ETV Bharat / bharat

ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ; ସାମ୍ବାଦିକଙ୍କ କାର୍ ଭଙ୍ଗାରୁଜା କଲେ ବିଜେପି କର୍ମୀ - ସାମ୍ବାଦିକ ନିଖିଲ ଓ୍ବାଗେଲ

Journalist Nikhil Wagle car vandalised by BJP workers: ପୁନେରେ ସାମ୍ବାଦିକ ନିଖିଲ ଓ୍ୱାଗେଲଙ୍କ କାର ଉପରେ ଆକ୍ରମଣ । ଗାଡିର କାଚ ଭାଙ୍ଗିବା ସହ କାଳି ଫିଙ୍ଗିଲେ ବିଜେପି କର୍ମୀ । ଅଧିକ ପଢନ୍ତୁ

ସାମ୍ବାଦିକ ନିଖିଲ ଓ୍ବାଗେଲ
Journalists Nikhil Wagle
author img

By ETV Bharat Odisha Team

Published : Feb 10, 2024, 11:19 AM IST

ମୁମ୍ବାଇ: ସାମ୍ବାଦିକ ନିଖିଲ ଓ୍ୱାଗେଲଙ୍କ କାର୍ ଉପରେ ଆକ୍ରମଣ । କାର୍‌ର କାଚ ଭାଙ୍ଗିବା ସହ କାଳି ମାଡ କଲେ ବିଜେପି କର୍ମୀ । ଶୁକ୍ରବାର ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁନେ ଯାଉଥିବା ବେଳେ ବିଜେପି କର୍ମୀଙ୍କ ଆକ୍ରମଣର ଶିକାର ହୋଇଥିଲେ ନିଖିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଦିନକ ପୂର୍ବରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଏଏସ୍‌ଆଇଙ୍କ ଗୁଣ୍ଡାରାଜ; ସାମ୍ବାଦିକଙ୍କୁ କଲେ ଆକ୍ରମଣ

ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକ ନିଖିଲ ୱାଗେଲ କାର୍ ଯୋଗେ ପୁନେ ଯାଉଥିବା ବେଳେ ହଠାତ ବିଜେପି କର୍ମୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେପି କର୍ମୀ ତାଙ୍କ କାରକୁ ଘେରିଯିବା ସହ ଝରକା କାଚ ଭାଙ୍ଗିବା ଓ ଗାଡି ଉପରେ କାଳି ଫିଙ୍ଗୁଥିବା ଦେଖିବାକୁ ମିଳିଛି । ଆକ୍ରମଣ ସମୟରେ ବିଜେପି କର୍ମୀମାନେ ଜୟ ଶ୍ରୀରାମ ନାରା ଦେଉଥିଲେ । ସାମ୍ବାଦିକ ନିଖିଲ ଓ୍ୱାଗେଲ ଟ୍ୱିଟ୍ କରି କହିଛନ୍ତି, ''କିଛି ବି ହୋଇଯାଉ ବୈଠକ କିନ୍ତୁ ହେବ । ବର୍ତ୍ତମାନ ଆମକୁ ବରିଷ୍ଠ ପୋଲିସ କର୍ମଚାରୀମାନେ ଘେରି ରହିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-ଅର୍ଣ୍ଣବଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣିଲେ ମୁମ୍ବାଇ DCP

ଶୁକ୍ରବାର ଦିନ ପୁନେର ନିଲୁ ଫୁଲେ ଅଡିଟୋରିୟମରେ ଏକ ଟକ୍-ସୋ କାର୍ଯ୍ୟକ୍ରମ ରହିଥିଲା । ଯେଉଁଥିରେ ଅଭିନେତା ତଥା ଫିଲ୍ମ ନିର୍ମାତା ଆମୋଲ ପାଲେକର, ଆସୀମ ସରୋଡେ, ରେଶମା ରାମଚନ୍ଦ୍ରଙ୍କ ପରି ବିଶିଷ୍ଟ ବକ୍ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମ ବିଷୟରେ ଏକ୍ସରେ ଟ୍ୱିଟ୍ କରିଥିଲେ ନିଖିଲ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଗତକାଲି ସେ ପୁନେ ଯାଉଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ବିଜେପି କର୍ମୀମାନେ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି କର୍ମୀଙ୍କୁ ଅଟକ ରଖିଛି । ଏହି ଘଟଣାରେ ପୋଲିସ ମାମାଲା ରୁଜୁ କରିଛି ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନରେନ୍ଦ୍ର ମୋଦି ଓ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଉପରେ ମନ୍ତବ୍ୟ ଦେଇଥିବାରୁ ସାମ୍ବାଦିକଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.