ଶ୍ରୀମନ୍ଦିର ଦ୍ୱାର ଫିଟା ଓ ଶ୍ରୀଜିଉଙ୍କ ମଙ୍ଗଳ ଆଳତି
ଜଗତର କଲ୍ୟାଣ ପାଇଁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତି । ଏହି ଆଳତିର ବହୁ ମାହାତ୍ମ୍ୟ ରହିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତି । ସବୁଦିନ ପରି ପ୍ରଥମେ ବଡି ଭୋରୁ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ବିଧି ମୁତାବକ ମଙ୍ଗଳ ଆଳତି କରାଯାଇଛି ।