ଓଡିଶା

odisha

ETV Bharat / videos

ଆରମ୍ଭ ହେଲା ପ୍ଲାଜମା ଥେରାପି, କମିବ କୋରୋନା ମୃତ୍ୟୁହାର !

By

Published : Jul 15, 2020, 9:22 PM IST

କଟକ: ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । କଟକ ବଡ଼ ମେଡିକାଲକୁ ଏହାର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟକ୍ଷମ କରାଯାଇଛି । ପ୍ରଥମ ଦିନରେ ୪ ଜଣ କୋରୋନା ସୁସ୍ଥ ରୋଗୀ ସ୍ବେଚ୍ଛାକୃତ ଭାବରେ ଏହାକୁ ଦାନ କରିଛନ୍ତି । ଅନ୍ୟପଟେ ଜଣେ କୋରୋନା ରୋଗୀ ସୁସ୍ଥ ହେବାର ୨୮ ଦିନ ପରେ ପ୍ଲାଜମା ଦାନ କରିପାରିବେ । ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟସରକାର ବହନ କରିବେ । ବୁଧବାର ରାଜ୍ୟରେ ଏହି ସେବାର ଶୁଭାରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦଉଛି । ଏହି ସେବା କୋରୋନା ଆକ୍ରାନ୍ତଙ୍କ ସଫଳ ଚିକିତ୍ସାରେ ସହାୟତା ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଏପଟେ ଗୋଟିଏ ଡୋନର ପିଛା ୯ ହଜାର ଶହେ ଟଙ୍କା ଖର୍ଚ୍ଚ ହେବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details