ETV Bharat / bharat

କର୍ଣ୍ଣାଟକ ଓ ତାମିଲନାଡୁରେ ମାର୍ଗଦର୍ଶୀ ଚିଟଫଣ୍ଡର 2ଟି ନୂତନ ଶାଖା - MARGADARSI CHIT FUND NEW BRANCH

120ରେ ପହଞ୍ଚିଲା ଶାଖା ସଂଖ୍ୟା । ଦୀର୍ଘ 6 ଦଶନ୍ଧି ଧରି ନିର୍ଭରଯୋଗ୍ୟ ଆର୍ଥିକ ସେବା ପାଇଁ ଜିତିଛି 60 ଲକ୍ଷ ଗ୍ରାହକଙ୍କ ବିଶ୍ବାସ । 1962ରେ ପ୍ରତିଷ୍ଠା କରିଥିଲେ ରାମୋଜୀ ରାଓ ।

କର୍ଣ୍ଣାଟକ ଓ ତାମିଲନାଡୁରେ ନୂତନ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ
କର୍ଣ୍ଣାଟକ ଓ ତାମିଲନାଡୁରେ ନୂତନ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 7:26 AM IST

Updated : Dec 11, 2024, 7:40 AM IST

ହାଇଦ୍ରାବାଦ: ଦେଶର ଅନ୍ୟତମ ବିଶ୍ୱସ୍ତ ତଥା ପ୍ରତିଷ୍ଠିତ ଚିଟଫଣ୍ଡ ସଂସ୍ଥା ‘ମାର୍ଗଦର୍ଶୀ ଚିଟଫଣ୍ଡ’ ଆଜି (11 ତାରିଖ) କର୍ଣ୍ଣାଟକ ଓ ତାମିଲନାଡୁରେ ଦୁଇଟି ନୂତନ ଶାଖା ଖୋଲିଛି । କର୍ଣ୍ଣାଟକର କେଙ୍ଗେରୀରେ 119 ତମ ଓ ତାମିଲନାଡୁର ହସୁରରେ 120 ତମ ନୂତନ ଶାଖାର ଶୁଭାରମ୍ଭ କରିଛି ସଂସ୍ଥା । ଦକ୍ଷିଣ-ଭାରତରେ କମ୍ପାନୀ ତାର ବ୍ୟବସାୟିକ ନେଟଓ୍ବାର୍କକୁ ବିସ୍ତାର କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ବିଶ୍ବସନୀୟ ଆର୍ଥିକ ସେବା ଯୋଗାଇବା ପାଇଁ ବଦ୍ଧପରିକର ବୋଲି ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି ।

  • ‘ମାର୍ଗଦର୍ଶୀ’ ସର୍ବଦା ସଙ୍କଳ୍ପର ସହ କାମ କରିଆସିଛି: ଏମଡି ଶୈଳଜା

ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କରିଣ କହିଛନ୍ତି,‘‘ ଏହି ଦୁଇ ରାଜ୍ୟରେ ଦୁଇଟି ନୂତନ ଶାଖା ଶୁଭାରମ୍ଭ ହେବା ଲୋକଙ୍କୁ ବିଶ୍ବସ୍ତ ଆର୍ଥିକ ସେବା ପ୍ରଦାନ କରିବା ଦିଗରେ ସଂସ୍ଥା ଜାରି ରଖିଥିବା ଯାତ୍ରାରେ ଏକ ମାଇଲଖୁଣ୍ଟ ସଦୃଶ । ଏହା କର୍ଣ୍ଣାଟକ ଓ ତାମିଲନାଡୁବାସୀଙ୍କୁ ଆର୍ଥିକ ସ୍ବାଧୀନତା ଦେବାରେ ନୂଆ ଅବସର ସୃଷ୍ଟି କରିବ । ଏକ ଶୃଙ୍ଖଳିତ ଓ ପାରଦର୍ଶୀ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ‘ମାର୍ଗଦର୍ଶୀ’ ସର୍ବଦା ସଙ୍କଳ୍ପର ସହ କାମ କରିଆସିଛି । ଲୋକେ ଆମକୁ ବିଶ୍ବାସ କରିଛନ୍ତି ଓ ଆମଠାରୁ ଯେଉଁପରି ସେବା ପାଇବା ପାଇଁ ଆଶା ରଖନ୍ତି, ସେହିପରି ସର୍ବୋତ୍କୃଷ୍ଠ ସେବା ପ୍ରଦାନର ଧାରା ଆମେ ଜାରି ରଖିବୁ ।’’

  • 6 ଦଶନ୍ଧିରେ 60 ଲକ୍ଷ ଗ୍ରାହକଙ୍କ ବିଶ୍ବାସ ଜିତିଛି ମାର୍ଗଦର୍ଶୀ:

