ETV Bharat / bharat

ଅଗଷ୍ଟ ୮ ଆଜିର ରାଶିଫଳ; ଶତ୍ରୁକୁ କରିବେ ପରାଜିତ, ବ୍ୟବସାୟରେ ଲାଭ ହିଁ ଲାଭ କରିବେ ଏହି ରାଶି ବ୍ୟକ୍ତି - 8 August Today Horoscope

author img

By ETV Bharat Odisha Team

Published : Aug 8, 2024, 12:01 AM IST

Today Rasifala 8 August Thursday : ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? କେଉଁମାନଙ୍କୁ ହେବ ଧନଲାଭ ? କାଉଁମାନେ ରହିବେ ସତର୍କ । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଅଗଷ୍ଟ ୮ ଆଜିର ରାଶିଫଳ; ଶତ୍ରୁକୁ କରିବେ ପରାଜିତ, ବ୍ୟବସାୟରେ ଲାଭ ହିଁ ଲାଭ କରିବେ ଏହି ରାଶି ବ୍ୟକ୍ତି
ଅଗଷ୍ଟ ୮ ଆଜିର ରାଶିଫଳ; ଶତ୍ରୁକୁ କରିବେ ପରାଜିତ, ବ୍ୟବସାୟରେ ଲାଭ ହିଁ ଲାଭ କରିବେ ଏହି ରାଶି ବ୍ୟକ୍ତି (ETV Bharat Odisha)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ । ବ୍ୟବସାୟରେ ଉନ୍ନତି ଘଟିବ । ନିଜ ରୋଜଗାରକୁ ଦେଖି ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ମନ ପ୍ରଫୁଲ୍ଲ ରହିବ । ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆଜି ସନ୍ଧ୍ୟାଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ବଣଭୋଜି ପାଇଁ ଯୋଜନା କରିପାରନ୍ତି । କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଦିନଟି ଖୁସିରେ କଟିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବିଦ୍ୟାର୍ଥୀ ପାଠପଢ଼ାରେ ଉନ୍ନତି କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣଙ୍କର ଦକ୍ଷ ଚିନ୍ତାଧାରା ଓ କରୁଣ ବାକ୍ୟ ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ । ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ମିଷ୍ଟଭାଷୀ ହେବେ । କର୍ମଚଞ୍ଚଳ ରହିବେ । ଶତ୍ରୁଙ୍କୁ ପରାଜିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ସାହିତ୍ୟ, କଳା ପ୍ରତି ମନ ବଳିବ । ମାତ୍ର ଦିନର ଶେଷ ସମୟରେ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ମାଆଙ୍କର ସାନିଧ୍ୟ ଶାନ୍ତି ଦେବ । ଯଦି କିଛି ଧାର୍ମିକ କାର୍ଯ୍ୟରେ ମନ ରହିବ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ । ନଚେତ ଅଯଥା ଦୁଃଖିତ ହେବେ । ପିଲାମାନଙ୍କ ଭବିଷ୍ୟତକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ପଡ଼ୋଶୀଙ୍କ ସହ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥୀ ପାଠପଢ଼ାରେ ଉନ୍ନତି କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ନୂତନ କାର୍ଯ୍ୟ କରିବାକୁ ଦିନଟି ଶୁଭ ଅଟେ । ଆପଣ ଯେକୌଣସି କାର୍ଯ୍ୟହାତକୁ ନେବେ ସେଥିରେ ସଫଳତା ମିଳିବ । ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ଅଛି । ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବୁଲିବାକୁ ଯିବେ । ଆକସ୍ମିକ ଧନଲାଭ ହେବ । ଆୟ ତୁଳନାରେ ଦେଖି ଚାହିଁ ବ୍ୟୟ କରନ୍ତୁ । ଆମୋଦ ପ୍ରମୋଦରେ ସମୟ କାଟିବେ । ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପ୍ରତି ମନବଳାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିଲେ ମଧ୍ୟ ଖର୍ଚ୍ଚର ପରିମାଣ ବଢିଯାଇପାରେ । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ । ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ । ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି । ତେଣୁ ରୋଗ ବଢିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ । ସେହିପରି ମହିଳାମାନେ ନିଜ ପାଇଁ କୌଣସି ନୂତନ ଦ୍ରବ୍ୟ କିଣିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଶରୀର ସୁସ୍ଥ ରହିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ବିଚାର ଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯାହାଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଖୁସିମୟ ହେବ । ସାମାଜିକ ପ୍ରତିଷ୍ଠା ସହ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟମନେ କରିବେ । ଶାରୀରିକ ଓ ମାନସିକ ଭାବରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆପଣ ନିଜର କ୍ରୋଧ ପରିହାର କରିବାକୁ ଚେଷ୍ଟା କରନ୍ତୁ । ନହେଲେ ଆପଣଙ୍କ କ୍ରୋଧ ତଥା କଠୋର ବାକ୍ୟର ବ୍ୟବହାର ବହୁ ବନ୍ଧୁଙ୍କଠାରୁ ଆପଣଙ୍କୁ ଦୂରେଇ ଦେବ । ବ୍ୟବସାୟ ମାନ୍ଦା ହେବ । କର୍ମଚାରୀଙ୍କ ସଙ୍ଗେ ବଚସା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ଅନ୍ତରଙ୍ଗ ବନ୍ଧୁବାନ୍ଧବଙ୍କ ସଙ୍ଗେ ତିକ୍ତତା ସୃଷ୍ଟି ହୋଇପାରେ । ଶରୀରର ଯତ୍ନ ନିଅନ୍ତୁ । ଦୁର୍ଘଟଣାର ଶିକାର ହୋଇପାରନ୍ତି । ନିଜକୁ ଝଗଡ଼ା ଠାରୁ ଦୂରେଇ ରଖନ୍ତୁ । ନୀରବ ରୁହନ୍ତୁ ଓ ଧ୍ୟାନ ସହକାରେ କାର୍ଯ୍ୟ କରନ୍ତୁ । ଆଜିର ଦିନରେ ଖର୍ଚ୍ଚର ପରିମାଣକୁ କମାଇବା ପାଇଁ ଚେଷ୍ଟା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ସବୁ କାମରେ ଆପଣ ସଫଳତା ଲାଭ କରିବେ । ଆପଣଙ୍କ କାର୍ଯ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ । ନିଜ ପସନ୍ଦ ମୁତାବକ ଜୀବନ ସାଥୀ ପାଇବେ । ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି । ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ସମୟ ଅତିବାହିତ କରିବେ । ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ଶାରୀରିକ ସୁସ୍ଥତା ସହ ମନ ଆନନ୍ଦିତ ରହିବ । ବନ୍ଧୁ ଏବଂ ପରିବାର ସହ କୌଣସି ସ୍ଥାନ ପରିଦର୍ଶନରେ ଯିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଦିନଟି ସୁଖପୂର୍ଣ୍ଣ ରହିବ । ବିବାହିତମାନେ ଆନନ୍ଦ ଉଲ୍ଳାସରେ ରହିବେ । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ପାରିବାରିକ ଶାନ୍ତି ପରିବେଶକୁ ସୁଦୃଢ କରିବ । କାର୍ଯ୍ୟ ତଥା ଆର୍ଥିକ ସ୍ଥିତି ପାଇଁ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେବ । ନିଜ କାର୍ଯ୍ୟ ଦ୍ୱାରା ସଫଳତା ତଥା ଆତ୍ମ ସନ୍ତୋଷ ମିଳିବ । ବାପା ଭାଇଙ୍କ ଠାରୁ ଉପକୃତ ହେବେ । ଆର୍ଥିକ ଦୃଷ୍ଟିରୁ ଦିନଟି ଅତି ଉତ୍ତମ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନଦେବେ । ବିଦ୍ୟାର୍ଥୀ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟିରେ ମିଶ୍ରିତ ଫଳ ମିଳିବ । ବ୍ୟବସାୟ ଭଲ ହେବ । ଚିନ୍ତାଧାରା ତଥା କଥାବାର୍ତ୍ତା ଦ୍ୱାରା ଲୋକେ ପ୍ରଭାବିତ ହେବେ । ଆଜି ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । ସରକାରୀ କାମ ଅଟକି ରହିବ । ବ୍ୟର୍ଥ ଯୁକ୍ତିତର୍କ ହୋଇପାରେ । ହସିବା ପାଇଁ ଆଭ୍ୟାସ କଲେ ଖୁବ୍‍ ଭଲ ହେବ । ମନରେ ଦୁଶ୍ଚିନ୍ତା ଭର୍ତ୍ତି କଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ । ତେଣୁ ଈଶ୍ବର ଭକ୍ତିରେ ନିଜକୁ ମଗ୍ନ ରଖନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ସେତେ ଭଲ ରହିନପାରେ । ନିଜପାଠ ପଢା ପ୍ରତି ଛାତ୍ରଛାତ୍ରୀମାନେ ଅନାଗ୍ରହ ପ୍ରକାଶ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଖରାପ ଚିନ୍ତା କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଦେଖା ଦେବ । ଚିନ୍ତାରେ ରହିବେ ଏବଂ ଖରାପ ଚିନ୍ତା ମନକୁ ଘାରିବ । ନିଜର ଇଚ୍ଛା ଓ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ । ଖର୍ଚ୍ଚ କରି ମଧ୍ୟ ତାର ମୂଲ୍ୟ ପାଇବ ନାହିଁ । ନିଜ ଭୁଲ ପାଇଁ ଅନ୍ୟକୁ ଦୋଷାରୋପ କରନ୍ତୁ ନାହିଁ । ସ୍ୱାସ୍ଥ୍ୟହାନୀ ହୋଇପାରେ । ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ । ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ । ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ହ୍ରାସ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ହେବ । ସହଜରେ ଲାଭବାନ ହେବେ । ଯଦି ଆପଣ ଲେଖକ, କବି, ଚିତ୍ରକାର କିମ୍ୱା ମୂର୍ତ୍ତିକର ହୋଇଥାନ୍ତି ତାହା ହେଲେ ଅସୀମ ଲାଭବାନ ହେବେ । ମିଳିମିଶି ବ୍ୟବସାୟ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିପାରିବେ । ବାହାରକୁ ବୁଲାବୁଲି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.