ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଲାଭ ଦାୟକ ରହିବ । ଆପଣ ସୋସିଆଲ୍ ନେଟ୍ୱାର୍କ୍ରେ ବ୍ୟସ୍ତ ରହି ପାରନ୍ତି । ଆସନ୍ତା ଦିନମାନଙ୍କରେ ଆପଣଙ୍କ ନୂଆ ଯୋଗାଯୋଗ ନମ୍ବରଗୁଡିକ କାମରେ ଆସିପାରେ । ଆଶା କରାଯାଉନଥିବା ଖର୍ଚ୍ଚ ଦେଖା ଦେଇପାରେ । ଆପଣ ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣ ଆଜି ବରିଷ୍ଠମାନଙ୍କ ଆଶୀର୍ବାଦ ପାଇ ଖୁସି ହୋଇପାରନ୍ତି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । ବିଶେଷ କରି ଯେଉଁମାନେ ବ୍ୟବସାୟରେ ବ୍ୟସ୍ତ ଅଛନ୍ତି ଦିନଟି ତାଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବୃଦ୍ଧି ଆସିପାରେ । ଅତି ବଡ ଧରଣର ସଫଳତା ଆଣିଦେଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ବରିଷ୍ଠ ସହକର୍ମୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ । ଈଶ୍ବର ବିଶ୍ବାସୀ ହେବେ । ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
ମିଥୁନ: ନୂଆ କାର୍ଯ୍ୟ ହାତକୁ ନେବା ପାଇଁ ଆଜିର ଦିନଟି ଅନୁକୂଳ ନୁହେଁ । ଆପଣ କ୍ଲାନ୍ତ, ଅଳସୁଆ ଓ ଅନାଗ୍ରହୀ ଅନୁଭବ କରିପାରନ୍ତି । ପେଟ ଜନିତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟୀକ ଭାବରେ, କୌଣସି ବିଷୟ ଆପଣଙ୍କ ସପକ୍ଷରେ ଯାଇ ନପାରେ । ଆପଣ ଆପଣଙ୍କ ଉପରସ୍ଥ ଅଧିକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବଂ ସିଦ୍ଧାନ୍ତ ଆଗକୁ ଘୁଞ୍ଚିଯିବାର ଅଛି । ବିବ୍ୟାର୍ଥୀମାନଙ୍କ ପାଇଁ ମିଶ୍ରିତ ଫଳ ରହିବ ।
କର୍କଟ: ଆଜି ଦିନରେ ଆପଣ ଯାହା କରିବେ ସେଥିପ୍ରତି ଅତ୍ୟନ୍ତ ଯତ୍ନଶୀଳ ହେବେ । ପରିବାରରେ ଗଣ୍ଡଗୋଳକୁ ବର୍ଜନ କରନ୍ତୁ । ସାରାଦିନ ବିନମ୍ର ରୁହନ୍ତୁ । ତାହା ଆପଣଙ୍କୁ ସମସ୍ୟା ବିହୀନ କରିବ । ଯୋଜନା ନଥିବା ଖର୍ଚ୍ଚ ପ୍ରତି ପ୍ରସ୍ତୁତ ରୁହନ୍ତୁ । ଅନୈତିକ ଏବଂ ବେଆଇନ୍ କାର୍ଯ୍ୟରୁ ଦୁରରେ ରୁହନ୍ତୁ । ନିଜ କଥା ଉପରେ ସଞ୍ଜମ ରଖନ୍ତୁ । ପ୍ରାର୍ଥନା ଏବଂ ଧ୍ୟାନ ଆପଣଙ୍କୁ ଅନେକ ଗୁଣରେ ସାହାଯ୍ୟ କରିବ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲରେ କଟିବ ।
