ଓଡିଶା

odisha

ETV Bharat / videos

Good Video: ପାରମ୍ପରିକ ବେଶଭୂଷାରେ ୱାୟାନାଡ ଜିଲ୍ଲାପାଳଙ୍କ କଥକଲୀ ନୃତ୍ୟ

By

Published : Mar 28, 2022, 9:06 PM IST

Updated : Feb 3, 2023, 8:21 PM IST

ଥୀରୁଅନନ୍ତପୁରମ୍: ୱାୟାନାଡର ଜିଲ୍ଲାପାଳ ଏ.ଗୀତା ସ୍ଥାନୀୟ ଭାଲିୟୋର୍କାଭୁ ଠାରେ ଏକ ମନ୍ଦିର ମହୋତ୍ସବରେ କଥକଲି ନୃତ୍ୟ କରି ସଭିଁଙ୍କୁ ଚକିତ କରିଦେଇଛନ୍ତି । ପ୍ରଥମ ଦିନରେ ନାଲାଚାରିଥମ୍ ପ୍ରଦର୍ଶନରେ 'ଦମୟନ୍ତୀ' ଭାବରେ କଥକଲି ନୃତ୍ୟରେ ଅଭିନୟ କରି ଜିଲ୍ଲାପାଳ ଗୀତା ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏହା ଗୀତାଙ୍କର ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନ ଥିଲା । ଏନେଇ ଜିଲ୍ଲାପାଳ ଏ.ଗୀତା କହିଛନ୍ତି "ଏଠାରେ ମୋର ପ୍ରଥମ ପ୍ରଦର୍ଶନ କରିବା ମୋ ପାଇଁ ଏକ ଆଶୀର୍ବାଦର ସୁଯୋଗ, ତାହାପୁଣି ୱାୟାନାଡର ସବୁଠାରୁ ବଡ଼ ମନ୍ଦିର ପର୍ବରେ । ୱାୟାନାଡର ଜିଲ୍ଲାପାଳ ଏ.ଗୀତାଙ୍କ ଏହି ନୃତ୍ୟକୁ ନେଇ ଚାରିଆଡୁ ଏବେ ପ୍ରଂଶସାର ସୁଅ ଛୁଟୁଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

For All Latest Updates

TAGGED:

ABOUT THE AUTHOR

...view details