ପାରଳାଖେମୁଣ୍ଡିରେ ଜଳିଗଲା 5ରୁ ଊର୍ଦ୍ଧ୍ବ କାର, କାରଣ ଅସ୍ପଷ୍ଟ
ଗଜପତି: ବିଳମ୍ବିତ ରାତିରେ ହୁତୁହୁତୁ ହୋଇ ଜଳିଗଲା ୭ରୁ ୮ଟି କାର । ପାରଳାଖେମୁଣ୍ଡି ଟାଉନ୍ ହଲ୍ ଭିତରେ ଥିବା କାର ଗୁଡିକରେ ଗତକାଲି ରାତିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ କାରରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଥିବା ବେଳେ କେଉଁ କାରଣରୁ ଏହିଭଳି କାଣ୍ଡ ଘଟିଛି ତାହା ବର୍ତ୍ତମାସ ସୁଦ୍ଧା ଅସ୍ପଷ୍ଟ ରହିଛି । ଅଗ୍ନିଶମ କର୍ମଚାରୀ ରାତିରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