ଚିତା ମିତ୍ରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ବନ୍ୟଜନ୍ତୁଙ୍କ ସମ୍ପର୍କରେ ବାଣ୍ଟିଲେ ନିଜ ଅନୁଭବ - ଚିତା ମିତ୍ରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଭୋପାଲ: ନାମ୍ବିଆରୁ ଆସିଥିବା 8 ଟି ଚିତାଙ୍କୁ ଆଜି ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ 70 ବର୍ଷ ପରେ ଭାରତକୁ ଚିତା ଅଣାଯାଇଥିବା ବେଳେ ଏମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ଥାନୀୟ ଯୁବକ ଯୁବତୀଙ୍କୁ ‘ଚିତା ମିତ୍ର’ ଭାବେ ପ୍ରଶିିକ୍ଷିତ କରାଯିବା ସହ ନିଯୁକ୍ତି ମଧ୍ୟ ମିଳିଛି । ଆଜି ଏହି ଚିତା ମିତ୍ରଙ୍କ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଧରି ଆଲୋଚନା କରିଥିଲେ (PM Modi engages in interaction with Cheetah Mitra)। ପରିବେଶ ଓ ବନ୍ୟଜନ୍ତୁଙ୍କ ପ୍ରତି ଥିବା ସମସ୍ତଙ୍କ ଦାୟିତ୍ବ ସମ୍ପର୍କରେ ବୁଝାଇଥିଲେ । ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗିର ଜାତୀୟ ଉଦ୍ୟାନରେ ସିଂହଙ୍କର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ନିଜ ଅନୁଭବ ବାଣ୍ଟିଥିଲେ । ଦେଖନ୍ତୁ ଭିଡିଓ