ଓଡିଶା

odisha

ETV Bharat / videos

ଜାଡରେ ଜଡସଡ ଥୁଆମୂଳ ରାମପୁର, ୫ ଡିଗ୍ରୀ ତଳେ ପାରଦ

By

Published : Dec 22, 2021, 12:58 PM IST

ଭବାନୀପାଟଣା: ଖସୁଛି ପାରଦ ବଢୁଛି ଶୀତ। ଜାଡ଼ରେ ମାଡ଼ରେ(cold wave) ଘାଇଲା କଳାହାଣ୍ଡିବାସୀ। ପ୍ରବଳ ଜାଡ ପରେ ଥୁଆମୂଳ ରାମପୁରରେ ତୁଷାରପାତ(snowfall) ହୋଇଥିବା ଦେଖିବାକୁ ମିଳିଛି । ଥୁଆମୂଳ ରାମପୁରରେ ପାରଦ ୫ ଡିଗ୍ରୀ ତଳକୁ ଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜାଳୁଥିବା ଦେଖିବାକୁ ମିଳିଛି। ବୁଧବାର ପାରଦ ୨.୫ ଡିଗ୍ରିକୁ ଖସିଥିବା ବେଳେ ଆଜି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଆଗକୁ ମଧ୍ୟ ପାରଦ ଆହୁରି ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details