ଓଡିଶା

odisha

By

Published : Jul 2, 2022, 9:37 PM IST

ETV Bharat / videos

ରଣପୁର ରଥଯାତ୍ରା: ଗୁଣ୍ଡିଚା ମନ୍ଦୀରରେ ମହାବାହୁ

ନୟାଗଡ଼: ରଣପୁରଗଡ଼ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ । ଗତ କାଲି ବଡ଼ ଠାକୁର ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଆସିଥିବା ବେଳେ ଆଜି ଆଉ ମହାପ୍ରଭୁଙ୍କ ନନ୍ଦୀଘୋଷ ପହଞ୍ଚିଛି l ଗତକାଲି ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବାରୁ ଏଠାରେ ସୃଷ୍ଟି ହେଇଥିଲା ଶ୍ରୀକ୍ଷେତ୍ରର ଭ୍ରମ l ୨ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ରଣପୁର ବଡ଼ଦାଣ୍ଡରେ ଗଡ଼ିଛି ରଥ l ଗତକାଲି ତିନି ଠାକୁର ଗୋଟି ପହଣ୍ଡିରେ ଆସି ରଥାରୂଢ ହେବାପରେ ମହାରାଜା ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳା ମାନେ ଟାଣିଥିଲେ l ତେବେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଦେଉଳ ସାମ୍ନାରେ ଅଟକି ରହିଥିଲା l ଆଜି ହଜାର ହଜାର ଭକ୍ତ ନନ୍ଦୀଘୋଷକୁ ଟାଣି ଗୁଣ୍ଡିଚା ମନ୍ଦିର ସାମ୍ନାକୁ ଆଣିଛନ୍ତି l ଜନ ସମାଗମକୁ ଦୃଷ୍ଚିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ABOUT THE AUTHOR

...view details