Watch Video: ଗଣ ବିବାହ ଉତ୍ସବରେ ପାରମ୍ପରିକ ଶାଢୀରେ ମମତାଙ୍କ ଲୋକନୃତ୍ୟ
କୋଲକାତା: ଏକ ଗଣ ବିବାହ ଉତ୍ସବରେ ସାମିଲ ହେବା ଅବସରରେ ଲୋକ ନୃତ୍ୟଶିଳ୍ପୀଙ୍କ ସହ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସବୁବେଳେ ରାଜନୈତିକ ସଭାମଞ୍ଚରେ ଆକ୍ରମଣାତ୍ମକ ଭଙ୍ଗୀରେ ନଜର ଆସୁଥିବା ଦିଦି କିନ୍ତୁ ଚିରାଚରିତ ଢଙ୍ଗରୁ ସମ୍ପୂର୍ଣ୍ଣ ଭିନ୍ନ ନଜର ଆସିଥିଲେ । ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିବା ନୃତ୍ୟଶିଳ୍ପୀଙ୍କ ସହ ତାଳ ମିଳାଇ ବେଶ କିଛି ସମୟ ଝୁମିଥିଲେ । ସବୁବେଳେ ଧଳା ଶାଢୀରେ ନଜର ଆସୁଥିବା ଦିଦି କିନ୍ତୁ ପିନ୍ଧିଥିଲେ ନୀଳରଙ୍ଗର ପାରମ୍ପରିକ ଶାଢୀ । ଦେଖନ୍ତୁ ଭିଡିଓ