ସିଂହ: ଆପଣ ଏବଂ ଆପଣଙ୍କ ସ୍ତ୍ରୀ/ସ୍ୱାମୀ ମଧ୍ୟରେ ବିରକ୍ତି ଭାବ ଆପଣ ଉଭୟଙ୍କ ଯନ୍ତ୍ରଣାର କାରଣ ହେବ । ଆପଣଙ୍କ ସ୍ତ୍ରୀ/ସ୍ୱାମୀ ଅସୁସ୍ଥ ଅନୁଭବ କରିବେ । ବିଶେଷ କରି ଆପଣଙ୍କ ଅନୁଷ୍ଠାନ ଏବଂ ବ୍ୟବସାୟ ପାର୍ଟନରଙ୍କ ସହ କଥାବାର୍ତ୍ତା କରିବା ବେଳେ ସାବଧାନତା ଅବଲମ୍ବନ କରିବେ । ବେକାର ଭାବନା ଏବଂ କଥାରେ ସଂଶ୍ଳିଷ୍ଟ ହିଅନ୍ତୁ ନାହିଁ । ପଡ଼ୋଶୀଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ । ଋଣ କାରବାର ଠାରୁ ଦୁରେଇ ରୁହନ୍ତୁ । ବିଦ୍ୟାର୍ଥୀମାନେ ପାଠପଢ଼ାରେ ଅନାଗ୍ରହ ପ୍ରକାଶ କରିପାରନ୍ତି ।
କନ୍ୟା: ଆଜି ଆପଣ ସବୁଠାରୁ ଅଧିକ ଖୁସି ଅନୁଭବ କରିବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଭାବନାତ୍ମକ ଭାବେ ଖୁସି ହେବେ । ବିଶେଷ କରି ଆପଣଙ୍କ ବନ୍ଧୁ ଏବଂ ସହକର୍ମୀ ଆପଣଙ୍କୁ ସହଯୋଗ ହାତ ବଢ଼ାଇବେ । ଆପଣଙ୍କ ଲାଗି ରହିଥିବା ଅସୁସ୍ଥତା ଧିରେ ଧିରେ ଅପସରି କରିବ । ଆପଣଙ୍କ ଘର ଏବଂ ପରିବାରରେ ଖୁସିର ଲହରୀ ଖେଳିଯିବ । ଆକସ୍ମିକ ଧନଲାଭ ହୋଇପାରେ । ଯେଉଁ କାର୍ଯ୍ୟରେ ହାତଦେବେ ସେଥିରେ ସଫଳତା ପାଇବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ।
ତୁଳା: ଆଜିର ଦିନରେ ଆପଣଙ୍କ ପାଇଁ ମିଶ୍ରିତ ଫଳ ରହିବ । ସେଭଳି କିଛି ବିଶେଷ ଉନ୍ନତି କିମ୍ବା କ୍ଷତି ହେବାର ନାହିଁ । ପିଲାମାନଙ୍କ ସମ୍ପର୍କିତ ବିଷୟ ଆପଣଙ୍କୁ ବିରକ୍ତି ଭାବ ପ୍ରକାଶ କରାଇବ । ଯଦି ଆପଣ ଜଣେ ଛାତ୍ର ତେବେ, ଆପଣ ପାଠପଢାରେ ଏକାଗ୍ରତା ଆଣିବା କଷ୍ଟସାଧ୍ୟ ହେବ । ଅଦରକାରୀ, କଳହପୂର୍ଣ୍ଣ ଆଲୋଚନା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ମର୍ଯ୍ୟଦା ବିପଦପୂର୍ଣ୍ଣ ଅବସ୍ଥାରେ ରହିପାରେ । କୌଣସି କାର୍ଯ୍ୟକୁ ନେଇ ଅପମାନିତ ହୋଇପାରନ୍ତି ।
ବିଛା: ଆଜି ଆପଣ ମାନସିକ ଏବଂ ଶାରୀରିକ ଦୃଷ୍ଟିକୋଣରୁ ବିରକ୍ତି ଏବଂ ଚିନ୍ତିତ ଅନୁଭବ କରିପାରନ୍ତି । ଆପଣ ଶାନ୍ତ ଏବଂ ନିରବ ଭାବରେ ରହି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟ ଅଧିକ ସ୍ନେହୀ ଏବଂ ବୁଝାମଣା ପ୍ରିୟ ହୋଇ ନ ପାରନ୍ତି । ଆର୍ଥିକ ହାନୀ ହୋଇପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ କରନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ପାଇଁ ମିଶ୍ରିତ ଫଳ ରହିବ ।
