ଓଡିଶା

odisha

By

Published : Sep 15, 2022, 9:18 PM IST

ETV Bharat / videos

ମହଙ୍ଗା ପଡିଲା ମୋବାଇଲ ଝାମ୍ପି ନେବା, ଚଳନ୍ତା ଟ୍ରେନରେ ଝୁଲି ରହି ବଞ୍ଚିବା ପାଇଁ ଚିତ୍କାର କଲା ଚୋର

ପାଟନା: ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ ଝାମ୍ପି ନେଇ ଫେରାର ଉଦ୍ୟମ ଜଣେ ଚୋର ପାଇଁ ମହଙ୍ଗା ପଡିଛି । ଚଳନ୍ତା ଟ୍ରେନର ଝରକାରେ ହାତ ଗଳାଇ ଏପରି ଉଦ୍ୟମ କରୁଥିବା ବେଳେ ଚୋରର ଦୁଇ ହାତକୁ ଧରି ନେଇଥିଲେ ଟ୍ରେନ ଭିତରେ ବସିଥିବା ଯାତ୍ରୀ । ଫଳରେ ଚୋରଟି ଚଳନ୍ତା ଟ୍ରେନରେ ଝୁଲି ରହି ହାତ ନଛାଡିବା ପାଇଁ ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଏପରି ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି (Running Train And Snatcher Viral Video)। ଭାଇରାଲ ହେଉଥିବା ଭିଡିଓଟି ବିହାରର ବେଗୁସରାଇ ଅଞ୍ଚଳର ବୋଲି କୁହାଯାଉଥିଲେ ସୁଦ୍ଧା ଏସମ୍ପର୍କରେ କିମ୍ବା ସମ୍ପୃକ୍ତ ବ୍ୟକ୍ତି ବିଷୟରେ କିଛି ସ୍ପଷ୍ଟ ହୋଇ ପାରିନାହିଁ । ଦେଖନ୍ତୁ ଭିଡିଓ

ABOUT THE AUTHOR

...view details