି । ରାମଲାଲାଙ୍କ ଆଗମନରେ ଆମର ଦାୟିତ୍ବ ବଢିଛି । କର୍ତ୍ତବ୍ୟ ବଢିଛି । ତାହା ମଧ୍ୟ ପ୍ରତ୍ୟେକ ଦେଶବାସୀ, ରାମଭକ୍ତ ମନେ ରଖିବା ଉଚିତ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ- ତ୍ରେତୟା ଯୁଗରେ ପ୍ରବେଶ କରିବାର ଅନୁଭବ, ରାମରାଜ୍ୟର ଆରମ୍ଭ: ଯୋଗୀ

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ସଂଘ ପ୍ରମୁଖ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆଜି ଦେଶର ସବୁକ୍ଷେତ୍ରରେ ବିକାଶ ହେଉଛି । ଆମର ଐତିହ୍ୟର ପୁନଃରୁଦ୍ଧାର ହେଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ସଂଘ ପ୍ରମୁଖ କହିଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟକର୍ତ୍ତା ଥିବାରୁ ତାଙ୍କୁ କିଛି ବ୍ରତ ପାଳନ ପାଇଁ ସାଧୁ ସନ୍ଥ ପୂଜକ ପରାମର୍ଶ ଦେଇଥିଲେ । ଯେତିକି ପରାମର୍ଶ ଦେଇଥିଲେ ତାହା ଠାରୁ ଆହୁରି କଠୋର ବ୍ରତ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୁଁ ଜାଣିଛି ପ୍ରଧାନମନ୍ତ୍ରୀ ଜଣେ ତପସ୍ବୀ। ସେ ତପ କରୁଛନ୍ତି । ହେଲେ ପ୍ରଶ୍ନ ହେଉଛି ଦେଶ ପାଇଁ ଜଣେ ବ୍ୟକ୍ତି ଏକାକି କାହିଁକି ତପ କରିବ? ନାଗରିକଙ୍କ କଣ ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି । ତାହା ମଧ୍ୟ ପାଳନ ହେବା ଦରକାର । ତେବେ ଯାଇ ଆମର ରାମ ରାଜ୍ୟର ସ୍ବପ୍ନ ସାକାର ହେବ। ଏହି ବିଶାଳ ଦେଶର ପୂର୍ଣ୍ଣ ବିକଶିତ ପାଇଁ ସରକାର ସମେତ ସାଧାରଣ ଜନତାଙ୍କ ମଧ୍ୟ ଦାୟିତ୍ବ ରହିଛି ବୋଲି ସଂଘ ପ୍ରମୁଖ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ପରେ ସଂଘ ପ୍ରମୁଖ କହିଛନ୍ତି ଆଜି ଅଯୋଧ୍ୟାକୁ ରାମଲାଲା ଫେରିଆସିଛନ୍ତି । ହେଲେ ପ୍ରଶ୍ନ ହେଉଛି ରାମଲାଲା ଅଯୋଧ୍ୟାରୁ ବାହାରକୁ ଯାଇଥିଲେ କାହିଁକି? କାହିଁକି ଭଗବାନଙ୍କୁ ଟେଣ୍ଟରେ ଅବସ୍ଥାନ କରିବାକୁ ପଡିଲା? କାରଣ ଅଯୋଧ୍ୟାରେ କଳହ ଥିଲା, ଅଯୋଧ୍ୟାରେ ଦ୍ବନ୍ଦ ଥିଲା । ଅଯୋଧ୍ୟା ହେଉଛି ସେହି ଭୂମି ଯେଉଁ ଭୂମିରେ କଳହ, ଦ୍ବନ୍ଦ କି ଦ୍ବିଧା ନଥାଏ। ଭଗବାନ ରାମଲାଲା ମଧ୍ୟ 14 ବର୍ଷ ବନବାସ ଯାଇ ସବୁ ଦୁନିଆରୁ କଳହ, ଦ୍ବନ୍ଦ, ଦ୍ବିଧା ଠିକ କରିବା ପରେ ଅଯୋଧ୍ୟା ଫେରିଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.