ଧନୁ: ଆଜି ଦିନରେ ଆପଣ ଆପଣଙ୍କର ପ୍ରତିଦ୍ୱନ୍ଦୀମାନଙ୍କୁ ହରାଇବାରେ ସକ୍ଷମ ହେବେ । ଆପଣ ସାରାଦିନ ସୁସ୍ଥ ଅନୁଭବ କରିବେ । ଆଜି ଆପଣ କିଛି ନୂଆ ଯୋଜନା କରିବେ । ସେଥିପାଇଁ ହିଁ ଆଜି ଦିନଟି ଉପଯୁକ୍ତ । ହଠାତ ଧନଲାଭ ହୋଇପାରେ । ବ୍ୟବସାୟୀଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭଙ୍କର ରହିବ । ଆଜି ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯିବେ ଏବଂ ମଉଜ ମଜଲିସ୍ କରିବେ । ଏକ ଆନନ୍ଦମୟ ଆଧ୍ୟାତ୍ମିକ ଅନୁଭବ କରିବେ । କର୍ମ ଚଞ୍ଚଳ ହେବେ । ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ ପୁରସ୍କୃତ ହେବେ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତି ଭଲ ଦିନ ନ ହୋଇପାରେ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତାନ୍ତର ଏବଂ ଅସୁସ୍ଥତା ଆପଣଙ୍କୁ ଅଶାନ୍ତି ଏବଂ ଅସୁଖି କରି ରଖିବ । ଅଯଥା ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ବିଶେଷ କରି ଆପଣଙ୍କ ଶରୀର ପ୍ରତି ଯତ୍ନ ନିଅନ୍ତୁ । ପ୍ରାର୍ଥନା ଏବଂ ଧ୍ୟାନ କରିବାରେ ସମୟ ଦିଅନ୍ତୁ । ଛାତ୍ରମାନେ ସେମାନଙ୍କ ପାଠ ପଢା ପ୍ରତି ଧ୍ୟାନମଗ୍ନ ହୋଇ ନ ପାରନ୍ତି ।
କୁମ୍ଭ: ଆର୍ଥକ ଭାବରେ, ଆଜି ଦିନଟି ଆପଣଙ୍କ ପାଇଁ ଗୋଟିଏ ଭଲ ଦିନ ହୋଇ ରହିବ । ପରିବାରରେ ହସଖୁସି ଭରି ରହିବ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଖୁସି ମଉଜ ବଜାୟ ରହିବ । ଖୁସିବାସୀରେ ବାହାରକୁ ବୁଲିବାକୁ ଯିବା ଯୋଗ ରହିଛି । ଶତ୍ରୁଙ୍କୁ ପରାସ୍ତ କରିବେ । ଆଜି କିଛିଲୋକ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିବେ ମାତ୍ର ସେମାନେ ଏଥିରେ ବିଫଳ ହେବେ । ଆପଣଙ୍କ ଭାବନାରେ ପ୍ରତିକୂଳ ଭାବନା ଦେଖା ଦେଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ଦ୍ୱାରା ତାହା ସମ୍ଭବ ହୋଇପାରିବ ।
ମୀନ: ସମ୍ପତ୍ତି ସଂପର୍କିତ ଆଇନ୍କାନୁନ ପାଇଁ ଆଜି ଦିନଟି ଭଲ ନାହିଁ । ଅନ୍ୟକୁ ଅତି ସହଜରେ ବିଶ୍ବସ କରନ୍ତୁ ନାହିଁ । ଆଜି କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ନଚେତ ଟଙ୍କା ଫେରି ପାଇବାରେ ବିଳମ୍ବ ହୋଇପାରେ । ଆପଣ ଆପଣଙ୍କ ଶରୀର ପ୍ରତି ସମ୍ବେଦନଶୀଳତା ଦେଖାଇପାରନ୍ତି । ନିଜ ଲୋକଙ୍କଠାରୁ ଆପଣ ଅଳ୍ପ କିଛି ଦିନ ଅଲଗା ରହିପାରନ୍ତି । ବିବାଦ ଏବଂ ଅବୁଝାମଣା ହେବାର ଆଶଙ୍କା ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନ ଭଲ ରହିବ ।