ETV Bharat Odisha

ଓଡିଶା

odisha

video thumbnail

ETV Bharat / videos

ନିଆରା ଦର୍ଘା, ଚାକିରି ପାଇବାକୁ ଚାଦର ବଦଳରେ ଚଢାଯାଏ ପୋଲିସ ୟୁନିଫର୍ମ - ସବଲ ସିଂ ବାବରି ଦର୍ଘା

author img

By

Published : Apr 24, 2022, 6:29 PM IST

ଚଣ୍ଡିଗଡ଼: ସାଧାରଣତଃ ଆପଣ ଦେଖିଥିବେ ଯେ ପିର ଫାକିର୍ସର ଦର୍ଘାରେ ନୀଳ କିମ୍ବା ସବୁଜ ରଙ୍ଗର ଚାଦର ଚଢାଯାଏ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହରିୟାଣାର ପାନିପତ ଜିଲ୍ଲାରେ ଏକ ଦର୍ଘା ଅଛି ଯେଉଁଠି ଚାଦର ପରିବର୍ତ୍ତେ ଚଢାଯାଉଛି ଖାକି ରଙ୍ଗର ପୋଷାକ ତଥା ପୋଲିସ ୟୁନିଫର୍ମ । ସଫିଦୋଁ ସହରଟି ପାନିପତ ଏବଂ ଜିନ୍ଦ ଜିଲ୍ଲା ସୀମାରେ ଅବସ୍ଥିତ । ଏଠାରେ ଏହାକୁ ସଫୋଦାଁ ଧାମ ମଧ୍ୟ କୁହାଯାଏ । ତେବେ ଯେଉଁ ଶ୍ରଦ୍ଧାଳୁ ପୋଲିସ ଚାକିରି କରିବାକୁ ଚାହୁଁଥାନ୍ତି ବା ଏଥିଲାଗି ପ୍ରସ୍ତୁତ ହେଉଥାନ୍ତି ସେମାନେ ଦର୍ଘାରେ ପୋଲିସ ୟୁନିଫର୍ମ ଚଢାଇଲେ ସେମାନଙ୍କ ଆଶା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏପରି ଅନେକଙ୍କର ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ବୀର ସବଲ ସିଂଙ୍କ କାହାଣୀକୁ ଆଧାର କରି ଏଭଳି ବିଶ୍ବାସ ରଖାଯାଇଛି । ଯିଏକି ମୋଗଲ ସୈନ୍ୟଙ୍କ ସହ ଲଢି ନିଜ ଭଉଣୀକୁ ରକ୍ଷା କରିଥିଲେ । ସେ ପୋଲିସ ୟୁନିଫର୍ମ ପିନ୍ଧି ବୀରତ୍ବର ସହକାରେ ଲଢେଇ କରିଥିବା ବେଳେ ଶେଷରେ ବୀର ଗତି ପ୍ରାପ୍ତ ହୋଇଥିଲେ । ସେବେଠାରୁ ଏହି ଦର୍ଘାରେ ଖାକି ରଙ୍ଗର ଚାଦର ସହିତ ପୋଲିସ ୟୁନିଫର୍ମ ଚଢାଯାଏ ।

ABOUT THE AUTHOR

author-img

...view details