ଶୈଳଜା ଆହୁରି ମଧ୍ୟ କହିଛନ୍ତି,‘‘1962 ରୁ ଗତ 6 ଦଶନ୍ଧିରୁ ଅଧିକ ସମୟ ଧରି ମାର୍ଗଦର୍ଶୀ ପ୍ରାୟ 60 ଲକ୍ଷ ଉପଭୋକ୍ତାଙ୍କୁ ଆର୍ଥିକ ସେବା ଯୋଗାଇ ଆସୁଛି । ସ୍ଥାପନା ବର୍ଷରୁ ଆଜି ପର୍ଯ୍ୟନ୍ତ ସଂସ୍ଥା ପ୍ରାୟ 9,396 କୋଟିର ସଞ୍ଚୟ ନିଲାମି କାରବାର କରିସାରିଲାଣି । କମ୍ପାନୀ ତାର ମୂଳ ଆଦର୍ଶବାଦ, ପାରଦର୍ଶିତା, ଶୃଙ୍ଖଳା ଓ ସମନ୍ବିତ କାର୍ଯ୍ୟପ୍ରଣାଳୀ ପାଇଁ ପ୍ରତ୍ୟେକ ଗ୍ରାହକଙ୍କ ବିନିଯୋଗ ଅର୍ଥରାଶି ସୁରକ୍ଷିତ କରିପାରିଛି । ଯାହା କମ୍ପାନୀକୁ ଏକ ବିଶ୍ବାସଯୋଗ୍ୟ ପରିଚୟ ପ୍ରଦାନ କରିବାରେ ସଫଳ ହୋଇଛି ।’’

  • ପ୍ରତିଷ୍ଠା ବର୍ଷ: 1962 ମସିହା
  • ପ୍ରତିଷ୍ଠାତା- ରାମୋଜୀ ରାଓ
  • ଗ୍ରାହକ: 60 ଲକ୍ଷରୁ ଅଧିକ
  • ସମନ୍ୱିତ ନିଲାମ କାରବାର: 9,396 କୋଟି
  • ମୋଟ ଶାଖା ସଂଖ୍ୟା- 120
  • ବ୍ୟବସାୟିକ ନେଟୱାର୍କ: କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ
  • ମାର୍ଗଦର୍ଶୀ ଚିଟଫଣ୍ଡ ସମ୍ପର୍କରେ...

୧୯୬୨ ମସିହା ଅକ୍ଟୋବରରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦ୍ବାରା ମାର୍ଗଦର୍ଶୀ ଚିଟଫଣ୍ଡର ସ୍ଥାପନା ହୋଇଥିଲା । ନିଷ୍ପତ୍ତିଗତ ପାରଦର୍ଶିତା ଓ ସମନ୍ବିତ କାର୍ଯ୍ୟ ଦକ୍ଷତା ପାଇଁ ସଂସ୍ଥା ଗତ 6 ଦଶନ୍ଧି ମଧ୍ୟରେ ବହୁ ମାଇଲଖୁଣ୍ଟ ଅତିକ୍ରମ କରିଲାଣି । ଏବେ କମ୍ପାନୀରେ ୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ଏହାର 120 ଶାଖା ରହିଛି । ପ୍ରତିଷ୍ଠା ବର୍ଷରୁ ଆଜି ପର୍ଯ୍ୟନ୍ତ ମୋଟ ନିଲାମ ବ୍ୟବସାୟ 9,396 କୋଟି ଟଙ୍କାରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ:- ରାମୋଜୀ ରାଓଙ୍କ ଜନ୍ମ ବାର୍ଷିକୀରେ 3 ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ

ଏହା ମଧ୍ୟ ପଢନ୍ତୁ:- ଏହା ମଧ୍ୟ ପଢନ୍ତୁ-ଆଉ ୨ ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ, ଶାଖା ସଂଖ୍ୟା ଦେଶରେ ୧୧୩କୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ-Margadarsi 60th Anniversary: କମ୍ପାନୀର ସଫଳ ଭବିଷ୍ୟତ କାମନା କଲେ ଚେୟାରମ୍ୟାନ ରାମୋଜି ରାଓ

ଗ୍ରାହକଙ୍କୁ ନିର୍ଭରଯୋଗ୍ୟ ଆର୍ଥିକ ସେବା ଯୋଗାଇ ଦେଉଥିବାରୁ କମ୍ପାନୀ ଏକ ସୁନାମ ସହ ନିଜ ବ୍ୟବସାୟିକ ନେଟଓ୍ବାର୍କକୁ ମଧ୍ୟ ସଫଳତାର ବିସ୍ତାର କରିବା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 60 ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାହକ ସଂସ୍ଥାରେ ନିଜ ଅର୍ଥରାଶି ସଞ୍ଚୟ କରିଛନ୍ତି । ବିଶ୍ବସନୀୟତା ବଜାୟ ରଖି ଅଧିକରୁ ଅଧିକ ଗ୍ରାହକଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ସଂସ୍ଥା ମଧ୍ୟ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ମାର୍ଗଦର୍ଶୀ ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2024, 7:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.