ଓଡିଶା

odisha

ETV Bharat / videos

ବରୁଣେଇଙ୍କ ପୀଠରେ ନବରାତ୍ରୀ ପୂଜା, ଷୋଡଶ ଉପଚାରରେ ପୂଜା ପାଉଛନ୍ତି ମା'

By

Published : Oct 1, 2022, 8:44 PM IST

ଖୋର୍ଦ୍ଧା: ଆରମ୍ଭ ହୋଇଯାଇଛି ନବରାତ୍ରୀ । ଚଳଚଞ୍ଚଳ ଖୋର୍ଦ୍ଧାର ଅଧିଷ୍ଠାତ୍ରୀ ଦେବୀ ମା’ ବରୁଣେଇ ଓ କରୁଣେଇଙ୍କ ପୀଠ । ପ୍ରତ୍ୟେକ ବର୍ଷ ଏହି ପୀଠରେ ରୀତିନୀତି ଅନୁସାରେ ଅନୁଷ୍ଠିତ ହୁଏ ନବରାତ୍ରୀ ପୂଜା । ଚଳିତ ବର୍ଷ ନବରାତ୍ରୀ ପୂଜା ନେଇ ମନ୍ଦିରକୁ ଭକ୍ତଙ୍କ ସମାଗମ ହୋଇଛି । ମା’ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି ବୋଲି ବିଶ୍ବାସ ରହିଛି । ପୀଠରେ ସକାଳୁ ମଙ୍ଗଳ ଆଳତୀ, ଶୁଖିଲା ଭୋଗ, ମା’ଙ୍କର ଅତିପ୍ରିୟ କ୍ଷୀରି, ଏଣ୍ଡୁରି ପିଠା, ମଧ୍ୟାହ୍ନରେ ଶଙ୍କୁଡ଼ି ଭୋଗ ଓ ପୋଡ଼ା ମାଛ ଲାଗି କରାଯାଏ । ରାଜ ରାଜୁଡା ଅମଳରୁ ଏଠାରେ ନବରାତ୍ରୀ ପୂଜାର ଆୟୋଜନ କରାଯାଉଛି । ଖୋର୍ଦ୍ଧାକୁ ପାଇକଗଡ ମଧ୍ୟ କୁହାଯାଏ । ସେଥିପାଇଁ ଏଠାକାର ପାଇକ ପୁଅମାନେ ଯୁଦ୍ଧକୁ ଯିବା ପୂର୍ବରୁ ବିଜୟ ଲକ୍ଷ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ବରୁଣେଇଙ୍କ ପାଖରେ ନିଜ ନିଜର ଯୁଦ୍ଧାସ୍ତ୍ରକୁ ପୂଜାର୍ଚ୍ଚନା କରିଥାନ୍ତି । ବର୍ଷ ତମାମ ମା’ଙ୍କ ପୀଠରେ ସାମାନ୍ୟ ଭିଡ ଜମୁଥିବା ବେଳେ ଦୁର୍ଗାପୂଜା ସମୟରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ ।

ABOUT THE AUTHOR

...view details