ଶିକ୍ଷୟତ୍ରୀଙ୍କୁ ମନାଉଛି ଛାତ୍ର, ଭାଇରାଲ୍ ହେଉଛି କ୍ୟୁଟ୍ ଭିଡିଓ - ଶିକ୍ଷୟତ୍ରୀ ଛାତ୍ରଙ୍କ କଥାବାର୍ତ୍ତା ଭିଡିଓ ଭାଇରାଲ
ହାଇଦ୍ରାବାଦ: "ମୁଁ ଆଉ ଦୁଷ୍ଟ ହେବିନି, ମୋର ସହ କଥା ହୁଅନ୍ତୁ । ଆଉ ଭୁଲ୍ କରିବିନି । ମୋ ସହ କଥା ହୁଅନ୍ତୁ । ପ୍ଲିଜ୍ ମୋ ସହ କଥା ହୁଅନ୍ତୁ ।" ଜଣେ କୁନିଛାତ୍ର କିଛି ଏଭଳି କହି ନିଜ ଶିକ୍ଷୟତ୍ରୀଙ୍କୁ ମନାଇବାକୁ ଚେଷ୍ଟା କରୁଛି । ଛାତ୍ରଙ୍କ ଦୁଷ୍ଟ ହେବାରୁ ତାସହ କଥା ହେବେନି ବୋଲି କହିଥିଲେ ଶିକ୍ଷୟିତ୍ରୀ । ତାପରେ ଶିଶୁ ଜଣକ ତାଙ୍କୁ ମନାଇବାରେ ଲାଗି ପଡ଼ିଛି । ମଝିରେ ମଝିରେ ଗେଲ ମଧ୍ୟ କରି ଦେଉଛି । ଏହି ଭିଡିଓ କେଉଁଠିକାର ତାହା ଜଣା ପଡ଼ିନାହିଁ । ତେବେ ଶିକ୍ଷୟତ୍ରୀ ଓ ଛାତ୍ରଙ୍କ ଏହି କଥାବାର୍ତ୍ତା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି ।