ଓଡିଶା

odisha

ETV Bharat / videos

କୂଳ ଲଙ୍ଘୁଛି ସମୁଦ୍ର, ଆତଙ୍କିତ ସ୍ଥାନୀୟ ଲୋକେ

By

Published : Jul 15, 2022, 3:38 PM IST

ଜଗତସିଂହପୁର : କୂଳ ଲଙ୍ଘୁଛି ସମୁଦ୍ର । ସମୁଦ୍ର ପାଣି ମାଡି ଆସିବା ଯୋଗୁଁ ଭୟଭୀତ ସମୁଦ୍ରକୂଳିଆ ଲୋକେ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ସମୁଦ୍ର ପାଣି ମାଡି ଆସିଛି । ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ସମୁଦ୍ର କୂଳରେ ଥିବା ଅତଡ଼ା ମଧ୍ୟ ଖସିବାରେ ଲାଗିଛି । ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ସମୁଦ୍ର ଅଶାନ୍ତ ହୋଇ ଏଭଳି କୂଳ ଲଙ୍ଘୁଛି କେବେ ଦେଖି ନଥିବା କହିଛନ୍ତି। ସମୁଦ୍ରରେ ଜୁଆର ଆସୁଥିବାରୁ ପ୍ରାୟ 50 ମିଟର ସ୍ଥଳଭାଗ ଜଳାର୍ଣ୍ଣବ ହୋଇଥିବା ଜଣାପଡିଛି। ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details